Posted inଖେଳ

ଇଞ୍ଜୁରି କାରଣରୁ ହାର୍ଦ୍ଦିକ ଦୀର୍ଘ ଦିନ ବାଦ୍‌ ପଡିବା ସମ୍ଭାବନା

ନୂଆଦିଲ୍ଲୀ,୧।୧୦(ପି.ଟି.)- ଭାରତର ପ୍ରଥମ ପସନ୍ଦର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇଞ୍ଜୁରି କାରଣରୁ ଦୀର୍ଘ ଦିନଧରି କ୍ରିକେଟରୁ ବାଦ୍‌ ପଡିବା ସମ୍ଭାବନା ସୃଷ୍ଟି ହୋଇଛି। ପିଠିର ନିମ୍ନ ଭାଗରେ ଥିବା ଅଘାତ ସମସ୍ୟା କାରଣରୁ ସେ ଆଗକୁ ଆୟୋଜନ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଟି୨୦ ସିରିଜରୁ ମଧ୍ୟ ବାଦ୍‌ ପଡିବା ସମ୍ଭାବନା ସୃଷ୍ଟି ହୋଇଛି। ଇଞ୍ଜୁରି କେତେ ପରିମାଣରେ ରହିଛି ତାହାର ଆକଳନ ପାଇଁ ସେ ଖୁବ୍‌ଶୀଘ୍ର ୟୁନାଇଟେଡ କିଙ୍ଗ୍‌ଡମ୍‌ ଯାତ୍ରା କରିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ଗତବର୍ଷ ସେପ୍ଟେମ୍ବରରେ ଦୁବାଇରେ ଅନୁଷ୍ଠିତ ଏସିଆ କପ୍‌ ଅବସରରେ ସେ ଆହତ ହୋଇଥିଲେ। ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ସିରିଜରୁ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ବାଦ ପଡିବା ପରେ ହାର୍ଦ୍ଦିକ ମଧ୍ୟ ବାଦ୍‌ ପଡିଛନ୍ତି। ପିଠିର ନିମ୍ନ ଭାଗରେ ଷ୍ଟ୍ରେସ ଫ୍ରାକ୍‌ଚର କାରଣରୁ ତାଙ୍କ ଆଘାତ ସମସ୍ୟା ଆହୁରି ବଢିଯାଇଛି। ପୂର୍ବରୁ ୟୁକେରେ ଯେଉଁ ଡାକ୍ତର ତାଙ୍କର ଚକିତ୍ସା କରିଥିଲେ ଏବେ ତାଙ୍କ ନିକଟରେ ହାର୍ଦ୍ଦିକ ଚିକିତ୍ସା କରାଇବେ। ତେବେ ସେ କେତେ ଦିନ କ୍ରିକେଟରୁ ଦୂରେଇ ରହିବେ ତାହା ଏବେ କହିବା କଷ୍ଟକର ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ ଜର୍ମାନୀରେ ତାଙ୍କର ଚିକିତ୍ସା ହୋଇପାରିଥାନ୍ତା। ତେବେ ବୋର୍ଡ ୟୁକେରେ ସେ ଚିକିତ୍ସା କରିବାକୁ ଅଗ୍ରାଧିକାର ଦେଇଛି। ଯଦି ଆସ୍ତ୍ରୋପଚାର ହୁଏ ତାହାଲେ ସେ ୫ ମାସ ବାଦ୍‌ ପଡିବାର ସମ୍ଭାବନା ରହିଛି। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ହାର୍ଦ୍ଦିକ ଦଳର ସଦସ୍ୟ ରହିବା ନିଶ୍ଚିତ। ୨୫ବର୍ଷୀୟ ହାର୍ଦ୍ଦିକ ଏପର୍ଯ୍ୟନ୍ତ ୧୧ଟି ଟେଷ୍ଟ ଖେଳି ୧୭ଟି ଉଇକେଟ ନେବା ସହ ୫୩୨ ରନ ସଂଗ୍ରହ କରିଛନ୍ତି। ସେହିପରି ୫୪ଟି ଦିନିକିଆ ମ୍ୟାଚ୍‌ ଖେଳି ସେ ୫୪ଟି ଉଇକେଟ ନେବା ସହ ୯୩୭ ରନ ସଂଗ୍ରହ କରିଛନ୍ତି। ୪୦ଟି ଟି୨୦ ମ୍ୟାଚ୍‌ ଖେଳି ସେ ୩୮ଟି ଉଇକେଟ ଅକ୍ତିଆର କରିବା ସହ ୩୧୦ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri