ଏଇ ଭାରତରେ

ବୟସ ୧୭, କିନ୍ତୁ ବିଚାର ଅତି ଉଚ୍ଚ। ଏମିତି ଜଣେ ଝିଅ ହେଉଛନ୍ତି ହରିୟାଣାର ଦୌଲତପୁର ଗାଁ ନିବାସୀ ଅଞ୍ଜୁ ବର୍ମା। ସେ ତାଙ୍କ ପିତା ଓ ସ୍କୁଲ ଶିକ୍ଷକଙ୍କ ସହଯୋଗରେ ଖୋଲିଛନ୍ତି ‘ବୁଲନ୍ଦ ଉଡ଼ାନ’। ଏହା ମାଧ୍ୟମରେ ସ୍କୁଲରେ ଛାତ୍ରସଂଖ୍ୟା ୭୦୦କୁ ବୃଦ୍ଧି କରିପାରିଛନ୍ତି। ଏବେ ସୁଦ୍ଧା ସେ ୫୦ଟି ବାଲ୍ୟ ବିବାହ ବନ୍ଦ କରିବାରେ ସକ୍ଷମ ହୋଇଛନ୍ତି। ୧୫ଟି ଯୌନ ନିର୍ଯାତନା ଘଟଣାରେ ପୀଡିତାଙ୍କୁ ଆଇନଗତ ସହଯୋଗ ଯୋଗାଇ ଦେଇଛନ୍ତି। ଶିଶୁ ଶ୍ରମିକ ବିରୋଧରେ ସ୍ବର ଉଠାଉଛନ୍ତି। ୧୦ ବର୍ଷ ବେଳେ ସେ ତାଙ୍କ ପିତାଙ୍କ ସମ୍ପର୍କୀୟଙ୍କ ଘରେ ରହି ଘରକାମ କରିବା ସହ ପଢୁଥିଲେ। ସେଠାରେ ତାଙ୍କୁ ମାତାପିତାଙ୍କ ସହ କଥାହେବାର ସୁଯୋଗ ଦିଆଯାଉ ନ ଥିଲା। ପରେ ସେ ଘରକୁ ଫେରି ଆସି ଘରକାମ କରି ପଢିବାକୁ ସମୟ ପାଇ ନ ଥିଲେ। ତେବେ ସେ ପଢିବାବେଳୁ ପିଲାମାନଙ୍କ ପାଇଁ କିଛି କରିବାକୁ ସ୍ବପ୍ନ ଦେଖିଥିଲେ ଯାହା ଆଜି ସାକାର ହୋଇଛି। ଅଞ୍ଜୁ ପ୍ରଥମେ ଗାଁର ଝିଅମାନଙ୍କୁ ତାଙ୍କ ସହ ସାମିଲ କରିବା ଲାଗି ଘର ଘର ବୁଲିଥିଲେ କିନ୍ତୁ କେହି ତାଙ୍କୁ ସହଯୋଗ କରି ନ ଥିଲେ। ପରେ ତାଙ୍କ ଶିକ୍ଷକଙ୍କ ସହଯୋଗ ପାଇବା ପରେ ପଞ୍ଚାୟତ ମଧ୍ୟ ତାଙ୍କୁ ଏଥିରେ ସାହାଯ୍ୟ କରିଥିଲା। ୨୦୧୭ରେ ସେ ‘ବୁଲନ୍ଦ ଉଡ଼ାନ’ ପ୍ରତିଷ୍ଠା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri