ଆସୁଛି ରଥଯାତ୍ରା, ଭାଙ୍ଗିଛି ମଠବାଡ଼ି: ହୀନସ୍ତା ହେବେ ସାଧୁସନ୍ଥ, ଶ୍ରଦ୍ଧାଳୁ

ପୁରୀ ଅଫିସ, ୨୭ା୬: ଜୁଲାଇ ୪ରେ ରଥଯାତ୍ରା। ଏଥିପାଇଁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମେତ ବହୁ ସାଧୁସନ୍ଥ ଆସିବେ। ହେଲେ ଚଳିତବର୍ଷ ଏମାନେ ଆଶ୍ରୟ ନେବାକୁ ହୀନସ୍ତା ହେବା ଜଳ ଜଳ ଦିଶୁଛି। ବାତ୍ୟାରେ ଭାଙ୍ଗିଯାଇଥିବା ପୁରୀର ମଠବାଡ଼ି ଏ ପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ। ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁ ନ ଥିବାବେଳେ ସମ୍ବଳ ଅଭାବରୁ ନିଜସ୍ବ ଉଦ୍ୟମରେ ମଠଗୁଡ଼ିକୁ ସଜାଡ଼ି ପାରୁନାହାନ୍ତି ମଠାଧୀଶ। ତେଣୁ ରଥଯାତ୍ରାକୁ ଦୃଷ୍ଟିରେ ରଖି ନିଖିଳ ଉତ୍କଳ ମଠ, ମନ୍ଦିରାଧୀଶ ସେବା ସଂଘ ପକ୍ଷରୁ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସ୍ମାରକପତ୍ର ଦିଆଯିବା ସହ ଆଇନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ପ୍ରତିବର୍ଷ ରଥଯାତ୍ରାରେ ଶ୍ରୀକ୍ଷେତ୍ର ଆସିଥାନ୍ତି ଦେଶବିଦେଶର ଶ୍ରଦ୍ଧାଳୁ। ଭାରତର ବିଭିନ୍ନ ରାଜ୍ୟର ସାଧୁସନ୍ଥ ମଧ୍ୟ ଏହି ମାଟିରେ ପାଦ ପକାଇଥାନ୍ତି। ରଥଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଏଠାରେ ଶ୍ରଦ୍ଧାଳୁ, ସାଧୁସନ୍ଥଙ୍କ ଗହଳି ଲାଗେ। ଆଧ୍ୟାତ୍ମିକ ପରିବେଶରେ ଉଛୁଳିପଡ଼େ ବଡ଼ଦାଣ୍ଡ। ସମସ୍ତଙ୍କୁ ଆତିଥେୟତାର ଡୋରିରେ ବାନ୍ଧିଥାଏ ପୁରୁଷୋତ୍ତମ କ୍ଷେତ୍ର। ଏହି ସମୟରେ ଅନେକ ଶ୍ରଦ୍ଧାଳୁ ମଠବାଡ଼ି, ଧର୍ମଶାଳା ପ୍ରଭୃତିରେ ରହିଥାନ୍ତି। ଅନେକ ଲୋକ ନିଜ ଗୁରୁମଠରେ ଅବସ୍ଥାନ କରିଥାନ୍ତି। ସାଧୁସନ୍ଥ ଆସିଲେ ବିଭିନ୍ନ ମଠରେ ଆଶ୍ରୟ ନେଇଥାନ୍ତି। ମଠରେ ସେମାନଙ୍କ ରହିବା, ଖାଇବା ବ୍ୟବସ୍ଥା କରାଯାଏ। କେତେକ ମଠର ମଠାଧୀଶ ମଧ୍ୟ ଶ୍ରଦ୍ଧାଳୁଙ୍କ ଖାଦ୍ୟପେୟ କଥା ବୁଝିଥାନ୍ତି। ଘରକୁ ଫେରିବାବେଳେ ଯିଏ ଯାହା ସ୍ବଇଚ୍ଛାରେ ମଠକୁ ଦାନ କରିଥାନ୍ତି। ମଧ୍ୟବିତ୍ତ ଓ ଆର୍ଥିକ ଦୃଷ୍ଟିକୋଣରୁ ଅସ୍ବଚ୍ଛଳ ଲୋକଙ୍କ ପାଇଁ ମଠବାଡ଼ି ବେଶ୍‌ ସହାୟକ ହୋଇଥାଏ। ହେଲେ ଏବେ ମଠଗୁଡ଼ିକ ଦେବାଳିଆ ହୋଇଯାଇଛନ୍ତି। ବାତ୍ୟା ଫନୀରେ ଅନେକ ମଠ ଭାଙ୍ଗିରୁଜି ଯାଇଛି। ଫଳରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇବା ନେଇ ଚିନ୍ତା ବଢିଛି। ନେବଳ ଦାସ ମଠ ମହନ୍ତ ଡ. ରାମଚରଣ ଦାସଙ୍କ ସୂଚନା ମୁତାବକ, ବାତ୍ୟାରେ ଶ୍ରୀକ୍ଷେତ୍ରର ପ୍ରାୟ ୪୦ରୁ ଅଧିକ ମଠ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ମଠର ଏକାଧିକ ଘର ଭାଙ୍ଗିଯାଇଛି। ପୂର୍ବରୁ ରଥଯାତ୍ରା ସମୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ମଠ, ମନ୍ଦିର, ଧର୍ମଶାଳାରେ ରହିବାକୁ ପସନ୍ଦ କରିଥାନ୍ତି। କାରଣ ହୋଟଲରେ ରହିବା ପାଇଁ ସେମାନଙ୍କର ସମ୍ବଳ ନ ଥାଏ। ତେଣୁ ମଠରେ ରହି ଘୋଷଯାତ୍ରାଠୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସବୁ ଦର୍ଶନ କରିଥାନ୍ତି। ସେହିପରି ଦ୍ୱାରକା, ହରିଦ୍ୱାର, ବୃନ୍ଦାବନ ପ୍ରଭୃତି ସ୍ଥାନରୁ ସାଧୁସନ୍ଥମାନେ ରଥଯାତ୍ରା ଦେଖିବାକୁ ପୁରୀ ଆସିଥାନ୍ତି। ସେମାନେ ବାହାରେ କେଉଁଠି ଖାଆନ୍ତି ନାହିଁ। ତେଣୁ ବିଭିନ୍ନ ମଠରେ ରହିଥାନ୍ତି। ମଠ ମହନ୍ତମାନେ ସେମାନଙ୍କ ରହିବା, ଖାଇବା ଇତ୍ୟାଦି ବୁଝିଥାନ୍ତି। ହେଲେ ଚଳିତବର୍ଷ ମଠଗୁଡ଼ିକ ଭାଙ୍ଗିରୁଜି ଯାଇଥିବାରୁ ସମସ୍ୟା ଉପୁଜିଛି।
ଇତିମଧ୍ୟରେ ବାତ୍ୟାର ଦେଢମାସ ବିତିଗଲାଣି। ମାତ୍ର ଏପର୍ଯ୍ୟନ୍ତ ମଠଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଗତ ୨୪ତାରିଖରେ ନିଖିଳ ଉତ୍କଳ ମଠ, ମନ୍ଦିରାଧୀଶ ସେବା ସଂଘ ପକ୍ଷରୁ ଆଇନମନ୍ତ୍ରୀ ଏବଂ ସଚିବଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। ସଂଘ କାର୍ଯ୍ୟକାରୀ ସଭାପତି ମହନ୍ତ ଡ. ରାମଚରଣ ଦାସ ମହାରାଜ, ସମ୍ପାଦକ ମହନ୍ତ ବିଜୟ ରାମାନୁଜ ଦାସ, ଉପସଭାପତି ମହନ୍ତ ନାରାୟଣ ରାମାନୁଜ ଦାସ, କୋଷାଧ୍ୟକ୍ଷ ମହନ୍ତ ରାମକୃଷ୍ଣ ଦାସ ମହାରାଜ ପ୍ରମୁଖ ଏହି ସ୍ମାରକପତ୍ର ଦେଇଥିଲେ। ପୂର୍ବରୁ ଜିଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଅବଗତ କରାଯାଇଥିଲା। ହେଲେ ଅଦ୍ୟାବଧି ପ୍ରଶାସନିକ ତଦନ୍ତ ହୋଇନାହିଁ କି ସହାୟତା ମିଳିନାହିଁ। ତେଣୁ ରଥଯାତ୍ରାରେ ମଠାଧୀଶମାନେ ସାଧୁସନ୍ଥ, ଭକ୍ତଙ୍କୁ କିପରି ଆତିଥେୟତା ଦେବେ ଓ ମହାପ୍ରଭୁଙ୍କ ସେବା ସହ ଜଡ଼ିତ ମଠଗୁଡ଼ିକ କିପରି ସେବା ଯୋଗାଇବେ ତାହା ଚିନ୍ତାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri