Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଦମଦାର ବିଜୟ ସହ ଗୋଆର ଅଭିଯାନ

ଗୋଆ,୨୪।୧୦(ପି.ଟି.): ଚଳିତ ହିରୋ ଇଣ୍ଡିଆନ ସୁପର ଲିଗରେ ଏକ ଦମଦାର ବିଜୟ ସହିତ ଅଭିଯାନ ଆରମ୍ଭ କରିଛି ଗତ ବର୍ଷର ରନର୍ସଅପ ଏଫସି ଗୋଆ I ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଘରୋଇ ଦଳ ଗୋଆ ୩-୦ ଗୋଲରେ ଚେନ୍ନାଇୟିନ ଏଫସିକୁ ପରାସ୍ତ କରିଛି। ଗୋଆ ପ୍ରଥମାର୍ଦ୍ଧରେ ଗୋଟିଏ ଏବଂ ଦ୍ୱିତୀୟାର୍ଦ୍ଧରେ ଦୁଇଟି ଗୋଲ ସ୍କୋର କରିଥିଲା I
ଗୋଆ ଦଳ ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଆପଣାଇ ତୃତୀୟ ମିନିଟରେ ଗୋଲ ଦେବାର ସୁଯୋଗ ସୃଷ୍ଟି କରିଥିଲା I କିନ୍ତୁ ମର୍ଟଡା ଫଲ ବାଇସାଇକେଲ ଶଟ୍‌ ଜରିଆରେ କରିଥିବା ଉଦ୍ୟମ ବ୍ୟର୍ଥ ହୋଇଥିଲା I ୧୫ତମ ମିନିଟରେ ଗୋଆର ଲେନି ରଡରିଗସଙ୍କୁ ବିପଜ୍ଜନକ ଖେଳ ପାଇଁ ରେଫରି ହଳଦିଆ କାର୍ଡ ଦେଖାଇଥିଲେ I ପ୍ରଥମାର୍ଦ୍ଧରେ ଚେନ୍ନାଇୟିନ ଗୋଲରକ୍ଷକ ବିଶାଳ କାଇଥ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ଏକାଧିକ ବିପଦରୁ ରକ୍ଷା କରିଥିଲେ I ଚେନ୍ନାଇୟିନ ଦଳ ମଧ୍ୟ ଗୋଲ ଦେବାର ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ସଫଳ ହୋଇ ନ ଥିଲା I
୩୦ତମ ମିନିଟରେ ଲେନ ଡଙ୍ଗେଲ ମ୍ୟାଚର ପ୍ରଥମ ଗୋଲ ଦେଇ ହାଫ୍‌ ଟାଇମ୍‌ ସୁଦ୍ଧା ଗୋଆକୁ ୧-୦ ରେ ଅଗ୍ରଣୀ କରାଇଥିଲେ I ଆଇଏସଏଲରେ ଏହା ଥିଲା ତାଙ୍କର ଅଷ୍ଟମ ଗୋଲ I ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଗୋଆ ଦଳ ତା’ର ଆକ୍ରମଣ ଜାରି ରଖି ପ୍ରତିପକ୍ଷ ଉପରେ ପ୍ରବଳ ଚାପ ପକାଇଥିଲା I ବିଶେଷକରି ଫେରାନ କରୋମିଆନ୍ସ ଓ ଲେନ ଡଙ୍ଗେଲଙ୍କ ଯୋଡି ଚେନ୍ନାଇୟିନ ସମସ୍ୟାରେ ପକାଇଥିଲେ I ମ୍ୟାଚର ୬୨ତମ ମିନିଟରେ କରୋମିଆନ୍ସ ଗୋଆ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ I
ଘରୋଇ ଦଳ ୨-୦ରେ ଅଗ୍ରଣୀ ହେବା ପରେ ମଧ୍ୟ ଆକ୍ରମଣାତ୍ମ ଖେଳ ଜାରି ରଖିଥିଲା। ମ୍ୟାଚ୍‌ର ୮୧ତମ ମିନିଟରେ କାର୍ଲସ ପେନା ଦଳ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିଥିଲେ ଓ ଦଳକୁ ବୃହତ୍‌ ବିଜୟ ପ୍ରଦାନ କରିଥିଲେ। ଗୋଆ ଗୋଲରକ୍ଷକ ମହମ୍ମଦ ନୱାଜ ମ୍ୟାଚର ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହିପରି ତାଙ୍କ ସାଥି ଖେଳାଳି ସେରିଟନ ଫର୍ନାଣ୍ଡେଜ ହିରୋ ମ୍ୟାନ ଅଫ ଦି ପୁରସ୍କାର ଲାଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri