Posted inଖେଳ

ଆର୍ମିରେ କ୍ରିକେଟର୍‌: ଧୋନୀ, କଟ୍ରେଲଙ୍କ ପରେ ପେରେରା

କଲମ୍ବୋ, ୧।୧- ଶ୍ରୀଲଙ୍କା କ୍ରିକେଟ୍‌ ଦଳର ବରିଷ୍ଠ ଅଲ୍‌ରାଉଣ୍ଡର ଥିସାରା ପେରେରା ଜଣେ ‘ମେଜର’ ଭାବେ ଶ୍ରୀଲଙ୍କା ଆର୍ମିରେ ଯୋଗ ଦେଇଛନ୍ତି। ୩୦ ବର୍ଷୀୟ ପେରେରା ନିଜ ଟୁଇଟର୍‌ ଆକାଉଣ୍ଟ ଜରିଆରେ ଏହା ସ୍ପଷ୍ଟ କରିଛନ୍ତି। ଆର୍ମି କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ ଶଭେନ୍ଦ୍ର ସିଲ୍‌ଭାଙ୍କ ନିମନ୍ତ୍ରଣକୁ ସେ ଗ୍ରହଣ କରିନେଇଥିବା ପେରେରା କହିଛନ୍ତି। ଫଳରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଶେଲଡନ୍‌ କୋଟ୍ରେଲଙ୍କ ପରେ ଆଉ ଜଣେ କ୍ରିକେଟର୍‌ ଭାବେ ପେରେରା ନିଜ ଦେଶ ପକ୍ଷରୁ ଆର୍ମିରେ ଯୋଗ ଦେଇଛନ୍ତି।
ସ୍ଥାନ ପାଇଁ ଆର୍ମି କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ ଶଭେନ୍ଦ୍ର ସିଲ୍‌ଭାଙ୍କ ତରଫରୁ ହୋଇଥିବା ନିମନ୍ତ୍ରଣକୁ ମୁଁ ସ୍ବୀକାର କରିନେବା ସହ ଆର୍ମିରେ ଯୋଗଦେଇଛି । ତାଙ୍କ ପରି ଜଣେ ବ୍ୟକ୍ତିତ୍ୱଙ୍କ ନିକଟରୁ ନିମନ୍ତ୍ରଣ ପାଇବା ମୋ କ୍ୟାରିୟରର ସବୁଠୁ ବଡ଼ ସଫଳତା। ଧନ୍ୟବାଦ୍‌ ସାର୍‌। ଆର୍ମି କ୍ରିକେଟ୍‌ ପାଇଁ ମୋର ସର୍ବଶ୍ରେଷ୍ଠ ଦେବାକୁ ତତ୍ପର ରହିଛି’ ଏହି ସିଂହଳୀ କ୍ରିକେଟର୍‌ ତାଙ୍କ ଟୁଇଟର୍‌ ପୃଷ୍ଟାରେ ଉଲ୍ଲେଖ କରିଛନ୍ତି। କଲମ୍ବୋ ଗାଜେଟ୍‌ର ରିପୋର୍ଟ ଅନୁଯାୟୀ, ପେରେରାଙ୍କୁ ଗାଜାବା ରେଜିମେଣ୍ଟରେ ଜଣେ ମେଜର ଭାବେ ଭଲ୍ୟୁଣ୍ଟର ଫୋର୍ସରେ ଭର୍ତ୍ତି କରାଯାଇଛି। ପେରେରାଙ୍କ ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ଦୀନେଶ ଚାଣ୍ଡିମଲ ମଧ୍ୟ ଶ୍ରୀଲଙ୍କା ଆର୍ମିରେ ଯୋଗ ଦେଇସାରିଛନ୍ତି। ଡାହାଣହାତୀ ଦ୍ରୁତ ବୋଲର ପେରେରା ଶ୍ରୀଲଙ୍କା ପକ୍ଷରୁ ୬ ଟେଷ୍ଟ, ୧୬୧


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?