ଏଇ ଭାରତରେ

ଛତିଶଗଡ଼ ରାଜ୍ୟ ଗଠନ ହେବାର ୨୦ ବର୍ଷ ପରେ ୧୦ଟି ଗାଁରେ ପ୍ରଥମ ଥର ପାଇଁ ମତଦାନ ହେବା ଘଟଣା ସାମ୍‌ନାକୁ ଆସିଛି। ଦାନ୍ତଓ୍ବୋଡା ଜିଲା ମାଓବାଦୀ ପ୍ରଭାବିତ ପୋଟାଲି ଅଞ୍ଚଳର ଏହି ଗାଁଗୁଡିକରେ ପଞ୍ଚାୟତ ନିର୍ବାଚନରେ ଲୋକମାନେ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। କୁଆକୋଣ୍ଡା ବ୍ଲକ୍‌ ଅଧୀନ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଗାଁଗୁଡିକରେ କେବେ ବି ବୁଥ୍‌ ହୋଇପାରି ନ ଥିଲା। ପୂର୍ବରୁ ଏହି ସବୁ ଗାଁ ପାଖରୁ ୧୦ରୁ ୧୫ କିମି ଦୂର ଅରନପୁର ଓ ସମେଲିରେ ବୁଥ୍‌ କରାଯାଇଥିଲା। କିନ୍ତୁ ସେଠାରେ କୌଣସି ଗଁାରୁ ଲୋକେ ପହଞ୍ଚତ୍ ନ ପାରିବାରୁ ମତଦାନ ଶୂନ ପ୍ରତିଶତ ହୋଇଥିଲା। ଏଥର ଅରବେ, ପୋଟାଲି ଓ ମଡକାମୀରାସ ଗାଁରେ ପ୍ରଥମେ ବୁଥ କରାଯାଇ ଭୋଟ ଗ୍ରହଣ କରାଯାଇଛି। ଏହି ତିନିଟି ଗାଁ ବ୍ୟତୀତ ନୀଳାବାୟା, ବୁରୁଗୁମ, ହିରୋଲି, ରଓ୍ବୋଲି, ବୈରମ, ନହାଡି ଓ ଜବେଲିରେ ପ୍ରଥମ ଥର ମତଦାନ ହୋଇଛି। ଏହି ସବୁ ଦୁର୍ଗମ ଅଞ୍ଚଳକୁ କେହି ପ୍ରଚାର କରିବାକୁ ପୂର୍ବରୁ ଯାଉ ନ ଥିଲେ କି ବୁଥ୍‌ କରାଯାଉ ନ ଥିଲା। କିନ୍ତୁ ଏଥର ପଞ୍ଚାୟତ ନିର୍ବାଚନରେ ସେଠାରେ ପ୍ରଚାର ହୋଇଥିଲା ଓ ଲୋକମାନେ ପୋଷ୍ଟର ବ୍ୟାନର୍‌ ଦେଖିବାକୁ ପାଇଥିଲେ। ପୋଟାଲିରେ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଖୋଲାଯିବା ପରେ ଯୋଗାଯୋଗ ସୁବିଧା ହେବାରୁ ଏହା ସମ୍ଭବ ହୋଇଛି ବୋଲି କୁହାଯାଉଛି। ପୋଟାଲି ଅଞ୍ଚଳ ଏତେ ଦୁର୍ଗମ ଯେ, ଗତ ବିଧାନସଭା ନିର୍ବାଚନରେ ଏଠାରେ ୧ କିମ୍ବା ୨ ପ୍ରତିଶତ ଭୋଟ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri