ଏଇ ଭାରତରେ

ପିଲାମାନେ ବିଦ୍ୟାଳୟ ଛାଡି କେମିତି ନ ଯିବେ କିମ୍ବା ବିଦ୍ୟାଳୟକୁ ଆସୁ ନ ଥିବା ପିଲାମାନଙ୍କୁ କେମିତି ଅଣାଯିବ ତାହା ପାଇଁ ଏକ ଭିନ୍ନ ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଶିକ୍ଷକ ସୁଭାଷଚନ୍ଦ୍ର ଯାଦବ। ଝାଡ଼ଖଣ୍ଡର ମାଓବାଦୀପ୍ରବଣ ତଥା ଶିକ୍ଷା କ୍ଷେତ୍ରରେ ଅତି ପଛୁଆ ପାକୁଡ ଅଞ୍ଚଳ ଲିଟ୍ଟିପଡା ବ୍ଲକ୍‌। ଏହି ବ୍ଲକ୍‌ର ଜୋରଡିହା ଉଚ୍ଚବିଦ୍ୟାଳୟ ତିନିବର୍ଷ ପୂର୍ବେ ଏକମାତ୍ର ଶିକ୍ଷକ ଅଶୋକ ପାଣ୍ଡେଙ୍କ ଦେହାନ୍ତ ହେବା ପରେ ସ୍କୁଲ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଅଶୋକଙ୍କ ଜାଗାରେ ସେଠାରେ ଯାଦବଙ୍କୁ ନିଯୁକ୍ତି ଦିଆଗଲା। ସେହି ସମୟରେ ବିଦ୍ୟାଳୟରେ ୬୦ ପିଲା ନାମ ଲେଖାଇଥିଲେ, କିନ୍ତୁ ବିଦ୍ୟାଳୟକୁ କେହି ଆସୁ ନ ଥିଲେ। ସେମାନେ ଅନ୍ୟ ବିଦ୍ୟାଳୟକୁ ପଢିବାକୁ ଯାଉଥିଲେ। ସୁଭାଷ ଏକ ଏନ୍‌ଜିଓ ସହ ଯୋଗାଯୋଗ କରି ସେହି ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ସକ୍ଷମ ହେଲେ। ସ୍କୁଲରେ ପିଲାଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ସେ ବିଦ୍ୟାଳୟରେ ପାର୍କ ନିର୍ମାଣ ସହ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେଉଛନ୍ତି। ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ସଚେତନ କରିବା ପାଇଁ ଅଶୋକ ଢୋଲ ନାଗରା ବି ବଜାଉଛନ୍ତି। ଟ୍ରାକ୍ଟରରେ ବେଲୁନ ସଜାଇ ଗାଁ ଗାଁ ବୁଲୁଛନ୍ତି। ଅଶୋକଙ୍କ ଏହି ଅଭିଯାନର ପ୍ରଭାବ ପଡୁଛି। ଏବେ ବିଦ୍ୟାଳୟରେ ମୋଟ ୧୭୮ ପିଲା ପଢୁଛନ୍ତି। ପ୍ରତିଦିନ ୯୦ ପ୍ରତିଶତ ପିଲା ଉପସ୍ଥିତ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri