Posted inTrending, ଖେଳ

ଇତିହାସ ରଚିଲେ ମିଜୋରାମ ବ୍ୟାଟର ଚିନ୍ମୟ ସୁତାର: ଭାଙ୍ଗିଲେ ୧୦୩ ବର୍ଷର ପୁରୁଣା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୬।୧୧: ଭାରତୀୟ ଘରୋଇ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ମିଜୋରାମର ବ୍ୟାଟର ଚିନ୍ମୟ ସୁତାର। ରଣଜୀ ଟ୍ରଫି ୨୦୨୬-୨୭ର ପ୍ଲେଟ ଗ୍ରୁପ୍‌ରେ ଖେଳୁଥିବା ଚିନ୍ମୟ ୧୦୩ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ନିଜ ନାଁରେ ଏକ ବିଶ୍ୱ ରେକର୍ଡ କରିଛନ୍ତି। ମାତ୍ର ୫ଟି ଫାର୍ଷ୍ଟ କ୍ଲାସ ଇନିଂସରେ ସେ ୮୩୪ ରନ ସଂଗ୍ରହ କରିଛନ୍ତି। ୨୦୮.୫୦ର ଚମତ୍କାର ହାରରେ ରନ କରିଥିବା ଚିନ୍ମୟଙ୍କ ବ୍ୟାଟ୍‌ରୁ ୨ଟି ଶତକ ଆସିଛି। ଏଥିସହ ନାଗାଲାଣ୍ଡ ବିପକ୍ଷରେ ସେ ଅପରାଜିତ ୪୦୦ ରନ୍‌ର ଐତିହାସିକ ଇନିଂସ ଖେଳିଛନ୍ତି।

ଏହି ରେକର୍ଡ ସହ ସେ ଅଷ୍ଟ୍ରେଲିଆର ପୂର୍ବତନ ମହାନ ବ୍ୟାଟର ବିଲ ପନ୍ସଫୋର୍ଡଙ୍କୁ ପଛରେ ପକାଇଛନ୍ତି। ପନ୍ସଫୋର୍ଡ ୧୯୨୧ରୁ ୧୯୨୩ ମଧ୍ୟରେ ନିଜର ପ୍ରଥମ ୫ଟି ଫାର୍ଷ୍ଟ କ୍ଲାସ ଇନିଂସରେ ୭୨୪ ରନ କରିଥିଲେ। ଦୀର୍ଘ ୧୦୩ ବର୍ଷ ପରେ ଚିନ୍ମୟ ୮୩୪ ରନ କରି ଏହି ରେକର୍ଡକୁ ଭାଙ୍ଗିଛନ୍ତି। ୨୯ ବର୍ଷୀୟ ଚିନ୍ମୟଙ୍କ ଏହି ଅସାଧାରଣ ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଦଳରେ ସୁଯୋଗ ଦେବାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ଚିନ୍ମୟ ଏବେ ପ୍ରଥମ ୫ଟି ଫାର୍ଷ୍ଟ କ୍ଲାସ ଇନିଂସରେ ୮୩୪ ରନ କରିସାରିଛନ୍ତି। ତାଙ୍କର ପରବର୍ତ୍ତୀ ଅର୍ଥାତ୍ ଷଷ୍ଠ ଇନିଂସରେ ଯଦି ସେ ଖାତା ଖୋଲି ନ ପାରନ୍ତି, ତଥାପି ପ୍ରଥମ ୬ଟି ଇନିଂସରେ ସର୍ବାଧିକ ରନ କରିବାର ରେକର୍ଡ ତାଙ୍କ ନାଁରେ ରହିବ। ଏହା ପୂର୍ବରୁ ଆଫଗାନିସ୍ତାନର ବଶୀର ଶାହଙ୍କ ନାଁରେ ପ୍ରଥମ ୬ଟି ଫାର୍ଷ୍ଟ କ୍ଲାସ ଇନିଂସରେ ୮୩୧ ରନ କରିବାର ରେକର୍ଡ ରହିଥିଲା। ଚିନ୍ମୟ ମାତ୍ର ୫ଟି ଇନିଂସରେ ୮୩୪ ରନ କରି ଏହି ରେକର୍ଡକୁ ମଧ୍ୟ ଅତିକ୍ରମ କରିଛନ୍ତି।

ଚିନ୍ମୟଙ୍କ ଏହି ସଫଳତା ପଛରେ ରହିଛି ଲଗାତାର ଦମ୍‌ଦାର ପ୍ରଦର୍ଶନ। ଅକ୍ଟୋବର ୧୧ ତାରିଖରେ ମଣିପୁର ବିପକ୍ଷରେ ସେ ଫାର୍ଷ୍ଟ କ୍ଲାସ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ଡେବ୍ୟୁ ମ୍ୟାଚର ଦୁଇଟି ଇନିଂସରେ ସେ ଯଥାକ୍ରମେ ୩୫ ଏବଂ ୯୯ ରନ କରିଥିଲେ। ଦ୍ୱିତୀୟ ଇନିଂସରେ ମାତ୍ର ଗୋଟିଏ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ।

ତେବେ ନାଗାଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ସେ ଏହି ଅଭାବକୁ ପୂରଣ କରିବା ସହ ଅପରାଜିତ ୪୦୦ ରନ୍‌ର ବିଶାଳ ଇନିଂସ ଖେଳିଥିଲେ। ଏହି ପାଳି ସହ ରଣଜୀ ଟ୍ରଫି ଇତିହାସରେ ଗୋଟିଏ ଇନିଂସରେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଖେଳାଳି ହୋଇଥିଲେ। ଏହାପରେ ମଧ୍ୟ ଚିନ୍ମୟଙ୍କ ବ୍ୟାଟ୍‌ର ରନ ବର୍ଷା ଜାରି ରହିଥିଲା। ମେଘାଳୟ ବିପକ୍ଷରେ ୧୨୫ ରନ୍‌ର ଶତକୀୟ ଇନିଂସ ଖେଳିଥିବା ବେଳେ ଅରୁଣାଚଳ ପ୍ରଦେଶ ବିପକ୍ଷ ଚତୁର୍ଥ ମ୍ୟାଚ୍‌ରେ ୧୭୫ ରନ କରିଥିଲେ। ଲଗାତାର ଏଭଳି ଚମତ୍କାର ପ୍ରଦର୍ଶନ କରି ଚିନ୍ମୟ ଏବେ ଭାରତୀୟ କ୍ରିକେଟ୍‌ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

IPLରେ ୪୦ କୋଟିର ବ୍ଲାକ୍‌ମେଲ୍‌! ମାଲିକଙ୍କ ହୋଶ୍‌ ଉଡ଼ାଇଲେ ଷ୍ଟାର ଖେଳାଳି, ଦେଉଛନି ଧମକ

ନୂଆଦିଲ୍ଲୀ,୬।୧୧: ଆଇପିଏଲ ଫ୍ରାଞ୍ଚାଇଜି ମାଲିକଙ୍କ ମୁଣ୍ଡବ୍ୟଥା ବଢ଼ାଇଛନ୍ତି କିଛି ଷ୍ଟାର ଖେଳାଳି। ଆଇପିଏଲ୍‌ର ଆଗାମୀ ନିଲାମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖେଳାଳିଙ୍କ ରିଟେନ୍ସନ ଫି’କୁ…

ସମ୍ପର୍କରେ ରକ୍ତର ଛିଟା, ମାମୁଁଙ୍କୁ ତେଣ୍ଟା ଭୁସି ହତ୍ୟା

ଆଳି,୬।୧୧(ବନମାଳୀ ସେନାପତି): ତେଣ୍ଟା ଭୁସି ମାମୁଁଙ୍କୁ ହତ୍ୟା କଲେ ଭଣଜା ଓ ସମ୍ପର୍କୀୟ ପୁତୁରା । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି…

ଡ୍ରଗ୍ସ ଟେଷ୍ଟରେ ଧରାପଡ଼ିଲେ ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର: କ୍ରିକେଟ୍‌ ଜଗତ ଲଜ୍ଜିତ, ଇସିବି କଲା ବାସନ୍ଦ

ସିଡନୀ,୬।୧୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର କ୍ରିସ ଲିନ ଡ୍ରଗ୍ସ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କ ଶରୀରରେ କୋକେନ ସେବନର ପ୍ରମାଣ ମିଳିବା ପରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ…

ନିର୍ବାଚନୀ ପ୍ରଭାବ, ମସ୍କଙ୍କ କମ୍ପାନୀର ବଜାର ମୂଲ୍ୟରେ ୧୩୦ ବିଲିୟନ ଡଲାର ହ୍ରାସ

ୱାଶିଂଟନ,୬।୧୧: ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଫଳାଫଳ ବୈଶ୍ୱିକ ପୁଞ୍ଜି ବଜାର ଉପରେ ତ୍ୱରିତ ପରିବର୍ତ୍ତନ ଆଣିଛି। କେବଳ ବାହାର ଦେଶ ନୁହେଁ, ଆମେରିକା ଶେୟାର ଓ ପୁଞ୍ଜି…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ହାସଲ କଲା ଧମାକାଦାର ବିଜୟ

ନୂଆଦିଲ୍ଲୀ,୬।୧୧: SAFF ଚାମ୍ପିୟନଶିପ ୨୦୨୬ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଫୁଟବଲ ଟିମ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୨ ଗୋଲ୍‌ରେ ପରାସ୍ତ କରିଛି…

ସମ୍ପତ୍ତି, କ୍ଷମତା ଓ ନେତା

ଅଧିକାଂଶ ଲୋକଙ୍କ ପାଇଁ, ‘ଓଲିଗାର୍କ’(ପ୍ରଭାବଶାଳୀ ଧନିକତନ୍ତ୍ରୀ ଗୋଷ୍ଠୀ) ଶବ୍ଦଟି ରୁଷୀୟ ଆଭିଜାତ୍ୟ ବର୍ଗକୁ ସୂଚିତ କରେ, ଯେଉଁମାନେ ସୋଭଏଟ୍‌ ସଂଘ ପତନ ପରେ ବିପୁଳ ସମ୍ପତ୍ତି ଅର୍ଜନ…

ଆନ୍ଧ୍ରକୁ ଭୋଟ ଦେଇଥିବା ଲୋକ ଓଡ଼ିଶାରେ ରୁହ ନାହିଁ: ଲୋକଙ୍କୁ ରୋକଠୋକ ଶୁଣାଇଦେଲେ ତାରା-ଭୃଗୁ

ପଟ୍ଟାଙ୍ଗି,୬ା୧୧(ଶରତ କୁମାର ଧଳ):ଆନ୍ଧ୍ରରେ ଭୋଟ ଦେଇ ଫେରିଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତର ସୀମାନ୍ତ ଗଁାର କେତେଜଣ ଲୋକଙ୍କ ପ୍ରତି ଜୟପୁର ବିଧାୟକ ତାରାପ୍ରସାଦ…

ଏକ ବର୍ଷ ପରେ ରେଡ୍‌ ବଲ୍‌ କ୍ରିକେଟ୍‌କୁ ଫେରିବେ ବୁମ୍‌ରା, ଖେଳିବେ ଏହି ମ୍ୟାଚ୍

ନୂଆଦିଲ୍ଲୀ,୬।୧୧: ଦୀର୍ଘଦିନ ଧରି ରେଡ୍‌ ବଲ୍‌ କ୍ରିକେଟ୍‌ରୁ ଦୂରରେ ଥିବା ଭାରତୀୟ ଦଳର ଷ୍ଟାର୍‌ ଫାଷ୍ଟ ବୋଲର୍‌ ଜସପ୍ରୀତ ବୁମ୍‌ରା ଏବେ ପୁଣି ଟେଷ୍ଟ କ୍ରିକେଟ୍‌କୁ ଫେରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?