ଆହତ ହାତୀକୁ ଖୋଜିବ ଡ୍ରୋନ୍

ଢେଙ୍କାନାଳ ଅଫିସ, ୧।୨ – ଢେଙ୍କାନାଳ ସଦର ରେଞ୍ଜ୍‌ ଓଡ଼ାପଡ଼ା ବ୍ଲକ ୫୫ନଂ. ଜାତୀୟ ରାଜପଥର ପୋଡ଼ାପଡ଼ା ଛକରେ ଗୁରୁବାର ଭୋର ସମୟରେ ଦ୍ରୁତ ଗତିରେ ଆସୁଥିବା ୧୨ଚକିଆ ଟ୍ରକ୍‌ ଧକ୍କାରେ ଏକ ହାତୀର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଅନ୍ୟ ଏକ ହାତୀ ଗୁରୁତର ହୋଇ ମଠରଗଡ଼ି ସଂରକ୍ଷିତ ଜଙ୍ଗଲକୁ ପଳାଇଯାଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ହାତୀଟି ପତ୍ତା ମିଳିନାହିଁ। ହାତୀକୁ ଠାବ କରିବାକୁ ଅନୁଗୋଳ ବନଖଣ୍ଡ କାର୍ଯ୍ୟାଳୟରୁ ସ୍ବତନ୍ତ୍ର ଡ୍ରୋନ୍‌ ଅଣାଯାଇଛି। ଶନିବାର ଡ୍ରୋନ୍‌ ସହାୟତାରେ ହାତୀକୁ ଖୋଜିବାକୁ ଉଦ୍ୟମ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବନ୍ୟପ୍ରାଣୀ ବିଭାଗର ଅତିରିକ୍ତ ପିସିସିଏଫ୍‌ ଶଶି ପଲ୍‌। ଶୁକ୍ରବାର ଅତିରିକ୍ତ ପିସିସିଏଫ୍‌ ପଲ୍‌, ଅନୁଗୋଳସ୍ଥିତ ଆରସିସିଏଫ୍‌ ଡ. ପ୍ରଦୀପରାଜ କରାତ, ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ହାତୀମୃତ୍ୟୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି।
ହାତୀ ଉପଦ୍ରବକୁ ନେଇ ଚିନ୍ତାରେ ପଡ଼ିଛି ଢେଙ୍କାନାଳ ବନ ବିଭାଗ। ଦିନକୁ ଦିନ ସମସ୍ୟା ଗମ୍ଭୀର ହେବାରେ ଲାଗିଛି। ହାତୀ-ମଣିଷ ସଂଘର୍ଷ ରୋକିବାକୁ ଖୁବ୍‌ଶୀଘ୍ର ଆରମ୍ଭ ହେବ ପାଇଲେଟ ପ୍ରୋଜେକ୍ଟ। ଜିଲାର ୩୦ ଗ୍ରାମରେ ଗଜବନ୍ଧୁ ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ବନ ସଂରକ୍ଷଣ ସମିତି ମାଧ୍ୟମରେ ଲୋକମାନଙ୍କୁ ଚୟନ କରାଯିବ। ସମ୍ପୃକ୍ତ ଲୋକମାନେ ହାତୀଙ୍କ ଉପସ୍ଥିତି ସମ୍ପର୍କରେ ଗ୍ରାମବାସୀ ଏବଂ ବନ ବିଭାଗକୁ ଅବଗତ କରାଇବେ। ଓଡ଼ାପଡା ବ୍ଲକ ଅଞ୍ଚଳକୁ ରେଞ୍ଜ୍‌ ଭାବେ ପୁନର୍ଗଠନ କରିବା ପାଇଁ ପ୍ରସ୍ତାବ ଦିଆଯିବ ବୋଲି ଅତିରିକ୍ତ ପିସିସିଏଫ୍‌ ସୂଚନା ଦେଇଛନ୍ତି। ହାତୀବଂଶ ସୁରକ୍ଷା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ପିସିସିଏଫ୍‌ କହିଲେ, ଦୁର୍ଘଟଣା ଘଟିଥିବା ନିକଟବର୍ତ୍ତୀ ଅଞ୍ଚଳରେ ବହୁସଂଖ୍ୟାରେ ହାତୀ ଚଳପ୍ରଚଳ କରୁଛନ୍ତି। ସେଠାରେ ସୋଲାର ଲାଇଟ୍‌, ହାଇମାଷ୍ଟ ଲାଇଟ୍‌ ଲଗାଯିବା ବ୍ୟବସ୍ଥା କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ କେନାଲ, ରାଜପଥ, ରେଳଧାରଣା ପାଖାପାଖି ରହିବାରୁ ହାତୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ବିଶେଷ କରି କେନାଲ ଖନନ ଯୋଗୁ ହାତୀଙ୍କ ନିତିଦିନିଆ ଚଲାପଥ ବାଧାପ୍ରାପ୍ତ ହୋଇଛି। ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ଉକ୍ତ ଅଞ୍ଚଳରେ ଅଣ୍ଡର ବାଇପାସ, ଓଭର ବାଇପାସ୍‌, ଟ୍ରେଞ୍ଚ୍‌ ଖନନ କରାଯିବ। ମଠଗରଡ଼ି ସଂରକ୍ଷିତ ଜଙ୍ଗଲରେ ୪ଟି ଅଣ୍ଡରପାସ୍‌ କରିବା ପାଇଁ ପ୍ରସ୍ତାବ ପଠାଯାଇଛି। ସେହିପରି ୫୫ନଂ. ଜାତୀୟ ରାଜପଥରେ ହାତୀ ପାର ହେଉଥିବା ସ୍ଥାନ ନିକଟବର୍ତ୍ତୀ ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ ସୂଚନା ଫଳକ ଲଗାଯିବ। ସେଥିରେ ଓଡ଼ିଆ, ଇଂଲିଶ ଏବଂ ହିନ୍ଦୀ ଭାଷାରେ ହାତୀ ଚଲାପଥ ସମ୍ପର୍କରେ ସୂଚନା ଉଲ୍ଲେଖ ରହିବ। ଉକ୍ତ ଅଞ୍ଚଳରେ ଯାନବାହନଗୁଡ଼ିକର ବେଗ କମ୍‌ କରିବା ଦିଗରେ ପଦକ୍ଷେପ ନେବାକୁ ଆଞ୍ଚଳିକ ପରିବହନ ବିଭାଗକୁ ଅବଗତ କରାଯିବ। ହାତୀ ଏବଂ ଜନସାଧାରଣଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ଏଥିଲାଗି ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଅତିରିକ୍ତ ପିସିସିଏଫ୍‌ ସୂଚନା ଦେଇଛନ୍ତି।
ବର୍ଷା, ଅନ୍ଧାର ଏବଂ ଦ୍ରୁତଗତିରେ ଗାଡ଼ିଚାଳନା ଯୋଗୁ ଦୁର୍ଘଟଣା ଘଟି ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ ନେଇ ବନ ବିଭାଗ ପକ୍ଷରୁ ମୋଟଙ୍ଗା ଥାନାରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ବାତ୍ୟା: କଟକରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

କଟକ,୨୭।୧୦(ପ୍ରଭୁକଲ୍ୟାଣ ପାଲ୍‌): ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ। ଏହାର ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା,…

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତ ରାମନାଗୁଡ଼ା ବ୍ଲକ ପ୍ରଶାସନ: ୧୪ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଗୁଣପୁର, ୨୭।୧୦(ସୁଜାତା ପାଢ଼ୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜିଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ…

ବିକ୍ରି ହେବ ଏହି ବଡ଼ ବ୍ୟାଙ୍କ? ଆକାଉଣ୍ଟରେ ଟଙ୍କା ଥିଲେ ଗ୍ରାହକଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୨୭।୧୦: ଆଜିକାଲି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ଅଂଶଧନ କିଣିବା ଏବଂ ଅଧିଗ୍ରହଣ (Acquisition)କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ବନ୍ଧନ ବ୍ୟାଙ୍କ (Bandhan Bank)କୁ…

ପୁଣି ମା’ ହେବେ ଅନୁଷ୍କା! ଭିଡିଓ ଭାଇରାଲ ପରେ ବଢିଲା…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ମା’ ହେବେ ବୋଲି ଗୁଜବ ଉଠିଛି। ଭାରତୀୟ କ୍ରିକେଟର୍‌ ତଥା ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇରେ ନଜର…

ଟି-୨୦ ନୂଆ ଇତିହାସ ଲେଖିଲା ଭାରତ: ଭାଙ୍ଗିଲା ଅନେକ ରେକର୍ଡ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଓପନର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଅନେକ…

ସ୍ୱାତୀ ନକ୍ଷତ୍ରରେ ବୁଧଙ୍କ ଏଣ୍ଟ୍ରି: ନଭେମ୍ୱର ୩ରୁ ୫ ରାଶିରେ ଧନବର୍ଷା, ଚାକିରିରେ ବଡ଼ ପଦୋନ୍ନତି…

ବୁଧ ଗ୍ରହଙ୍କ ନକ୍ଷତ୍ର ଚଳନ ହେତୁ ବୃଷ, ମିଥୁନ, ସିଂହ, ତୁଳା ଏବଂ ଧନୁ ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିପାରେ। ଏହି ରାଶିର ଲୋକଙ୍କ ପାଇଁ କ୍ୟାରିୟର…

ଉଗ୍ର ହେଲାଣି ଅର୍ଣ୍ଣବ: ଭୁବନେଶ୍ୱର-ପୁରୀରେ ୧୦୦ ଛୁଇଁବ ପବନ! ଆଜି ରାତିରେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଅର୍ଣ୍ଣବ। ଦ୍ରୁତ ଗତିରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଅତିଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି ଅର୍ଣ୍ଣବ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?