Posted inଖେଳ

ଇଏସ୍‌ପିଏନ୍‌ ସାହସିକ ପୁରସ୍କାର ଜିତିଲେ ଦୂତୀ

ନୂଆଦିଲ୍ଲୀ, ୨୧।୨ (ପି.ଟି.)- ଷ୍ଟାର୍‌ ସ୍ପ୍ରିଣ୍ଟର ତଥା ମହିଳା ୧୦୦ ମିଟର ରେସ୍‌ରେ ଜାତୀୟ ରେକର୍ଡର ଅଧିକାରିଣୀ ହୋଇଥିବା ଦୂତୀ ଚାନ୍ଦ ଆମେରିକୀୟ କ୍ରୀଡ଼ା ଚ୍ୟାନେଲ ଇଏସ୍‌ପିଏନ୍‌ ପକ୍ଷରୁ ‘ସାହସିକ ପୁରସ୍କାର’ ଜିତିଛନ୍ତି। ଇଏସ୍‌ପିଏନ୍‌ କ୍ରୀଡ଼ା ଚ୍ୟାନେଲ ପକ୍ଷରୁ ପ୍ରଥମ ଥର ଲାଗି ସାହସିକ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଦୂତୀ ଏହାର ପ୍ରଥମ ବିଜେତା ହୋଇଛନ୍ତି। ଉଭୟ ପଡ଼ିଆ ଭିତରେ ଓ ବାହାରେ ଦୂତୀ ସମସ୍ତଙ୍କ ଲାଗି ପ୍ରେରଣାଦାୟୀ ରହିଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥ୍‌ଲେଟିକ ଫେଡେରେଶନ (ଆଇଏଏଏଫ୍‌)ର ଭେଦଭାବପୂର୍ଣ୍ଣ ହାଇପରଆଣ୍ଡ୍ରୋଜେନଜିମ ନିୟମ ବିରୋଧରେ ଲଢ଼େଇ କରି ପୁନର୍ବାର ଦୌଡ଼ିବା ଲାଗି ଅଧିକାର ଲାଭ କରି ବେଶ୍‌ ଚର୍ଚ୍ଚାରେ ରହିଥିଲେ। ସେହିଭଳି ଦେଶର ପ୍ରଥମ ଆଥ୍‌ଲେଟ୍‌ ଭାବେ ଦୂତୀ ୨୦୧୯ରେ ସମଲିଙ୍ଗୀ ବୋଲି ନିଜକୁ ଘୋଷଣା କରିଥିଲେ। ଭାରତୀୟ ରୁଢ଼ିବାଦୀ ସମାଜରେ ଏହା ଘୋଷଣା କରି ସେତେବେଳେ ସେ ଖବରର ଶିରୋନାମାରେ ରହିଥିଲେ। ପଡ଼ିଆ ଭିତର ଓ ବାହାରର ଏହି ଦୁଇଟି କାରଣ ଲାଗି ତାଙ୍କୁ ଇଏସ୍‌ପିଏନ୍‌ ପକ୍ଷରୁ ପ୍ରଥମ ‘ସାହସିକ’ ପୁରସ୍କାର ବିଜେତା ଭାବେ ଚୟନ କରାଯାଇଥିଲା।
ଚାମ୍ପିୟନ ତଥା ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ଇଏସ୍‌ପିଏନ୍‌ ପକ୍ଷରୁ ବର୍ଷର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ ପୁରସ୍କାର ହାସଲ କରିଛନ୍ତି। ଆମେରିକୀୟ କ୍ରୀଡ଼ା ଚ୍ୟାନେଲ ଇଏସ୍‌ପିଏନ୍‌ ପକ୍ଷରୁ ତୃତୀୟ ଥର ଲାଗି ସିନ୍ଧୁ ଏହି ସମ୍ମାନଜନକ ପୁରସ୍କାର ଜିତିଛନ୍ତି। ସେହିଭଳି ଯୁବ ଶୁଟର୍‌ ସୌରଭ ଚୌଧାରୀ ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri