ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ସଂସ୍କାରବାଦୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୯ା୬-କେସି ହାଇସ୍କୁଲ ପରିସରରେ ଚାଲିଥିବା ବେସରକାରୀ ଇଂଲିଶ ମାଧ୍ୟମ ସ୍କୁଲ ଉଚ୍ଛେଦ ଦାବି ଏବେ ଜୋର ଧରିଛି ା ସାମାଜିକ ଅନୁଷ୍ଠାନ ସଂସ୍କାରବାଦୀ ପକ୍ଷରୁ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପରେ ଶୁକ୍ରବାର ଦକ୍ଷିଣାଞ୍ଚଳ ଆରଡିିସିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ସରକାରୀ ଅନୁଦାନ ପ୍ରାପ୍ତ ତଥା ଗୋଷାଣୀନୂଆଗଁାର ସର୍ବପୁରାତନ କେସି ହାଇସ୍କୁଲରେ ଦୀର୍ଘ ମାସ ଧରି ବେଆଇନ ଭାବେ ଘରୋଇ ଇଂଲିଶ ମିଡିୟମ ସ୍କୁଲ ପରିଚାଳିତ ହେଉଛି ା ଏହାକୁ ଉଚ୍ଛେଦ କରିବାକୁ ବହୁବାର ଜିଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଉ ନ ଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଥିଲା ା କେସି ହାଇସ୍କୁଲ ପରିସରରେ ପରିଚାଳିତ ବେସରକାରୀ ଇଂଲିଶ ମାଧ୍ୟମ ସ୍କୁଲ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଦିଗରେ ପଦକ୍ଷେପ ନେବା, ପ୍ରଧାନ ଶିକ୍ଷକ ଭାବେ ବରିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବା ଏବଂ କେସି ଟାଉନ, କେସି ବାଳିକା, କେସି ହାଇସ୍କୁଲରେ ଆବଶ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା ା ଏନେଇ ଆରଡିସିଙ୍କ ଜରିଆରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ା ସଭାପତି ତ୍ରିନାଥ ମହାରଣା, ଉପସଭାପତି ବଂଶୀଧର ଭୂୟଁାଙ୍କ ସମେତ ପ୍ରତାପ ଚନ୍ଦ୍ର ପଣ୍ଡା, ଶ୍ୟାମସୁନ୍ଦର ଖାଡଙ୍ଗା, ବିଜୟ ଚନ୍ଦ୍ର ବିଷୋୟୀ, ଗୌରୀ ଶଙ୍କର ମହାନ୍ତି, ଏସ୍‌. ଶାମ୍ବଶିବ ରାଓ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଉତ୍ତମ ରାଷ୍ଟ୍ର ଗଠନ ପାଇଁ ଉତ୍ତମ ସାହିତ୍ୟ ଚେତନା ଜରୁରୀ

ଭଞ୍ଜନଗର,୨୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ ଅନ୍ତର୍ଗତ ବଡ଼ଦୋଡଙ୍ଗା ଗ୍ରାମରେ ବୁଧବାର ଏକ କବିତା ଆସର ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ଶୌଚ ପାଇଁ ଯାଇଥିବା ବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡ଼ି ଚାଲିଗଲା ଦିବ୍ୟାଙ୍ଗ ପଞ୍ଚାଙ୍କ ଜୀବନ

ଦିଗପହଣ୍ଡି/ପାଟପୁର,୨୧।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ଅଙ୍ଗେଇତ ବନ୍ଧ ପୋଖରୀରେ ବୁଡ଼ି ଜଣେ ଦିବ୍ୟାଙ୍ଗ ଯୁବକ ମୃତ୍ୟୁବରଣ କରିଛନ୍ତି ।…

୪ରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି: ତପ୍ତପାଣିଠାରେ ମା’ କନ୍ଧୁଣୀ ଦେବୀଙ୍କ କରିବେ ଦର୍ଶନ

ଛତ୍ରପୁର, ୨୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଆସନ୍ତା ଅଗଷ୍ଟ ୪ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri