ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ନୂତନ ପରୀକ୍ଷା ନିୟନ୍ତ୍ରକ

ବାରିପଦା ଅଫିସ,୩।୮- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂତନ ପରୀକ୍ଷା ନିୟନ୍ତ୍ରକ ଭାବେ ଡ.ଲକ୍ଷ୍ମୀଧର ଗିରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଡ. ଗିରି ଏହା ପୂର୍ବରୁ କେନ୍ଦୁଝରସ୍ଥିତ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଭାବେ କାର୍ଯ୍ୟ କରୁଥିଲେ। ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍‌ ଆକାଉଣ୍ଟାନ୍ସି ଆଣ୍ଡ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲ ସଦସ୍ୟ ପ୍ରଦୀପ କୁମାର ନାୟକ ପୁଷ୍ପଗୁଚ୍ଛ ଦେଇ ଡ. ଗିରିଙ୍କୁ ସ୍ବାଗତ କରିଥିଲେ। ଏଥିରେ ଏମ.ସି.ଏ.ଏମ.ପଦାର୍ଥ ବିଜ୍ଞାନ ଅଧ୍ୟାପକ ମଦନ ମୋହନ ସାହୁ, ଲାଇବ୍ରେରିଆନ ପଞ୍ଚାନନ ସାହୁ, ବଡବିଲ କଲେଜର ଅଧ୍ୟାପକ ଡକ୍ଟର ବି.କେ.ଗିରିି, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଉପ-ପରୀକ୍ଷା ନିୟନ୍ତ୍ରକ ରମାକାନ୍ତ ମହାନ୍ତ, ସହ ପରୀକ୍ଷା ନିୟନ୍ତ୍ରକ କ୍ଷୀରୋଦ ଚନ୍ଦ୍ର ମଲ୍ଲିକ, ପରୀକ୍ଷା ନିୟନ୍ତ୍ରକଙ୍କ ଷ୍ଟେନଗ୍ରାଫର ଉଜିତ କୁମାର ଦାସ, ବରିଷ୍ଠ ଆସିଷ୍ଟାଣ୍ଟ ତପନ କୁମାର ପାତ୍ର, ଜୁନିୟର ଆସିଷ୍ଟାଣ୍ଟ ହରିଶ୍ଚନ୍ଦ୍ର ପତି, ସେକ୍ସନ ଅଫିସର ଦେବେନ୍ଦ୍ର କୁମାର ପତି, ବିଦାୟୀ ପରୀକ୍ଷା ନିୟନ୍ତ୍ରକ ଡ.ଜୀବେନ୍ଦୁ କୁମାର ମନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀମାନେ ଡ.ଗିରିଙ୍କ ଯୋଗଦନାକୁ ସ୍ବାଗତ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri