ଉଜୁଡୁଛି ଭୂପ୍ରକୃତି, ଠିକା ସଂସ୍ଥା ମାଲାମାଲ

କେନ୍ଦୁଝର, ୨୯।୯ (ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ଶତାଧିକ ବେଆଇନ ପଥର ଖଣି ଓ କ୍ରଶର ୟୁନିଟ ଚାଲୁଥିବାରୁ ସରକାର ବିପୁଳ ରାଜସ୍ବ ହରାଇବା ସହ ଜଙ୍ଗଲ ଓ ପରିବେଶ କ୍ରମାଗତ ନଷ୍ଟ ହେଉଛି। କେତେକ ସ୍ଥାନରେ ନାମକୁମାତ୍ର ପଥର ଖଣି ନିଲାମ ଦିଆଯାଉଥିବା ବେଳେ ଅନେକ ସ୍ଥାନରେ ଥିବା ଖଣି ଉତ୍ସରୁ ବେଆଇନ ଭାବେ ପଥର ଖନନ କରାଯାଇ ଭୂପ୍ରକୃତିକୁ ଲୁଣ୍ଠନ କରାଯାଉଛି। କ୍ରଶର ୟୁନିଟରେ ଏସବୁ ପଥରରୁ ଚିପ୍ସ ଓ ମେଟାଲ ପ୍ରସ୍ତୁତ କରି ବିଭିନ୍ନ ନିର୍ମାଣ କାର୍ଯ୍ୟ ଲାଗି ଯୋଗାଇ ଦିଆଯାଉଛି। ଏବେ ସରକାରଙ୍କ ବିଭାଗ ଅଧୀନରେ ରାସ୍ତାଘାଟ, ବନ୍ଧବାଡ,କେନାଲ ଓ ଘର ଆଦି ନିର୍ମାଣ କାର୍ଯ୍ୟ ହେଉଥିବାରୁ ଏସବୁ ନିର୍ମାଣ ସାମଗ୍ରୀର ଚାହିଦା ବଢିଛି। ଏହାର ସୁଯୋଗ ନେଇ ପଥର ବେପାରୀମାନେ ମୁନାଫା ଉଠାଉଛନ୍ତି। ତହସିଲ କର୍ତ୍ତୃପକ୍ଷ ଚୋରା ପଥର କାରବାର ରୋକିବାକୁ ଧରପଗଡ କରୁଥିଲେ ମଧ୍ୟ କେବଳ ଜରିମାନା ଆଦାୟ କରି ଗାଡି ଛାଡି ଦେଉଥିବା ଲକ୍ଷ୍ୟ କରାଯାଉଛି। ବେଆଇନ ଭାବେ ଖୋଳାଯାଇ ଅଣାଯାଉଥିବା ପଥରର ମୂଲ୍ୟ କାହାଠାରୁ ଆଦାୟ କରାଯାଉ ନାହଁ। ଅନ୍ୟପକ୍ଷେ ଜିଲାରେ ଥିବା ଅନେକ ପଥର ଖଣିକୁ ନିଲାମ କରାଯାଉ ନ ଥିବାରୁ ସେଠାରୁ ବେଧଡକ ଚୋରା କାରବାର ବଢି ଚାଲିଛି। ଏଭଳି ପରିସ୍ଥିତିରେ ଏହି ଜିଲାରେ ବ୍ୟାପକ ରାଜସ୍ବ ଠକେଇ ହେଉଥିବା ଅଭିଯୋଗ ହେଉଛି।
ଉଲ୍ଲେଖନୀୟ ଯେ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯାଉଥିବାରୁ ଏଭଳି ରାଜସ୍ବ ଠକେଇ ରୋକିବାକୁ ସମ୍ପୃକ୍ତ ବିଭାଗ ନିକଟରେ ଦାବି କରାଯାଇଥିଲା। ଏ ଦିଗରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରି କୌଣସି ସୁଫଳ ନ ମିଳିବାରୁ ଶେଷରେ ଶଶୀଭୂଷଣ ପଟ୍ଟନାୟକ ନାମକ ଜଣେ ସୂଚନା କର୍ମୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ା ଉଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବା ଲାଗି କେନ୍ଦୁଝର ଜିଲାପାଳଙ୍କୁ ଆଦେଶ ଦେଇଥିଲେ ା ତଦନୁଯାୟୀ ଜିଲାପାଳ ଆଶିଷ ଥାକରେ ଏଠାରେ ଅଭିଯୋଗକାରୀଙ୍କ ଆପତ୍ତି ଶୁଣିବା ପରେ ଓଡ଼ିଶା ମାଇନିଂ ଆଣ୍ଡ ମିନେରାଲ କନସେସନ ରୁଲ୍‌ ୨୦୧୬ର ୫୮ ଧାରା ଅନୁଯାୟୀ ନୀତିନିୟମ ପାଳନ କରି ରାଜସ୍ବ ଆଦାୟ କରିବାକୁ ଗତ ଜୁଲାଇ ୮ ତାରିଖରେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏ ବାବଦରେ ସେ ହାଇକୋର୍ଟଙ୍କୁ ମଧ୍ୟ ଜଣାଇଥିଲେ। ଏ ବାବଦରେ ଯେପରି ସରକାରଙ୍କ ରାଜସ୍ବ ହାନି ନ ହୁଏ ସେଦିଗରେ ଉଚିତ ପଦକ୍ଷେପ ନେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ। ଏହାପରେ ଅଢେଇମାସରୁ ଅଧିକ ଦିନ ଅତିକ୍ରମ କରି ସାରିଲାଣି। ସମ୍ପୃକ୍ତ ବିଭାଗ ଏ ନେଇ ଉଚ୍ଚ ଅଧିକାରୀଙ୍କ ମତାମତ ଲୋଡା ଯାଇଥିବା କହି ନୀରବତା ଅବଲମ୍ବନ କରୁଥିବାରୁ ଅଦ୍ୟାବଧି ଚୋରା ଚାଲାଣକାରୀଙ୍କଠାରୁ ନିର୍ମାଣ ସାମଗ୍ରୀର ମୂଲ୍ୟ ଆଦାୟ ହୋଇପାରୁ ନାହିଁ । ମେଟାଲ, ଚିପସ, ବାଲି ଆଦି ଲଘୁ ଖଣିଜ ଦ୍ରବ୍ୟ ବାବଦକୁ ଜିଲାରେ ରୟାଲ୍‌ଟି ଆଦାୟ ହେଉଥିଲେ ବି ଅଣ ଅନୁମୋଦିନ ସ୍ଥାନରୁ ଅଣାଯାଉଥିବା ସାମଗ୍ରୀର ମୂଲ୍ୟ ଆଦାୟ ନ ହେବା ବିଡମ୍ବନାର କାରଣ ପାଲଟିଛି। ସରକାର ଏଥିଲାଗି ରାଜସ୍ବ ହରାଉଥିବା ବେଳେ କେବଳ ଠିକା ସଂସ୍ଥା ମାଲାମାଲ ହେଉଛନ୍ତି। ଏ ସମ୍ପର୍କରେ କେନ୍ଦୁଝର ଅତିରିକ୍ତ ଜିଲାପାଳ ଡ. ଭକ୍ତଚରଣ ପ୍ରଧାନଙ୍କୁ ପଚାରିବାରୁ କହିଛନ୍ତି, ରୟାଲିଟି ସହିତ ଲଘୁ ଖଣିଜ ଦ୍ରବ୍ୟର ମୂଲ୍ୟ ଆଦାୟ ହେବା କଥା। ଏ ଦିଗରେ ସେ ଦୃଷ୍ଟି ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

ତାମିଲନାଡୁରେ ୬ ଦାଦନ ଶ୍ରମିକ ଅଟକ ଅଭିଯୋଗ: ଉଦ୍ଧାର ପାଇଁ ନିବେଦନ

ପାଟଣା,୧୯ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତ ଖଲିଆରୀପାଟ ନୂଆଗାଁ ଗ୍ରାମର ୬ଜଣ ଶ୍ରମିକ ତାମିଲନାଡୁର ଚେନ୍ନାଇସ୍ଥିତ ଏକ ଟାୟାର କାରଖାନାରେ ଦାଦନ ଖଟିବାକୁ…

ହାଟଡିହୀ: ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ସମ୍ବର୍ଦ୍ଧିତ, ଛୁଟିଛି ଶୁଭେଚ୍ଛାର…

ହାଟଡିହୀ/ଛେନାପଦୀ,୧୮।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ…

ବଡ଼ରମ୍ପାସ ସେବା ସମବାୟ ସମିତି ପରିଚାଳନା କମିଟିକୁ ନିଲମ୍ବନ କଲେ ଡିଆରସିଏସ

ହାଟଡିହୀ/ଛେନାପଦୀ,୧୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବଡ଼ରମ୍ପାସ ସେବା ସମବାୟ ସମିତିର ପରିଚାଳନା କମିଟିକୁ ନିଲମ୍ବନ କରାଯାଇଛି। କେନ୍ଦୁଝର ଡିଆରସିଏସ (ଡେପୁଟି ରେଜିଷ୍ଟ୍ରାର…

ବନ୍ୟାରେ ଭାଙ୍ଗିଲା ପୋଲ, ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର,୧୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ନଦୀ, ନାଳରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହ ହେଉଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri