Posted inଖେଳ

ଆଶେସ: ସଂଘର୍ଷପୂର୍ଣ୍ଣ ହେବ ଚତୁର୍ଥ ଟେଷ୍ଟ

ମାଞ୍ଚେଷ୍ଟର, ୪।୯(ଏ.ଏଫ୍‌.ପି.)- ବିଶ୍ୱ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ହାଇପ୍ରୋଫାଇଲ ଆଶେସ ସିରିଜର ଚତୁର୍ଥ ଟେଷ୍ଟରେ ପରସ୍ପରକୁ ଭେଟିବେ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୨୫୧ ରନରେ ବିଜୟୀ ହୋଇଥିଲା। ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଥିଲା। ତେବେ ତୃତୀୟ ଟେଷ୍ଟରେ ଲଢୁଆ ପ୍ରଦର୍ଶନ କରି ଇଂଲଣ୍ଡ ବେନ୍‌ ଷ୍ଟୋକ୍ସଙ୍କ ଅପରାଜିତ ୧୩୫ରନର ଐତିହାସିକ ଶତକୀୟ ଇନିଂସ ବଳରେ ବିଜୟୀ ହୋଇ ସିରିଜକୁ ୧-୧ ସମାନ ସ୍ତରକୁ ଆଣିବାରେ ସକ୍ଷମ ହୋଇଥିଲା। ଆଉ ଦୁଇଟି ମ୍ୟାଚ୍‌ ବାକିଥିବା ବେଳେ ସିରିଜ ବିଜୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉଭୟ ଦଳ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି। ତେବେ କିଭଳି ସିରିଜ ଜିତିବାକୁ ହେବ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଜାଣିଛନ୍ତି ବୋଲି ଦଳର କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। କିମ୍ବଦନ୍ତୀ ଆମେରିକୀୟ ବକ୍ସର ମହମ୍ମଦ ଅଲୀଙ୍କ ପିଲାଦିନର ଘଟଣାଠାରୁ ଖେଳାଳିମାନେ ପ୍ରେରଣା ନେବେ ବୋଲି ସେ କହିଛନ୍ତି। ପିଲାଦିନେ ଅଲୀଙ୍କ ବାଇକ ଚୋରି ହୋଇଯାଇଥିଲା। ଏହି ଘଟଣା ତାଙ୍କୁ ଜଣେ ମହାନ୍‌ ବକ୍ସରରେ ପରିଣତ କରିଥିଲା। ଗତ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଆଶେସ ବଜାୟ ରଖିବାକୁ ଅଷ୍ଟ୍ରେଲିଆ ସବୁମତେ ପ୍ରୟାସ କରିବ। ଏ ନେଇ ଆମେ କାର୍ଯ୍ୟ କରିଛୁ ଓ ଯୋଜନା ପ୍ରସ୍ତୁତ କରିଛୁ। ଦୀର୍ଘ ୧୮ ବର୍ଷ ପରେ ଆମେ ଇଂଲଣ୍ଡରେ ଆଶେସି ଜିତିବାର ସ୍ବପ୍ନ ପୁରଣ କରିବୁ ବୋଲି କହିଛନ୍ତି।
ଅଷ୍ଟ୍ରେଲିଆ ଦଳରେ ଅତିକମ୍‌ରେ ଗୋଟିଏ ପରିବର୍ତ୍ତନ ହେବ। ଇନ୍‌ଫର୍ମ ତାରକା ବ୍ୟାଟ୍ସମ୍ୟାନ ସ୍ମିଥ୍‌ ଦଳକୁ ଫେରିବେ। ଦ୍ୱିତୀୟ ଟେଷ୍ଟରେ ଜୋଫ୍ରା ଆର୍ଚରଙ୍କ ଘଣ୍ଟା ପ୍ରତି ୯୨ମାଇଲ ବେଗରେ ବଲ୍‌ ତାଙ୍କୁ ଆଘାତ ଦେଇଥିଲା। ଫଳରେ ସେ ତୃତୀୟ ଟେଷ୍ଟ ଖେଳିପାରି ନ ଥିଲେ। ବଲ ଟ୍ୟାମ୍ପିରିଂ ମାମଲାରେ ବର୍ଷେ ବାସନ୍ଦ ହେବା ପରେ ପ୍ରତ୍ୟାବର୍ତ୍ତନ କରି ସେ ପ୍ରଥମ ଟେଷ୍ଟରେ ଦୁଇଟି ଇନିଂସରେ ଯଥାକ୍ରମେ ୧୪୪ ଓ ୧୪୨୧ ରନ କରି ମୋଟ ୨୫୧ ରନ ସଂଗ୍ରହ କରିଥିଲେ। ଏହାପରେ ଦ୍ୱିତୀୟ ଟେଷ୍ଟରେ ସେ ୯୨ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ସ୍ମିଥ୍‌ଙ୍କ ବଦଳ ଖେଳାଳିଭାବେ ସ୍ଥାନ ପାଇଥିବା ମର୍ନସ ବାବୁସେନ କ୍ରମାଗତ ୩ଟି ଅର୍ଦ୍ଧଶତକ ହାସଲ କରି ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଫଳରେ ଉସ୍‌ମାନ ଖ୍ବାଜାଙ୍କୁ ବାଦ୍‌ ଦେଇ ସ୍ମିଥ୍‌ଙ୍କୁ ଦଳରେ ସାମିଲ କରାଯିବା ଆଶା କରାଯାଉଛି। ୬ଟି ଇନିଂସରୁ ଖ୍ବାଜା ୨୦.୩୩ ହାରରେ ରନ୍‌ ସଂଗ୍ରହ କରି ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି । ପ୍ରଥମ ଟେଷ୍ଟରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏହି ମ୍ୟାଚ୍‌ରେ ଦଳକୁ ଫେରିବେ।
ଅପରପକ୍ଷରେ ପୂରା ଫର୍ମରେ ଥିବା ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଏହି ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ସେ ଏପର୍ଯ୍ୟନ୍ତ ୨୫. ୩୫ ରନ ହାରରେ ୧୪ଟି ଉଇକେଟ ଅକ୍ତିଆର କରିଛନ୍ତି। ଇଂଲଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଇଞ୍ଜୁରି କାରଣରୁ ଇଂଲଣ୍ଡ ସର୍ବକାଳୀନ ସଫଳତମ ବୋଲର ଜେମ୍ସ ଆଣ୍ଡରସନ ଅନ୍ତିମ ଦୁଇଟି ଟେଷ୍ଟରୁ ବାଦ୍‌ ପଡିଛନ୍ତି। ତେବେ ବିଶ୍ୱକପ୍‌ ହିରୋ ଜାସନ ରୟ ଟେଷ୍ଟରେ ଓପନର ହିସାବରେ ସଂଘର୍ଷ କରିବାର ଇଂଲଣ୍ଡ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରୁଛି। ୪ ନମ୍ବରରେ ବ୍ୟାଟିଂ କରୁଥିବା ଜୋ ଡେନଲି ଓ ରୟଙ୍କ ମଧ୍ୟ ବ୍ୟାଟିଂ କ୍ରମର ଅଦଳବଦଳ ହେବ ବୋଲି ଆଶା କରାଯାଉଛି। ଡେନ୍‌ଲି ଗତ ୮ ବର୍ଷ ମଧ୍ୟରେ କେବଳ ମାତ୍ର ଗୋଟିଏ ପ୍ରଥମ ଶ୍ରେଣୀ ଶତକ ହାସଲ କରିଛନ୍ତି। ୪ ନମ୍ବରରେ ବଲ ଟିକିଏ ପୁରୁଣା ହୋଇଗଲେ ରୟ ଭଲ ପ୍ରଦର୍ଶନ କରିବେ ବୋଲି ଡେନଲି କହିଛନ୍ତି। ଏହି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

CJP ହିଂସା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ! ବାତିଲ ହେବ….

ନୂଆଦିଲ୍ଲୀ,୨୩।୭: ଜନ୍ତର ମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ (CJP) ପ୍ରତିବାଦ ସମୟରେ ଘଟିଥିବା ହିଂସାରେ ଜଡିତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସ…

CJP ଆନ୍ଦୋଳନ, ଏଣ୍ଟ୍ରି ମାରିଲାଣି ପାକିସ୍ତାନ! ଲାଠିଚାର୍ଜକୁ ନେଇ କହିଲା ଏମିତି ହେଉଛି ଖୁବ ଆଲୋଚନା

ନୂଆଦିଲ୍ଲୀ/ଇସଲାମାବାଦ,୨୩।୭: NEET-UG ପେପର୍‌ ଲିକ ବିବାଦ ଏବଂ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କରାଯାଇଥିବା ପ୍ରତିବାଦ ଉପରେ ପାକିସ୍ତାନ ପ୍ରତିକ୍ରିୟା…

ଖୁବଶୀଘ୍ର ଇସ୍ତଫା ଦେବେ ବାଂଲାଦେଶ ରାଷ୍ଟ୍ରପତି; କିଏ ନେବେ ନେତୃତ୍ୱ? ରାଜନୈତିକ ମହଲରେ ହେଲାଣି ତୀବ୍ର ଆଲୋଚନା

ଢାକା,୨୩।୭: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଖୁବ ଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି;…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୁଣା ପୋଷ୍ଟ ଭାଇରାଲ, ସୋନମ ଓ୍ବାଙ୍ଗଚୁକ ଏବଂ ତାଙ୍କ ପତ୍ନୀଙ୍କୁ କରିଥିଲେ ଏଭଳି ପ୍ରଶଂସା

ନୂଆଦିଲ୍ଲୀ,୨୩।୯: ଜଳବାୟୁ କର୍ମୀ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଅନଶନ ଜାରି ଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତିନି ବର୍ଷ ପୁରୁଣା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri