Posted inଖେଳ

ଇଣ୍ଡିଆନ ସୁପର୍‌ ଲିଗ୍‌: ଘରୋଇ ଗ୍ରାଉଣ୍ଡରେ ୨ୟ ବିଜୟ ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର, ୬।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ୬ଷ୍ଠ ସଂସ୍କରଣର ଏକ ମୁକାବିଲାରେ ସୋମବାର ଘରୋଇ ଓଡ଼ିଶା ଏଫ୍‌ସି ୨ଥରର ଚାମ୍ପିୟନ ଚେନ୍ନାଇନ ଏଫ୍‌ସିକୁ ଭେଟିବାକୁ ଯାଉଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଚଳିତ ସିଜନରେ ଆଇଏସ୍‌ଏଲ୍‌ ପଦାର୍ପଣ କରିଥିବା ଭୁବନେଶ୍ୱର ଭିତ୍ତିକ ଏହି ଦଳ ଘରୋଇ ଗ୍ରାଉଣ୍ଡରେ ଏହା ୨ୟ ମୁକାବିଲା ହେବ। ପୂର୍ବରୁ ଓଡ଼ିଶା ଏଫ୍‌ସି ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫ୍‌ସିକୁ ୨-୧ ଗୋଲରେ ପରାସ୍ତ କରିଥିଲା। ତେଣୁ ସୋମବାର ଖେଳାଯିବାକୁ ଥିବା ମ୍ୟାଚକୁ ଜିତି ଜୋସେଫ୍‌ ଗୋମ୍ବାଉଙ୍କ ପ୍ରଶିକ୍ଷଣ ପ୍ରାପ୍ତ ଓଡ଼ିଶା ଘରୋଇ ଗ୍ରାଉଣ୍ଡରେ ୨ୟ ବିଜୟ ସହ ପଏଣ୍ଟ ଟେବୁଲର ଟପ୍‌-୪ର ନିକଟତର ହେବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷରେ ଚେନ୍ନାଇନ୍‌ ମଧ୍ୟ ମ୍ୟାଚ୍‌ରୁ ପୂରା ୩ ପଏଣ୍ଟ ହାସଲ କରି ଓଡ଼ିଶା ସହ ମିଳିତ ଭାବେ ୬ଷ୍ଠ ସ୍ଥାନରେ ରହିବା ଲକ୍ଷ୍ୟରେ ରହିଛି।
ବର୍ତ୍ତମାନ ୧୦ ମ୍ୟାଚ୍‌ରୁ ୪ ପରାଜୟ ଏବଂ ୩ଟି ଲେଖାଏ ବିଜୟ ଓ ଡ୍ର ସହ ୧୨ ପଏଣ୍ଟ ପାଇ ଟେବୁଲ ତାଲିକାର ୬ଷ୍ଠ ସ୍ଥାନରେ ରହିଛି। ଯଦି ଚେନ୍ନାଇନ ବିପକ୍ଷରେ ଦଳ ବିଜୟ ହାସଲ କରେ ତେବେ ୧୫ ପଏଣ୍ଟ ସହ ମୁମ୍ବାଇ ସିଟି ଏଫ୍‌ସି (୧୬) ପଛକୁ ୫ମ ସ୍ଥାନରେ ରହିବ। ଓଡ଼ିଶା ଏହାର ପୂର୍ବ ମୁକାବିଲାରେ ଘରୋଇ ଗ୍ରାଉଣ୍ଡରେ ଜାମସେଦପୁରକୁ ପରାସ୍ତ କରିଥିବାରୁ ସମସ୍ତ ଖେଳାଳିଙ୍କ ମନୋବଳ ବେଶ୍‌ ଉଚ୍ଚରେ ରହିଛି। ଗୋମ୍ବାଉଙ୍କ ଦଳ ଏହି ଫର୍ମକୁ ଚେନ୍ନାଇନ ବିପକ୍ଷରେ ବଜାୟ ରଖିବାକୁ ଉଦ୍ୟମ କରିବ। ଦ୍ୱିତୀୟାର୍ଦ୍ଧରେ ଗୋଲସ୍କୋରିଂ କରିବାର ଦୁର୍ବଳତାକୁ ମଧ୍ୟ ଓଡ଼ିଶା ଏଡ଼ାଇବା ଲକ୍ଷ୍ୟରେ ରହିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପ୍ରତିଯୋଗିତାରେ ମୋଟ୍‌ ୧୩ ଗୋଲ କରିଥିବାବେଳେ ସେଥିରୁ ଦ୍ୱିତୀୟାର୍ଦ୍ଧରେ ମାତ୍ର ୫ଟି ରହିଛି। ପ୍ରଥମାର୍ଦ୍ଧ ଭଳି ଦ୍ୱିତୀୟାର୍ଦ୍ଧରେ ଦଳ ବିଶେଷ ସଫଳ ହୋଇନି। ଅପରପକ୍ଷରେ ୨୦୧୫-୧୬ ଓ ୨୦୧୭-୧୮ ସଂସ୍କରଣ ଚାମ୍ପିୟନ ଚେନ୍ନାଇନର ପ୍ରଦର୍ଶନ ଚଳିତ ସିଜନରେ ବେଶ୍‌ ନୈରାଶ୍ୟଜନକ ରହିଛି। ଓଓ୍ବେନ କୋଏଲଙ୍କ ପ୍ରଶିକ୍ଷଣ ପ୍ରାପ୍ତ ଚେନ୍ନାଇନ ୯ ମ୍ୟାଚ୍‌ ଖେଳି ମାତ୍ର ୨ଟି ଜିତିଛି। ଗତ ୩ଟି ମ୍ୟାଚ୍‌ରେ ୪ ଗୋଲସ୍କୋର କରିଥିବା ବ୍ରାଜିଲିଆନ ଷ୍ଟ୍ରାଇକର୍‌ ରାଫେଲ କ୍ରିଭେଲାରୋଙ୍କଠାରୁ ଦଳ ଏଥର ମଧ୍ୟ ପ୍ରଭାବୀ ପ୍ରଦର୍ଶନ ଆଶା ରଖିଛି। ଚଳିତ ସିଜନରେ ବାହାର ପଡ଼ିଆରେ ଗୋଟିଏ ହେଲେ ମ୍ୟାଚ୍‌ ଜିତି ନ ଥିବା ଚେନ୍ନାଇନ ପ୍ରଥମ ବିଜୟ ସନ୍ଧାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri