ଇରାକ ପାର୍ଲାମେଣ୍ଟରେ ସହମତି: ବିଦା ହେବେ ଆମେରିକା ସୈନ୍ୟ

ବେରୁଟ,୬ା୧(ଏପି): ଇରାକରୁ ଆମେରିକା ସୈନ୍ୟଙ୍କୁ ବିଦା କରାଯିବ। ଦେଶରୁ ଆମେରିକା ସେନାକୁ ବିତାଡ଼ିତ କରିବା ପାଇଁ ରବିବାର ଇରାକ ପାର୍ଲାମେଣ୍ଟରେ ସହମତି ପ୍ରକାଶ ପାଇଛି।
ପାର୍ଲାମେଣ୍ଟ ସଦସ୍ୟମାନେ ଦେଶରୁ ବିଦେଶୀ ସାମରିକ ଉପସ୍ଥିତି ହଟାଇବା ପାଇଁ ଅଣାଯାଇଥିବା ଏକ ସଂକଳ୍ପନାମା ସପକ୍ଷରେ ଭୋଟ ଦେଇଛନ୍ତି। ଇରାକର ବିଭିନ୍ନ ଭାଗରେ ଥିବା ୫,୦୦୦ ଆମେରିକୀୟ ସୈନ୍ୟଙ୍କୁ ଆମେରିକାକୁ ପ୍ରତ୍ୟାହାର କରାଇବା ସକାଶେ ଅଣାଯାଇଥିବା ଏହି ସଂକଳ୍ପନାମାକୁ ସଂଖ୍ୟାଗରିଷ୍ଠ ଶିୟା ସଦସ୍ୟ ସମର୍ଥନ କରିଛନ୍ତି। ଇରାନ ସେନା କମାଣ୍ଡର ଜେନେରାଲ କାସିମ୍‌ ସୋଲେମାନୀଙ୍କୁ ଇରାକ୍‌ ବିମାନବନ୍ଦରରେ ଶୁକ୍ରବାର ଆମେରିକା ରକେଟ ମାଡ଼ କରି ହତ୍ୟା କରିଥିଲା। ଏହାକୁ ନେଇ କ୍ଷେତ୍ରୀୟ ଉତ୍ତେଜନା ବୃଦ୍ଧିପାଇଥିବାରୁ ଇରାକ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ପ୍ରକାଶ ଯେ, ଇରାକରେ ଇସ୍‌ଲାମିକ୍‌ ଷ୍ଟେଟ (ଆଇଏସ୍‌) ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇରେ ସହଯୋଗ କରିବା ପାଇଁ ୪ ବର୍ଷ ତଳେ ଓ୍ବାଶିଂଟନ ପକ୍ଷରୁ ସେଠାକୁ ସୈନ୍ୟ ପଠାଯାଇଥିଲା। ଅନ୍ୟପକ୍ଷରେ ଆମେରିକା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ୍‌ ବିରୋଧରେ ଇରାକ ଜାତିସଂଘରେ ଫେରାଦ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦରେ ଏନେଇ ଦୁଇଟି ଅଭିଯୋଗପତ୍ର ଦାଖଲ କରାଯାଇଥିବା ଇରାକ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
:


Enter your email to get our daily news in your inbox.

All Right Reserved By Dharitri.Com

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri