Posted inଖେଳ

ଆର୍ଚେରୀ ବିଶ୍ୱକପ ଷ୍ଟେଜ୍‌-୩: ତୃତୀୟ ରାଉଣ୍ଡରେ ଦୀପିକା, ତରୁଣଦୀପ

ଆଣ୍ଟାଲ୍ୟା (ତୁର୍କୀ), ୨୩।୫(ପି.ଟି.)- ବୁଧବାର ଏଠାରେ ଆରମ୍ଭ ହୋଇଥିବା ଆର୍ଚେରୀ ବିଶ୍ୱକପ ଷ୍ଟେଜ-୩ରେ ଦୀପିକା କୁମାରୀ ଓ ତରୁଣଦୀପ ରାୟଙ୍କ ସମେତ ୪ ଭାରତୀୟ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ରିକର୍ଭ ଇଣ୍ଡିଭିଜୁଆଲ ସେକ୍ସନରୁ ଅତନୁ ଦାସଙ୍କ ଅଭିଯାନ ଶେଷ ହୋଇଛି। ଯାତ୍ରା ଜନିତ ସମସ୍ୟା ଯୋଗୁ ମେଡେଲିନ୍‌ଠାରେ ବିଶ୍ୱକପ ଷ୍ଟେଜ-୧ରେ ଭାଗ ନେଇପାରି ନ ଥିବା ଭାରତୀୟ ଦଳ ଚଳିତ ସିଜନରେ ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣରେ କମ୍ପାଉଣ୍ଡ ବିଭାଗରୁ ପଦକ ଜିତିବା ସମ୍ଭାବନା ସୃଷ୍ଟି କରିଛନ୍ତି। ୩ୟ ରାଉଣ୍ଡରେ ପ୍ରବେଶ କରିଥିବା ଅନ୍ୟ ୨ ଭାରତୀୟ ହେଲେ ଅତୁଲ ବର୍ମା ଓ ରଜତ ଚୌହାନ।
୨୦୧୪ ୟୁଥ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ୨୧ ବର୍ଷୀୟ ଅତୁଲ ଏଠାରେ ପ୍ରଭାବୀ ପ୍ରଦର୍ଶନ କରି ଶାଙ୍ଘାଇ ବିଶ୍ୱକପ ଗୋଲ୍ଡ ମେଡାଲିଷ୍ଟ ଚାଇନିଜ୍‌ ତାଇପେର ଡେଙ୍ଗ୍‌ ୟୁଚେଙ୍ଗଙ୍କୁ ପରାସ୍ତ କରିଛନ୍ତି। ୨ ସେଟ୍‌ ସୁଦ୍ଧା ୦-୪ ପଏଣ୍ଟରେ ପଛୁଆ ରହିଥିବା ଅତୁଲ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ୨ ସେଟ୍‌ ଜିତିବା ସହ ୫ମ ସେଟ୍‌କୁ ୨୮-୨୮ରେ ଟାଇ କରିଥିଲେ। ଶୁଟ୍‌-ଅଫ୍‌ରେ ଧୈର୍ଯ୍ୟର ପରିଚୟ ଦେଇ ସେ ୯-୮ ପଏଣ୍ଟରେ ପରାସ୍ତ କରିଥିଲେ। ୩ୟ ରାଉଣ୍ଡରେ ସେ ବିଶ୍ୱର ୨ ନମ୍ବର ଖେଳାଳି ନେଦରଲାଣ୍ଡ୍ସର ଷ୍ଟିଭ୍‌ ଓ୍ବିଜଲେରଙ୍କୁ ଭେଟିବେ। ପ୍ରଥମ ରାଉଣ୍ଡରେ ଅତୁଲ ମଙ୍ଗୋଲିଆର ଗାନ୍‌ଟୁଗ୍ସ ଜଣ୍ଟସନଙ୍କୁ ପରାସ୍ତ କରିଥିଲେ। ଅଲିମ୍ପିଆନ ତରୁଣଦୀପ ତୃତୀୟ ରାଉଣ୍ଡରେ ୧୭ ବର୍ଷୀୟ ଜାପାନର ଆଓସିମା ଟେସୁୟାଙ୍କୁ ଭେଟିବେ। ପ୍ରଥମ ୨ ରାଉଣ୍ଡରେ ଏହି ଆର୍ମିମ୍ୟାନ ଅଷ୍ଟ୍ରିଆର ଡୋମିନିକ ଇରାସ୍କଙ୍କୁ ୭-୩ ଓ ସ୍ଲୋଭେନିଆର ଗାସ୍ପର ଷ୍ଟ୍ରାଝରଙ୍କୁ ୬-୪ ପଏଣ୍ଟରେ ପରାସ୍ତ କରିଥିଲେ। ଭାରତର ନମ୍ବରଓ୍ବାନ ରିକର୍ଭ ଆର୍ଚର ଅତନୁ ଦାସ ଦ୍ୱିତୀୟ ରାଉଣ୍ଡରେ ମେକ୍ସିକୋର କାର୍ଲୋସ ରୋଜାସଙ୍କଠାରୁ ୩-୭ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ପୂର୍ବତନ ନମ୍ବରଓ୍ବାନ ଦୀପିକା ପ୍ରଥମ ରାଉଣ୍ଡରେ କିର୍ଗିଜସ୍ତାନର ଜିବେକ କାନାଟବେକ୍‌ କିଜି ଜିବେକଙ୍କୁ ୬-୦ ଓ ଦ୍ୱିତୀୟ ରାଉଣ୍ଡରେ ୧୯୯୨ ବାର୍ସିଲୋନା ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ୪୫ ବର୍ଷୀୟା ଖାତୁନା ଲୋରିଗ୍‌ଙ୍କୁ ୬-୫(୯-୭) ପଏଣ୍ଟରେ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri