ଋଣ ଏକ ଧାରୁଆ ଅସ୍ତ୍ର

ନଟବର ଖୁଣ୍ଟିଆ
ଋଣକରି ବିକାଶକୁ ତ୍ୱରାନ୍ବିତ କରିବା ପ୍ରକ୍ରିୟା ଆଜିର ନୁହେଁ- ମଣିଷ ସଭ୍ୟତା ଆରମ୍ଭରୁ ଏହା ରହିଆସିଛି। ପ୍ରାଚୀନ ଗ୍ରୀସ୍‌ ଓ ରୋମ୍‌ ସଭ୍ୟତା କଥା କୁହନ୍ତୁ ଅବା ଭାରତୀୟ ବୈଦିକ ସଭ୍ୟତା, ଋଣପ୍ରଥା ସେସବୁ ସଭ୍ୟତାରେ ଥିଲା। କୌଟିଲ୍ୟ ତାଙ୍କ ଅର୍ଥଶାସ୍ତ୍ରରେ ଋଣ ନେଣ-ଦେଣର ନିୟମାବଳୀ ପ୍ରଣୟନ କରିଛନ୍ତି। ବ୍ରିଟିଶମାନେ ଭାରତ ଦଖଲ କଲା ପରେ ବ୍ୟାଙ୍କିଙ୍ଗ୍‌ ସେବାର ସମ୍ପ୍ରସାରଣ କରି ଋଣ ନେଣ-ଦେଣକୁ ତ୍ୱରାନ୍ବିତ କଲେ। ସ୍ବାଧୀନତୋତ୍ତର ଭାରତରେ ଋଣ ଆଦାନପ୍ରଦାନ ପ୍ରକ୍ରିୟାକୁ ବିବିଧୀକରଣ କରାଯାଇ ଅନେକ ଆନୁଷ୍ଠାନିକ ଋଣ ପ୍ରଦାନକାରୀ ସଂସ୍ଥା ସୃଷ୍ଟିହେଲା।
ଋଣ କିଏ କରେ, କାହିଁକି କରେ, ଆଉ ଋଣ ଦିଏ କିଏ?
ବ୍ୟକ୍ତିବିଶେଷ, ବାଣିଜ୍ୟ ବ୍ୟବସାୟ ଅନୁଷ୍ଠାନ, ଶିଳ୍ପପତି ଆଦି ଋଣ କରନ୍ତି। ଯେଉଁମାନେ ଋଣ କରନ୍ତି ସେମାନଙ୍କ ନିକଟରେ ଜ୍ଞାନକୌଶଳ ଓ ପରିଚାଳନା ଦକ୍ଷତା ଥାଏ। ଋଣ ନେଇ ତାକୁ ଠିକ୍‌ ଉପଯୋଗ କରି ଲାଭ କରିବା ପାଇଁ। ଲାଭରୁ କିଛି ଅଂଶ ନିଜର ପୁଞ୍ଜି ବୃଦ୍ଧିରେ ବିନିଯୋଗ କରନ୍ତି ଆଉ କେତେକ ଅଂଶ ଋଣର କିସ୍ତି ଓ ସୁଧ ପରିଶୋଧରେ ବ୍ୟୟ କରନ୍ତି। ଯେଉଁମାନେ ଋଣ ଦିଅନ୍ତି ସେମାନଙ୍କ ପାଖରେ ନିଜର ଆବଶ୍ୟକତା ଅନୁସାରେ ଅଧିକ ପୁଞ୍ଜି ଥାଏ। ସେହି ପୁଞ୍ଜିକୁ ବିନିଯୋଗ କରିବାକୁ ସେମାନଙ୍କର ଆବଶ୍ୟକ ଜ୍ଞାନକୌଶଳ ନ ଥାଏ କି ପରିଚାଳନା ଦକ୍ଷତା ନ ଥାଏ। ସେମାନେ ବଳକା ପୁଞ୍ଜିକୁ ଋଣ ଆକାରରେ ଦିଅନ୍ତି ଏବଂ ମୂଳଧନ ସହ ସୁଧ ପାଇ ନିଜର ଆୟ ବଢ଼ାନ୍ତିି। ସୁତରାଂ ଋଣ ଦାନ ପ୍ରକ୍ରିୟା ଋଣ ଗ୍ରହୀତା ଓ ଋଣ ଦାନକାରୀର ଆର୍ଥିକ ଅଭିବୃଦ୍ଧି ଘଟାଏ। କିନ୍ତୁ ଋଣ ହେଉଛି ଏକ ଧାରୁଆ ଅସ୍ତ୍ର। ଏହାର ଠିକ୍‌ ଉପଯୋଗ ହେଲେ ଜଣଙ୍କର ଅର୍ଥନୈତିକ ବିକାଶ ପଥରେ ଥିବା ସମସ୍ୟାକୁ କାଟି ଫୋପାଡି ଦିଏ- ଲାଭବାନ କରାଏ କିନ୍ତୁ ଏହାର ଉପଯୁକ୍ତ ବ୍ୟବହାର ନ ହେଲେ ସେ ତଣ୍ଟିକାଟି ଋଣ ଗ୍ରହୀତାଙ୍କୁ ରକ୍ତଶୂନ୍ୟ କରିଦିଏ- ସେ ଦେବାଳିଆ ହୋଇଯାଏ।
ଏବେ କେବଳ ବ୍ୟକ୍ତିବିଶେଷ ଓ ବାଣିଜ୍ୟ ବ୍ୟବସାୟରେ ଅନୁଷ୍ଠାନମାନେ ଋଣ କରୁନାହାନ୍ତି। ରାଜ୍ୟ ସରକାରମାନେ ଓ କେନ୍ଦ୍ର ସରକାର ମଧ୍ୟ ଋଣ କରୁଛନ୍ତି। ସରକାରମାନେ ଟିକସ ଓ ଅଣଟିକସରୁ ଯାହା ଆୟ କରୁଛନ୍ତି, ତାକୁ କର୍ମଚାରୀମାନଙ୍କ ବେତନ, ପେନ୍‌ସନ, ଜନମଙ୍ଗଳକାରୀ ଯୋଜନା-ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟ କଲା ପରେ ବେଶୀ କିଛି ଅର୍ଥ ସରକାରଙ୍କ ପାଖରେ ରହୁନାହିଁ ଦୀର୍ଘମିଆଦୀ ଭିତ୍ତିଭୂମି ସୃଷ୍ଟିକରି ସେଥିରୁ ବାରମ୍ବାର ଆୟକରି ରାଜକୋଷକୁ ପୁଷ୍ଟ କରିବା ପାଇଁ। ସେଥିପାଇଁ ସରକାରମାନେ ମଧ୍ୟ ଋଣ କରୁଛନ୍ତି। ସରକାର ଲଗାମଛଡା ଭାବେ ଋଣ କରିି ଯେପରି ଦେବାଳିଆ ହୋଇ ନ ଯାଆନ୍ତି, ସେଥିପାଇଁ ଏକ ଆଇନ ଏଫ୍‌ଆର୍‌ବିଏମ୍‌ ଗୃହୀତ ହୋଇଛି। ଏହି ଆଇନରେ କୌଣସି ସରକାର ତା’ର ମୋଟ ଘରୋଇ ଉତ୍ପାଦର ୨୫ ପ୍ରତିଶତରୁ ଅଧିକ ଋଣ କରିପାରିବ ନାହିଁ। ଏହା ହେଉଛି ଋଣ କରିବାର ଲକ୍ଷ୍ମଣରେଖା।
ଓଡ଼ିଶା ରାଜ୍ୟ ବଜେଟ ଗତ ଫେବୃୟାରୀ ୧୮ ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବିଧାନସଭାରେ ଆଗତ ହୋଇଛି। ମୋଟ ବ୍ୟୟବରାଦ ହୋଇଛି ୧ ଲକ୍ଷ ୫୦ ହଜାର କୋଟି ଟଙ୍କା। ଏହି ବ୍ୟୟକୁ ମେଣ୍ଟାଇବା ପାଇଁ ସରକାରଙ୍କ ଟିକସ ଓ ଅଣଟିକସ ଆୟ ପରେ ଆହୁରି ୨୫, ୪୫୦ କୋଟି ଟଙ୍କା ବିଭିନ୍ନ ସୂତ୍ରରୁ ଋଣ ଆକାରରେ ଆଣିବେ। ଆକଳନ କରାଯାଇଛି ୨୦୨୦-୨୧ ବର୍ଷ ଶେଷକୁ ମୋଟ ଋଣ ପରିମାଣ ରାଜ୍ୟର ହେବ ୧ ଲକ୍ଷ ୧୩ ହଜାର ୨୩୭ ଟଙ୍କା, ଆଉ ଏହା ହେବ ଆକଳିତ ମୋଟ ରାଜ୍ୟ ଘରୋଇ ଉତ୍ପାଦର ୧୯ ପ୍ରତିଶତ। ଏହା ଏଫ୍‌ଆର୍‌ବିଏମ୍‌ ଆଇନ ସୀମା ମଧ୍ୟରେ ଅଛି ବୋଲି ସରକାର ଦାବିକରି ଋଣ ପାଇଁ କୌଣସି ଉଦ୍‌ବେଗ ପ୍ରକାଶ କରିବାର ଆବଶ୍ୟକତା ନାହିଁ ବୋଲି ବାରମ୍ବାର କହୁଛନ୍ତି।
ଇଆଡେ ବିରୋଧୀ ଦଳମାନେ, କେତେଜଣ ବୁଦ୍ଧିଜୀବୀ ଓ ଅର୍ଥମନ୍ତ୍ରୀମାନେ ଓଡ଼ିଶା ସରକାର ଋଣକରି ଚାଲୁଥିବାରୁ ସମାଲୋଚନା କରୁଛନ୍ତି। ସେମାନେ କହନ୍ତି, ଋଣର ସୀମା ଆଇନର ଲକ୍ଷ୍ମଣରେଖା ମଧ୍ୟରେ ଥିଲେ ମଧ୍ୟ ଋଣର ଠିକ୍‌ ଉପଯୋଗ ହେଉନାହିଁ। ସରକାର ନିଜ ଆୟର ପ୍ରାୟ ସମସ୍ତ ଭାଗ ଋଣ ଅଣଉତ୍ପାଦନମୂଳକ କାମରେ ଲଗାଇଛନ୍ତି। ଅନେକ ଶସ୍ତା ଲୋକପ୍ରିୟ ଯୋଜନାରେ ଖର୍ଚ୍ଚ କରୁଛନ୍ତି ଯାହା ଦୀର୍ଘମିଆଦୀ ସମ୍ପତ୍ତି ସୃଷ୍ଟି କରୁନାହିଁ।
ସ୍କୁଲରେ ଶିକ୍ଷକ ପାଠ ପଢ଼ାଇବାକୁ ନ ଥିଲା ବେଳେ ସାଇକେଲ, ଲାପ୍‌ଟପ୍‌ ଦେବାରେ ଯଥାର୍ଥତା କାହିଁ? ପାଞ୍ଚଟଙ୍କିଆ ମିଲ୍‌କୁ ଯେଉଁମାନେ ଖାଉଛନ୍ତି ସେମାନେ କ’ଣ ପ୍ରକୃତ ଗରିବ? ଅନୁଧ୍ୟାନ କଲେ ଜଣାଯିବ ଯେ ସେମାନଙ୍କ ମଧ୍ୟରୁ ଅନେକ ଥିଲାବାଲା ଲୋକେ ଖାଉଛନ୍ତି। ମୋବାଇଲ ଫୋନ୍‌ ଚାଷୀ ଓ ମହିଳାମାନଙ୍କୁ ମାଗଣାରେ ଦେଇ କ’ଣ ସେମାନଙ୍କର ଆୟ ବଢ଼ାଉଛନ୍ତି? କମ୍ବଳ, ଛତା, ଜୋତା, ଚଷମାର କି ଆବଶ୍ୟକତା ଅଛି। ବିଧାୟକ ହାତପାଣ୍ଠିକୁ ୧ କୋଟି ଟଙ୍କାରୁ ୩ କୋଟି ଟଙ୍କାକୁ ବୃଦ୍ଧି କରିବା କ’ଣ ଅର୍ଥନୀତିକୁ ଚଳଚଞ୍ଚଳ କରିବ? ସମସ୍ତେ ଜାଣନ୍ତି ଏହାର ଉପଯୋଗ କିପରି ହେଉଛି- ମୁଖ୍ୟତଃ ଭୋଟ୍‌ ବ୍ୟାଙ୍କ ସୃଷ୍ଟି ପାଇଁ। ଆମର ଯେଉଁସବୁ ଯୋଜନାରେ ବ୍ୟୟବରାଦ ହେଉଛି ତାହା ଆବଶ୍ୟକତାଠାରୁ ଅଧିକ ବୋଲି ଏକ ଖୋଲା ସତ୍ୟ।
ଋଣ ସ୍ଥିତିକୁ ନେଇ ରାଜ୍ୟର ମୁଦ୍ରଣ, ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଏକ ରୋଚକ କଥା ଏବେ ଆଲୋଚନା ହେଉଛି। ଜଣେ ପ୍ରତିଷ୍ଠିତ ଲେଖକ, ସ୍ତମ୍ଭକାର ଓ ବରିଷ୍ଠ ଅଧ୍ୟାପକ ରାଜ୍ୟର ଋଣ ଭାରକୁ ଦେଖି ଉଦ୍‌ବେଗ ପ୍ରକାଶକରି ରାଜ୍ୟର ମୁଣ୍ଡ ପିଛା ଋଣଭାର ୧୮,୫୦୦ ଟଙ୍କା, ସେହି ପରିମାଣର ଏକ ଚେକ୍‌ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି। ସେ ଏକ ବୈଦ୍ୟୁତିକ ଗଣମାଧ୍ୟମରେ କହୁଥିଲେ, ସେ ସରକାରଙ୍କୁ ସମାଲୋଚନା କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ଜଣେ ନୂତନ ଯୋଜନା କାର୍ଯ୍ୟକାରୀ କରିବାରେ ଅଗ୍ରଣୀ ନେତା। ଏହି ଚେକ୍‌ ଦେବାର ଉଦ୍ଦେଶ୍ୟ ହେଲା ମୁଖ୍ୟମନ୍ତ୍ରୀ ଏକ ଋଣ ପରିଶୋଧ ପାଣ୍ଠି ଗଠନ କରନ୍ତୁ ଆଉ ଏହି ପାଣ୍ଠିକୁ ଲୋକେ ଅର୍ଥ ଦିଅନ୍ତୁ। ସେହି ପାଣ୍ଠିରୁ ଋଣ ପରିଶୋଧ ହେବ। ଋଣ ପରିଶୋଧ କରିବା ପାଇଁ ବଜେଟରେ ବ୍ୟବସ୍ଥା ଅଛି- ଋଣ ପରିଶୋଧ ପାଣ୍ଠି ଗଠନ କରିବା ଏକ ଅବାନ୍ତର କଥା। ସର୍ବସାଧାରଣଙ୍କଠାରୁ ଟିକସ ମାଧ୍ୟମରେ ସରକାର ଅର୍ଥ ସଂଗ୍ରହ କରି ଋଣ ପରିଶୋଧ କରିଥାନ୍ତି। ଋଣ ପରିଶୋଧ ମୁଖ୍ୟମନ୍ତ୍ରୀ ଅବା ଅନ୍ୟ ମନ୍ତ୍ରୀ ନିଜ ନିଜ ଆକାଉଣ୍ଟରୁ କରନ୍ତି ନାହିଁ। ଋଣ ବୃଦ୍ଧିର ପ୍ରକୃତ କାରଣକୁ ନ ଯାଇ ଚେକ୍‌ କାଟିବା ଦ୍ୱାରା ସାମାଜିକ ଗଣମାଧ୍ୟମରେ ବାହାବା ନେବାର ପ୍ରୟାସ କରିଛନ୍ତି ବୋଲି ପ୍ରତୀୟମାନ ହେଉଛି। ଚାଷୀର ଆୟ ଓ ସରକାରୀ କର୍ମଚାରୀଙ୍କ ଆୟ ମଧ୍ୟରେ ଯେଉଁ ବୈଷମ୍ୟ ଅଛି ତା’ ଉପରେ ଅଧ୍ୟାପକ ଜଣକ ବୌଦ୍ଧିକ ଆଲୋଚନା କରିଥିଲେ ପ୍ରାସଙ୍ଗିକ ହୋଇଥାନ୍ତା।
ତୋଷାଳି ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର, ମୋ-୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri