Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଘରୋଇ ସହରରେ ଓଡ଼ିଶା ଏଫ୍‌ସି ଖେଳିବ ପ୍ରଥମ ମ୍ୟାଚ୍‌

ଭୁବନେଶ୍ୱର,୨୭।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଓ ଜାମ୍‌ସେଦପୁର ଏଫସି ମୁହଁାମୁହିଁ ହେବେ। ଚଳିତ ସେସନରେ ଘରୋଇ ସହରରେ ଓଡ଼ିଶା ଏଫ୍‌ସି ତା’ର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି। ପୂର୍ବରୁ ପୁଣେରେ ଓଡ଼ିଶା ତା’ର ଘରୋଇ ମ୍ୟାଚ୍‌ ଖେଳୁଥିଲା। ବିଜୟ ନେଇ ଉଭୟ ଦଳ ବେଶ୍‌ ଆଶାବାଦୀ ଅଛନ୍ତି। ମ୍ୟାଚ୍‌ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଓଡ଼ିଶା ଏଫ୍‌ସି ହେଡ କୋଚ ଜୋସେଫ୍‌ ଗୋମ୍ବାଉ ଦଳର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଲିଗ୍‌ରେ ଏପର୍ଯ୍ୟନ୍ତ ଓଡ଼ିଶାର ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲେ ମଧ୍ୟ ଏହି ମ୍ୟାଚ୍‌ ଦଳ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଓଡ଼ିଶା ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଖେଳି ୨ ବିଜୟ, ୩ ଡ୍ର ଓ ୪ ପରାଜୟ ସହ ମୋଟ ୯ ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି। ତେଣୁ ଶ୍ରେଷ୍ଠ ୪ରେ ସ୍ଥାନ ପାଇବାକୁ ହେଲେ ଏହି ମ୍ୟାଚ୍‌ରେ ବିଜୟୀ ହେବାକୁ ପଡିବ ବୋଲି ଗୋମ୍ବାଉ ହୃଦୟଙ୍ଗମ କରିଛନ୍ତି। ମ୍ୟାଚ୍‌ ପାଇଁ ସ୍ବତନ୍ତ୍ର ରଣନୀତି ଅଭିଜ୍ଞ ଖେଳାଳିଙ୍କ ସହିତ ଦଳରେ ଯୁବ ଖେଳାଳିଙ୍କର ମଧ୍ୟ ସମାନ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। ଗତ ୩ଟି ମ୍ୟାଚ୍‌ରେ ଓଡ଼ିଶା ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଗୋଆଠାରୁ ପରାସ୍ତ ହୋଇ ହ୍ୟାଟ୍ରିକ ପରାଜୟ ବରଣ କରିଛି। ଗତ ମ୍ୟାଚ୍‌ରେ ଓଡ଼ିଶା ୩-୦ ଗୋଲରେ ଏଫ୍‌ସି ଗୋଆଠାରୁ ପରାସ୍ତ ହୋଇଥିଲା। ତେଣୁ ବିଜୟଧାରାକୁ ଫେରିବା ପାଇଁ ଆମେ ସବୁମତେ ପ୍ରୟାସ କରିବୁ ବୋଲି ସେ କହିଛନ୍ତି। ଡିଫେନ୍ସରେ ଥିବା ଦୁର୍ବଳାତକୁ ସେ ସ୍ବୀକାର କରିଛନ୍ତି। ଏଥିପାଇଁ ଅନ୍ତିମ ମୁହୂର୍ତ୍ତରେ ଗୋଲ ବରଣ କରୁଥିବାରୁ ଆମେ ଏହାକୁ ରୋକିବା ପାଇଁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। ୧୯ ବର୍ଷୀୟ ରାଇଟ୍‌ ବ୍ୟାକ୍‌ ଶୁଭମ ଷଡଙ୍ଗୀ ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ବୋଲି ସେ କହିଛନ୍ତି। ଯୁବ ଖେଳାଳିଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ ବୋଲି ସେ କହିଛନ୍ତି। ଭଲ ପାସ୍‌ ଦେବା ସହିତ ସୁଯୋଗ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ମ୍ୟାଚ୍‌ରେ ଜିତିଲେ ଖେଳାଳିଙ୍କ ଆତ୍ମବିଶ୍ୱାସ ଫେରିପାଇବ। ଭାରତରେ ବହୁ ପ୍ରତିଭାସନ୍ନ ଫୁଟବଲର ରହିଛନ୍ତି। ଆଗାମୀ ୧୦ ବର୍ଷରେ ଭାରତୀୟ ଫୁଟବଲ ଦୃଢ଼ ହେବେ। ଘରୋଇ ଦର୍ଶକଙ୍କ ସମର୍ଥନ ଦଳକୁ ଉତ୍ସାହିତ କରିବ। ଘରୋଇ ଗ୍ରାଉଣ୍ଡରେ ଆମେ ଏବେ କେତୋଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବାକୁ ଯାଉଛୁ ଓ ଏ ନେଇ ଆମେ ଉତ୍ସାହିତ ଅଛୁ। ଏହି ମ୍ୟାଚ୍‌ରେ ବିଜୟୀ ହେଲେ ଜାମସେଦପୁରଠାରୁ ଆମେ ମାତ୍ର ଗୋଟିଏ ପଏଣ୍ଟ ଦୂରରେ ରହିବୁ ବୋଲି ଗୋମ୍ବାଉ କହିଛନ୍ତି। ଖବରଦାତା ସମ୍ମିଳନୀରେ ଡିଫେଣ୍ଡର ଗୌରବ ବୋରା ଓ ଫରଓ୍ବାର୍ଡ ଡାନିଏଲ ଲାଲଲିମ୍ପୁଇଆ ଉପସ୍ଥିତ ରହି ଓଡ଼ିଶାର ବିଜୟ ନେଇ ଆଶାବାଦୀ ଥିବା କହିଛନ୍ତି। ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ କୋଚ୍‌ଙ୍କ ରଣନୀତିକୁ କାର୍ଯ୍ୟକାରୀ କରିବା ଆମର ମୂଳ ଲକ୍ଷ୍ୟ ବୋଲି ବୋରା କହିଛନ୍ତି। ସେହିପରି ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ଆଶା କରୁଛୁ ଓ ଯୋଜନା ଅନୁଯାୟୀ ଖେଳି ବିଜୟୀ ହେବୁ ବୋଲି ଡାନିଏଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri