ଆସିଲା ଡେଙ୍ଗୁ, ଏଡିଶ ମଶାକୁ ଭୟ

ବ୍ରହ୍ମପୁର ଅଫିସ,୭ା୮-ବର୍ଷା ଆଗମନରେ ଆସିଯାଇଛି ଡେଙ୍ଗୁ ଋତୁ। ଜିଲାବାସୀଙ୍କୁ ଏବେ ଘାରିଛି ଚିନ୍ତା। ବିଶେଷକରି ବ୍ରହ୍ମପୁର ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ଚିନ୍ତା ଆହୁରି ବଢିଯାଇଛି। କେଉଁଠି ନାଳ ଚୋକ ହୋଇ ରହିଛି ତ ଆଉ କେଉଁଠି ଅଳିଆ ଆବର୍ଜନା ପଡ଼ିରହି ନାନା ରୋଗର କାରଣ ସାଜୁଛି। ବର୍ଷା ଋତୁ ଆସିଯାଇଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ଫଳରେ ଲୋକଙ୍କୁ ଡେଙ୍ଗୁ ଭୟ ଘାରିଛି। ଅବଶ୍ୟ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଜିଲାରେ ୨୩ ରୋଗୀଙ୍କୁ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏଥିପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଛି। ଜିଲାରେ ୨୦୧୩ ରୁ ୨୦୧୯ ଅଗଷ୍ଟ ୫ ତାରିଖ ସୁଦ୍ଧା ୯୩୪ ଡେଙ୍ଗୁ ପଜିଟିଭ ରୋଗୀ ଚିହ୍ନଟ ହୋଇସାରିଛନ୍ତି ବୋଲି ସିଡ଼ିଏମ୍‌ଓ ପାଣିଗ୍ରାହୀ କହିଛନ୍ତି। ବ୍ରହ୍ମପୁର ସହରରେ ପ୍ରାୟ ୪୦ ଆପାର୍ଟମେଣ୍ଟ ଚିହ୍ନଟ କରାଯାଇ ସ୍ବତନ୍ତ୍ର ଅଭିଯାନ ହାତକୁ ନିଆଯାଇଛି ବୋଲି ଜିଲା ମ୍ୟାଲେରିଆ ଅଧିକାରୀ ଡା.ଆର.ଜଗଦୀଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଆପାର୍ଟମେଣ୍ଟକୁ ଏହି ଟିମ୍‌ ଯାଇ ସେଠାରେ ଦୀର୍ଘଦିନ ଧରି ଜମି ରହୁଥିବା ପାଣିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ଲୋକମାନଙ୍କୁ ସଚେତନ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲାରେ ୨୦୧୨ରେ ଡେଙ୍ଗୁ ଜ୍ୱର ଉତ୍କଟ ରୂପ ଧାରଣ କରିଥିଲା। ଏହି ବର୍ଷ ମୋଟ ୫୩୩ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏମ୍‌କେସିଜି ମେଡିକାଲ ଡେଙ୍ଗୁ ୱାର୍ଡରେ ଚିକିତ୍ସିତ ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ବର୍ଷା ହେଲା ମାତ୍ରେ ଲୋକଙ୍କୁ ଡେଙ୍ଗୁ ଭୟ ଘାରିଥିଲା। ବିଶେଷକରି ଦୀର୍ଘଦିନ ଧରି ଜମାହୋଇ ରହୁଥିବା ପାଣିରୁ ଡେଙ୍ଗୁ ରୋଗର ବାହକ ଏଡିଶ ମଶା ସୃଷ୍ଟି ହୋଇଥାଏ। ବର୍ଷା ଦିନେ ସହରର ବିଭିନ୍ନ ସ୍ଥାନରେ ପଡି ରହୁଥିବା ଟାୟାର, ପଲିଥିନ, ପଇଡ଼ ଖୋଳପା ଓ ଭଙ୍ଗା ବାଲଟି ପ୍ରଭୃତି ସାମଗ୍ରୀରେ ପାଣି ଜମା ହୋଇ ରହିଥାଏ। ସାଧାରଣତଃ ଲୋକମାନଙ୍କ ଏହା ଉପରେ ଦୃଷ୍ଟି ପଡେ ନାହିଁ। ଏଭଳି ସାମଗ୍ରୀରେ ଦୀର୍ଘଦିନ ଧରି ପାଣି ଯେପରି ଜମି ନ ରହିବ ସେ ଦିଗରେ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଏପରିକି ସହରରେ ଜଳ ସମସ୍ୟା ଯୋଗୁ ଲୋକମାନେ ବଡ ବାଲଟି, ଡ୍ରମରେ ପାଣି ଗଛିତ ରଖିଥାନ୍ତି। ସେଥିରେ ମଧ୍ୟ ଦୀର୍ଘଦିନ ଧରି ପାଣି ରହିବା ଯୋଗୁ ସେଥିରେ ଏଡ଼ିଶ ମଶା ସୃଷ୍ଟି ହେବାର ଭୟ ରହିଛି। ଏଥିପ୍ରତି ଧ୍ୟାନ ଦେଇ ଦୀର୍ଘଦିନ ପର୍ଯ୍ୟନ୍ତ ଡ୍ରମରେ ପାଣି ଜମା କରି ନ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଜନସାଧାରଣଙ୍କୁ କୁହାଯାଇଛି। ସହରର ବିଭିନ୍ନ ସ୍ଥାନରେ ଡ଼ମ୍ପିଂ ପଏଣ୍ଟ ରହିଥିବା ବେଳେ ତାହା ଠିକ୍‌ ଭାବେ ସଫା କରାଯାଉନାହିଁ। ଫଳରେ ସେଠାରେ ପାଣି ଜମି ରହୁଛି। ଏଣୁ ସେଥିରେ ମଧ୍ୟ ଏଡିସ ମଶା ଜନ୍ମ ହେବାର ଆଶଙ୍କା ରହିଛି। ଏହା ସହିତ ସହରର ବିଭିନ୍ନ ସ୍ଥାନରେ ନାଳ ନର୍ଦ୍ଦମା ଚୋକ ହୋଇ ରହିବା ଯୋଗୁ ଏହି ରୋଗର ବାହକ ଏଡିଶ୍‌ ମଶା ସୃଷ୍ଟି ହେବାର ସମ୍ଭାବନା ରହିଛି। ମହାନଗର କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ଏହା ସହିତ ଟିଫା ମେଶିନରେ ମଶା ମରା ଅଭିଯାନ ତ୍ୱରାନ୍ବିିତ କରିବାକୁ ଦାବି ହେଉଛି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲ ଓ ସିଟି ହସ୍ପିଟାଲରେ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡର ବ୍ୟବସ୍ଥା କରାଯାଇଛି। ସେହିପରି ବ୍ଲକସ୍ତରରେ ପିଏଚସି ଗୁଡିକରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ଆବଶ୍ୟକ ସଚେତନ ଓ ପରିମଳ ବ୍ୟବସ୍ଥାରେ ସୁଧାର ଅଣାଯାଇ ପାରିଲେ ଡେଙ୍ଗୁକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସିଡ଼ିଏମଓ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ୨୦୧୨ ପରେ ଜିଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri