ଏଇ ଭାରତରେ

ବର୍ତ୍ତମାନ ଗ୍ରୀଷ୍ମଋତୁ ଜାରି ରହିଥିବାବେଳେ ଅନେକ ସ୍ଥାନରେ ଉତ୍କଟ ଜଳସଙ୍କଟ ସୃଷ୍ଟି ହୋଇଛି। ଏଥିପାଇଁ ଗୋଟିଏ ଗାଁର ପୁଅଙ୍କୁ ବାହାଘର କରିବା ମୁସ୍କିଲ ହୋଇପଡିଛି। କାରଣ ଏହି ଗାଁକୁ ଝିଅ ଦେବାକୁ ରାଜି ହେଉନାହାନ୍ତି କନ୍ୟାଘର। ଛତିଶଗଡ଼ର ବିଳାସପୁରରେ ଦେଖାଦେଇଛି ଏଭଳି ଜଳସଙ୍କଟ। ଏଥିପାଇଁ ଝିଅ ବିବାହ ଦେବାକୁ କନ୍ୟାଘର ଲୋକେ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଆଦିବାସୀ ଗାଁ କାଢ଼ନିଆରେ ଏହି ସମସ୍ୟା ପାଇଁ ପୁଅଘର ଲୋକେ ସମସ୍ୟାରେ ପଡିଲେଣି। ପାଣି ଆଣିବା ପାଇଁ ଉକ୍ତ ଗାଁର ମହିଳାଙ୍କୁ ବଡ଼ିଭୋରରୁ ୫ କିଲୋମିଟର ଯିବାକୁ ପଡୁଛି। ତେଣୁ ଝିଅ ହନ୍ତସନ୍ତ ହେବା ଆଶଙ୍କା ଥିବାରୁ କନ୍ୟାଘର ଏଠାରେ ବାହାଦେବାକୁ ରାଜି ହେଉ ନ ଥିବା କୁହାଯାଉଛି। ଏହି ଗାଁରୁ ଝିଅମାନେ ବାହାର ଗାଁ ପୁଅଙ୍କ ସହିତ ବିବାହ କରୁଥିଲେ ମଧ୍ୟ ଅନ୍ୟ ଗାଁର ଝିଅ ଏଠାକୁ ବାହାହୋଇ ଆସିବାକୁ ଚାହୁଁନାହାନ୍ତି। କାଢ଼ନିଆ ଗାଁରେ ଶହେ ଆଦିବାସୀ ପରିବାର ବାସକରୁଛନ୍ତି। ଏଠାରେ ଭୂତଳ ଜଳସ୍ତର କମିଯାଉଥିବାରୁ ନଳକୂଅଗୁଡ଼ିକ ଶୁଖିଲା ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଇନ୍ଦା ବିଫଳତା-ଉତ୍ତରଦାୟୀ କିଏ

ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର…

୯ କିଲୋମିଟରର ଅକୁହା କାହାଣୀ

ପ୍ରଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ଆସ କୃତଜ୍ଞ ହେବା

ଗଭୀର ନଦୀ ଧୀରେ ବହେ। ଗମ୍ଭୀର ବ୍ୟକ୍ତି ଧୀରେ କହେ। ଭଲ ମଣିଷ କୃତଜ୍ଞ ରହେ। କେହି ଜଣେ ବିଦ୍ୱାନ ଏକଦା କହିଥିଲେ- କୃତଜ୍ଞତା ହେଉଛି ମଣିଷର…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଯଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ନୂଆ ସ୍ରୋତରେ ଆନ୍ନାମଲାଇ

DHARତାମିଲନାଡ଼ୁରେ ଗତ ବିଧାନସଭା ନିର୍ବାଚନ ଫଳାଫଳ କେବଳ ସେହି ରାଜ୍ୟ ନୁହେଁ, ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପାରମ୍ପରିକ ଦ୍ରାବିଡୀୟ ପାର୍ଟି ଓ ଜାତୀୟ ଦଳ…

ଏଇ ଭାରତରେ

ରାଜସ୍ଥାନ ଥର ମରୁଭୂମି ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ପରଦା ପ୍ରଥାର ପ୍ରଭାବ ଅଛି। ମହିଳାମାନେ ସମ୍ପୂର୍ଣ୍ଣ ଶିକ୍ଷା ସ୍ବାଧୀନତା ପାଇପାରିନାହାନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଜୟସାଲମେରର…

ହୁକେ ହୋ, ଏକ ସାମୂହିକ ସ୍ବର

ଏ ବର୍ଷ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ମଣିଷ, ବୃକ୍ଷଲତା, ପଶୁପକ୍ଷୀ ସମସ୍ତ ସଜୀବ ଦହଗଞ୍ଜ ହେଉଛନ୍ତି। ପିଇବା ପାଇଁ ମୁନ୍ଦାଏ ପାଣି ନାହିଁ। ନଈ, ନାଳ…

ଧର୍ମ ସଙ୍କଟ

ଇଂଲିଶ ଶବ୍ଦ ରିଲିଜିଅନ ଅର୍ଥରେ ନ ନେଲେ ଧର୍ମ ସଙ୍କଟର ଅର୍ଥ ହେଉଛି ନୈତିକତାର ଦ୍ୱନ୍ଦ୍ୱ – ଆମ ଚିନ୍ତାଧାରାର ଭିତ୍ତି। ବର୍ଷା ଆସିଗଲା ମାନେ ପୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri