Posted inଖେଳ

ଆଶେସ: ସଂଘର୍ଷପୂର୍ଣ୍ଣ ହେବ ଚତୁର୍ଥ ଟେଷ୍ଟ

ମାଞ୍ଚେଷ୍ଟର, ୪।୯(ଏ.ଏଫ୍‌.ପି.)- ବିଶ୍ୱ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ହାଇପ୍ରୋଫାଇଲ ଆଶେସ ସିରିଜର ଚତୁର୍ଥ ଟେଷ୍ଟରେ ପରସ୍ପରକୁ ଭେଟିବେ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୨୫୧ ରନରେ ବିଜୟୀ ହୋଇଥିଲା। ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଥିଲା। ତେବେ ତୃତୀୟ ଟେଷ୍ଟରେ ଲଢୁଆ ପ୍ରଦର୍ଶନ କରି ଇଂଲଣ୍ଡ ବେନ୍‌ ଷ୍ଟୋକ୍ସଙ୍କ ଅପରାଜିତ ୧୩୫ରନର ଐତିହାସିକ ଶତକୀୟ ଇନିଂସ ବଳରେ ବିଜୟୀ ହୋଇ ସିରିଜକୁ ୧-୧ ସମାନ ସ୍ତରକୁ ଆଣିବାରେ ସକ୍ଷମ ହୋଇଥିଲା। ଆଉ ଦୁଇଟି ମ୍ୟାଚ୍‌ ବାକିଥିବା ବେଳେ ସିରିଜ ବିଜୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉଭୟ ଦଳ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି। ତେବେ କିଭଳି ସିରିଜ ଜିତିବାକୁ ହେବ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଜାଣିଛନ୍ତି ବୋଲି ଦଳର କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। କିମ୍ବଦନ୍ତୀ ଆମେରିକୀୟ ବକ୍ସର ମହମ୍ମଦ ଅଲୀଙ୍କ ପିଲାଦିନର ଘଟଣାଠାରୁ ଖେଳାଳିମାନେ ପ୍ରେରଣା ନେବେ ବୋଲି ସେ କହିଛନ୍ତି। ପିଲାଦିନେ ଅଲୀଙ୍କ ବାଇକ ଚୋରି ହୋଇଯାଇଥିଲା। ଏହି ଘଟଣା ତାଙ୍କୁ ଜଣେ ମହାନ୍‌ ବକ୍ସରରେ ପରିଣତ କରିଥିଲା। ଗତ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଆଶେସ ବଜାୟ ରଖିବାକୁ ଅଷ୍ଟ୍ରେଲିଆ ସବୁମତେ ପ୍ରୟାସ କରିବ। ଏ ନେଇ ଆମେ କାର୍ଯ୍ୟ କରିଛୁ ଓ ଯୋଜନା ପ୍ରସ୍ତୁତ କରିଛୁ। ଦୀର୍ଘ ୧୮ ବର୍ଷ ପରେ ଆମେ ଇଂଲଣ୍ଡରେ ଆଶେସି ଜିତିବାର ସ୍ବପ୍ନ ପୁରଣ କରିବୁ ବୋଲି କହିଛନ୍ତି।
ଅଷ୍ଟ୍ରେଲିଆ ଦଳରେ ଅତିକମ୍‌ରେ ଗୋଟିଏ ପରିବର୍ତ୍ତନ ହେବ। ଇନ୍‌ଫର୍ମ ତାରକା ବ୍ୟାଟ୍ସମ୍ୟାନ ସ୍ମିଥ୍‌ ଦଳକୁ ଫେରିବେ। ଦ୍ୱିତୀୟ ଟେଷ୍ଟରେ ଜୋଫ୍ରା ଆର୍ଚରଙ୍କ ଘଣ୍ଟା ପ୍ରତି ୯୨ମାଇଲ ବେଗରେ ବଲ୍‌ ତାଙ୍କୁ ଆଘାତ ଦେଇଥିଲା। ଫଳରେ ସେ ତୃତୀୟ ଟେଷ୍ଟ ଖେଳିପାରି ନ ଥିଲେ। ବଲ ଟ୍ୟାମ୍ପିରିଂ ମାମଲାରେ ବର୍ଷେ ବାସନ୍ଦ ହେବା ପରେ ପ୍ରତ୍ୟାବର୍ତ୍ତନ କରି ସେ ପ୍ରଥମ ଟେଷ୍ଟରେ ଦୁଇଟି ଇନିଂସରେ ଯଥାକ୍ରମେ ୧୪୪ ଓ ୧୪୨୧ ରନ କରି ମୋଟ ୨୫୧ ରନ ସଂଗ୍ରହ କରିଥିଲେ। ଏହାପରେ ଦ୍ୱିତୀୟ ଟେଷ୍ଟରେ ସେ ୯୨ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ସ୍ମିଥ୍‌ଙ୍କ ବଦଳ ଖେଳାଳିଭାବେ ସ୍ଥାନ ପାଇଥିବା ମର୍ନସ ବାବୁସେନ କ୍ରମାଗତ ୩ଟି ଅର୍ଦ୍ଧଶତକ ହାସଲ କରି ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଫଳରେ ଉସ୍‌ମାନ ଖ୍ବାଜାଙ୍କୁ ବାଦ୍‌ ଦେଇ ସ୍ମିଥ୍‌ଙ୍କୁ ଦଳରେ ସାମିଲ କରାଯିବା ଆଶା କରାଯାଉଛି। ୬ଟି ଇନିଂସରୁ ଖ୍ବାଜା ୨୦.୩୩ ହାରରେ ରନ୍‌ ସଂଗ୍ରହ କରି ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି । ପ୍ରଥମ ଟେଷ୍ଟରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏହି ମ୍ୟାଚ୍‌ରେ ଦଳକୁ ଫେରିବେ।
ଅପରପକ୍ଷରେ ପୂରା ଫର୍ମରେ ଥିବା ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଏହି ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ସେ ଏପର୍ଯ୍ୟନ୍ତ ୨୫. ୩୫ ରନ ହାରରେ ୧୪ଟି ଉଇକେଟ ଅକ୍ତିଆର କରିଛନ୍ତି। ଇଂଲଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଇଞ୍ଜୁରି କାରଣରୁ ଇଂଲଣ୍ଡ ସର୍ବକାଳୀନ ସଫଳତମ ବୋଲର ଜେମ୍ସ ଆଣ୍ଡରସନ ଅନ୍ତିମ ଦୁଇଟି ଟେଷ୍ଟରୁ ବାଦ୍‌ ପଡିଛନ୍ତି। ତେବେ ବିଶ୍ୱକପ୍‌ ହିରୋ ଜାସନ ରୟ ଟେଷ୍ଟରେ ଓପନର ହିସାବରେ ସଂଘର୍ଷ କରିବାର ଇଂଲଣ୍ଡ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରୁଛି। ୪ ନମ୍ବରରେ ବ୍ୟାଟିଂ କରୁଥିବା ଜୋ ଡେନଲି ଓ ରୟଙ୍କ ମଧ୍ୟ ବ୍ୟାଟିଂ କ୍ରମର ଅଦଳବଦଳ ହେବ ବୋଲି ଆଶା କରାଯାଉଛି। ଡେନ୍‌ଲି ଗତ ୮ ବର୍ଷ ମଧ୍ୟରେ କେବଳ ମାତ୍ର ଗୋଟିଏ ପ୍ରଥମ ଶ୍ରେଣୀ ଶତକ ହାସଲ କରିଛନ୍ତି। ୪ ନମ୍ବରରେ ବଲ ଟିକିଏ ପୁରୁଣା ହୋଇଗଲେ ରୟ ଭଲ ପ୍ରଦର୍ଶନ କରିବେ ବୋଲି ଡେନଲି କହିଛନ୍ତି। ଏହି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri