ଇରିଙ୍ଗାଝରଣରେ ବେଲଟିକିରିର ପୁନରାବୃତ୍ତି: ମିଥ୍ୟା ତଥ୍ୟ ଦେଇଥିଲା ଶିଶୁ ସୁରକ୍ଷା ବିଭାଗ

ଢେଙ୍କାନାଳ ଅଫିସ, ୧୨ା୭- ବେଲଟିକିରି ସେଲ୍‌ଟର ହୋମ୍‌ ଅନ୍ତେବାସୀ ନିର୍ଯାତନା ଘଟଣାରୁ କିଛି ଶିଖିଲାନି ଢେଙ୍କାନାଳ ଜିଲା ଶିଶୁ ସୁରକ୍ଷା ବିଭାଗ। ଶିଶୁ ନିର୍ଯାତନା ଭଳି ସମ୍ବେଦନଶୀଳ ଘଟଣାକୁ ଅତ୍ୟନ୍ତ ଖାମଖିଆଲ ଭାବେ ନେଲେ ବିଭାଗୀୟ ଅଧିକାରୀ। ଏପରି କି ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ସରକାରଙ୍କୁ ଦେଲେ ମିଥ୍ୟା ତଥ୍ୟ। ଜିଲାରେ ଗୋଟିଏ ବି ଆଶ୍ରମ ସ୍କୁଲ ବେଆଇନ ଭାବେ ଚାଲୁ ନ ଥିବା କାଗଜପତ୍ରରେ ଦର୍ଶାଇ ସାବାସି ମଧ୍ୟ ନେଲେ। ହେଲେ କଙ୍କଡ଼ାହାଡ଼ ବ୍ଲକ ଇରିଙ୍ଗାଝରଣସ୍ଥିତ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଗୁରୁକୁଳ ଆଶ୍ରମ ସ୍କୁଲର ଗଫଲତି ପଦାକୁ ଆସିବା ପରେ ସରକାରଙ୍କୁ ପ୍ରଦତ୍ତ ତଥ୍ୟରେ ସତ୍ୟତା ନ ଥିବା ସ୍ପଷ୍ଟ ହୋଇଛି। ଏହା ପରେ ଜିଲା ଶିଶୁ ସୁରକ୍ଷା ବିଭାଗର କାର୍ଯ୍ୟଦକ୍ଷତା ଉପରେ ପୁଣି ଥରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
୨୦୧୮ ନଭେମ୍ବର ୨୭ରେ ସଦର ବ୍ଲକ ବେଲଟିକିରିରେ ବେଆଇନ ଭାବେ ଚାଲିଥିବା ସେଲ୍‌ଟର ହୋମ୍‌ରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣା ଢେଙ୍କାନାଳକୁ ଜାତୀୟସ୍ତରରେ ଚର୍ଚ୍ଚାର ଶିରୋନାମାକୁ ଆଣିଥିଲା। ଏହି ଘଟଣାରେ ସେଲ୍‌ଟର ହୋମ ମୁଖ୍ୟ ଫୟାଜ ରହମାନଙ୍କ ସମେତ ୩ ଜଣ ଗିରଫ ହୋଇଥିଲେ। ୯୪ ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କରି ଅଭିଭାବକଙ୍କ ଜିମା ଦେଇଥିଲା ପ୍ରଶାସନ। ଏପରି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ବେଶ୍‌ ତତ୍ପରତା ଦେଖାଇଥିଲେ। ଜିଲାରେ ଚାଲୁଥିବା ସେଲ୍‌ଟର ହୋମ୍‌, ଆଶ୍ରମ ସ୍କୁଲଗୁଡିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଥିଲା। ତଦନୁଯାୟୀ ଢେଙ୍କାନାଳ ଜିଲା ଶିଶୁ ସୁରକ୍ଷା ବିଭାଗ ସରକାରଙ୍କୁ ତଥ୍ୟ ଦେଇଥିଲା। ବେଲଟିକିରି ପରେ ଜିଲାରେ ବେଆଇନ ଭାବେ କୌଣସି ସେଲ୍‌ଟର ହୋମ୍‌ କିମ୍ବା ଆଶ୍ରମ ଚାଲୁନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା। ହେଲେ ୨୩ ବର୍ଷ ଧରି ଆଦିବାସୀବହୁଳ କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଞ୍ଚାୟତ ଅନ୍ତର୍ଗତ ଇରିଙ୍ଗାଝରଣରେ ସରକାରୀ ନିୟମ ଉଲ୍ଲଂଘନ କରି ଚାଲିଥିବା ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଗୁରୁକୁଳ ଆଶ୍ରମ କିପରି ଶିଶୁ ସୁରକ୍ଷା ବିଭାଗ କିମ୍ବା ପ୍ରଶାସନ ନଜରକୁ ଆସିଲାନି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲାରେ ଠିକ୍‌ ଭାବେ ଯାଞ୍ଚ ହୋଇ ନ ଥିବାରୁ ଏପରି ଅବ୍ୟବସ୍ଥା ଦେଖାଦେଇଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ସରକାରଙ୍କୁ ମିଥ୍ୟା ରିପୋର୍ଟ ପ୍ରଦାନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ଉକ୍ତ ଆଶ୍ରମ ସ୍କୁଲ ୧୯୯୩ରୁ ଚାଲିଥିଲା। ଏଠାରେ ପ୍ରଥମରୁ ସପ୍ତମ ଯାଏ ପଢ଼ିବା ବ୍ୟବସ୍ଥା ରହିଥିଲା। ରାଜ୍ୟର ବିଭିନ୍ନ ଜିଲାରୁ ୧୩୨ ଜଣ ଛାତ୍ରୀଛାତ୍ର ପଢୁଥିଲେ। ଗତ ଜୁଲାଇ ୨ରେ ଯୋଡ଼ା ଅଞ୍ଚଳର ଛାତ୍ର ଶମ୍ଭୁନାଥ ନାଏକଙ୍କ ମୃତ୍ୟୁ ପରେ ଆଶ୍ରମ ବିଦ୍ୟାଳୟର କଳାକାରନାମା ପଦାକୁ ଆସିଥିଲା। ଏହାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ନୂତନ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା। ତଦନ୍ତ ବେଳେ ଅସ୍ବାସ୍ଥ୍ୟକର ପରିବେଶରେ ଅନ୍ତେବାସୀ ରହୁଥିବା ଜଣାପଡ଼ିଥିଲା। ଏହାପରେ ଗୁରୁବାର ସ୍କୁଲରେ ପଢୁଥିବା ୬୨ଜଣ ଛାତ୍ରୀଛାତ୍ରଙ୍କୁ ପ୍ରଶାସନ ଉଦ୍ଧାର କରିଛି।
ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲା। ହେଲେ ଅସୁସ୍ଥତା ଦର୍ଶାଇ ସେ ପ୍ରସଙ୍ଗ ଏଡ଼ାଇ ଯାଇଥିଲେ। ଏ ସମ୍ପର୍କରେ ବିଇଓଙ୍କୁ ପଚାରନ୍ତୁ ବୋଲି କହିଥିଲେ। ଜିଲା ଶିଶୁ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଏପରି ଦାୟିତ୍ୱହୀନ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ସାମାଜିକ କର୍ମୀ। ଏ ସଂକ୍ରାନ୍ତରେ କଙ୍କଡ଼ାହାଡ଼ ବ୍ଲକ ଦାୟିତ୍ୱରେ ଥିବା ପରଜଙ୍ଗ ବିଇଓ ହରିହର ଦେହୁରୀ କୁହନ୍ତି, ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଗୁରୁକୁଳ ଆଶ୍ରମ ବେଆଇନ ଭାବେ ଚାଲୁଥିବା ଜଣାପଡ଼ିବା ପରେ ୫ମାସ ତଳେ ଚିଠି ଲେଖି ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଶାସନିକ ନିର୍ଦ୍ଦେଶକୁ ବେଖାତିର କରି ଆସୁଥିବା ସେ ସୂଚନା ଦେଇଛନ୍ତି।
ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜିଲାପାଳ
ଉକ୍ତ ଆଶ୍ରମ ସ୍କୁଲ ବେଆଇନ ଭାବେ ଚାଲିଥିଲା। ଘଟଣା ପଦାକୁ ଆସିବା ପରେ ପିଲାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଅଭିଭାବକଙ୍କୁ ଡକାଇ ଆଲୋଚନା କରାଯିବ। ଏହାପରେ ଛାତ୍ରୀଛାତ୍ରଙ୍କୁ ଆବଶ୍ୟକତା ଅନୁଯାୟୀ ଥଇଥାନ କରାଯିବ। ବାହାର ଜିଲାରୁ ମଧ୍ୟ ଅନେକ ଛାତ୍ରୀଛାତ୍ର ସେଠାରେ ପାଠ ପଢ଼ୁଥିଲେ। ଏ ନେଇ ସମ୍ପୃକ୍ତ ଜିଲାର ଜିଲାପାଳଙ୍କ ସହ କଥାବାର୍ତ୍ତା କରାଯିବ ବୋଲି ଢେଙ୍କାନାଳ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି। ମିଥ୍ୟା ତଥ୍ୟ ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜିଲାପାଳ କହିଲେ, ସେ ଜୁନ୍‌ ୩ରେ ଦାୟିତ୍ୱ ଗ୍ରହଣ କରିଛି। ପୂର୍ବ ଘଟଣା ସମ୍ପର୍କରେ ଧାରଣା ନାହିଁ। ଆଗକୁ ଏପରି ଅବହେଳା ବରଦାସ୍ତ କରାଯିବନି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri