ଆରୋଗ୍ୟ ସେତୁ ଆପ୍‌ରେ ପ୍ରିଭେସି ବିପନ୍ନ ଆଶଙ୍କା

ନୂଆଦିଲ୍ଲୀ,୧୬ା୪: କୋଭିଡ୍‌-୧୯ ଲଢ଼େଇ ଦିଗରେ ଆରୋଗ୍ୟ ସେତୁ ଆପ୍‌ ଏକ ପ୍ରମୁଖ ଅସ୍ତ୍ର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି। ମାତ୍ର ଏହି ଆପ୍ଲିକେଶନରେ ବ୍ୟକ୍ତିଗତ ପ୍ରିଭେସି ବିପନ୍ନ ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏପ୍ରିଲ ୧୪ରେ ଦେଶବାସୀଙ୍କୁ ଆହ୍ବାନ କରି ମୋଦି କହିଛନ୍ତି ଯେ, ଏହି ଆପ୍ଲିକେଶନକୁ ସମସ୍ତେ ଡାଉନଲୋଡ କରିବା ଆବଶ୍ୟକ। ଅନ୍ୟମାନଙ୍କୁ ଉକ୍ତ ଆପ୍ଲିକେଶନ ଡାଉନଲୋଡ କରିବାକୁ ମଧ୍ୟ ଉତ୍ସାହିତ କରିବାକୁ ସେ ମତ ରଖିଛନ୍ତି। ଏହି ଆପ୍ଲିକେଶନଟି କେନ୍ଦ୍ର ସରକାରଙ୍କ ଦ୍ୱାରା ଏପ୍ରିଲ ୨ରେ ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ୧ କୋଟି ଡାଉନଲୋଡ ସ୍ତର ଛୁଇଁଛି। ଏହି ଆପ୍ଲିକେଶନର ବିଭିନ୍ନ ପ୍ରସଙ୍ଗକୁ ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଥମତଃ ଭାଷାଗତ ଭାବେ ବିଚାର କଲେ ଆପ୍ଲିକେଶନର କ୍ଲାଉଡରେ ସଂରକ୍ଷିତ ହୋଇ ରହୁଥିବା ବ୍ୟକ୍ତିଗତ ତଥ୍ୟ ଶେୟାର କରାଯାଇପାରିବ। ମେଡିକାଲ ଏବଂ ପ୍ରଶାସନିକ ଦୃଷ୍ଟିକୋଣରୁ କେତେକ କ୍ଷେତ୍ରରେ ଏହା ଶେୟାର ହୋଇପାରେ।
ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେଶନ (ଜିଡିପିଆର୍‌)ର ପ୍ରିଭେସି ନୀତିକୁ ଏହା କିଛି କ୍ଷେତ୍ରରେ ଠିକ୍‌ ଭାବେ ପାଳନ କରୁ ନ ଥିବା ଦେଖାଯାଇଛି। ଆପ୍ଲିକେଶନ ପ୍ରସ୍ତୁତକାରୀଙ୍କୁ ଏହି ଆପ୍‌ରେ ବିଭିନ୍ନ କ୍ଷେତ୍ରରେ ଏହା ଆଶ୍ୱସ୍ତି ମିଳୁଥିବାର ଦେଖାଯାଏ। ୟୁରୋପିଆନ ୟୁନିୟନ ପକ୍ଷରୁ ପ୍ରିଭେସି ନୀତି ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ସାରା ବିଶ୍ୱର ଦେଶଗୁଡିକ ମାନିଥାନ୍ତି ବୋଲି ସେଣ୍ଟର ଫର୍‌ ଇଣ୍ଟରନେଟ ଆଣ୍ଡ ସୋସାଇଟିର ପଲିସି ଅଫିସର ମୀରା ସ୍ବାମୀନାଥନ କହିଛନ୍ତି। ପ୍ରକୃତ ପକ୍ଷେ କେଉଁ ଡାଟା ସଂଗ୍ରହ କରାଯିବ, ଡାଟା କେତେ ସମୟ ଯାଏ ସଂରକ୍ଷିତ ହୋଇ ରହିବ, ଏହାକୁ କିଭଳି ବ୍ୟବହାର କରାଯିବ ଏବଂ ଡାଟା ଶେୟାରିଂ କ୍ଷେତ୍ରରେ ସ୍ବଚ୍ଛତା ରହିବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଏଠାରେ ଦିଆଯାଇ ନାହିଁ। ଯଦି ୟୁଜରଙ୍କ ଡାଟା ବେଆଇନ ଭାବେ ଆକ୍‌ସେସ୍‌ କରାଯାଏ ତେବେ ସରକାର ସେ ନେଇ ଦାୟୀ ରହିବେ ନାହିଁ ବୋଲି ଆରୋଗ୍ୟ ସେତୁର ଟର୍ମ ଅଫ୍‌ ୟୁଜ ବା ବ୍ୟବହାର ସମ୍ପର୍କିତ ଡାଟାରେ କୁହାଯାଇଛି।
ସ୍ବାମୀନାଥନ ପୁଣି କହିଛନ୍ତି ଯେ, ଜିଡିପିଆର୍‌ ଗାଇଡନାଇନରେ ଏମିିତି କିଛି ନିୟମ ରହିଛି ଯାହା ଭାଷା ସହ ସମ୍ପର୍କ ରଖିଥାଏ। ସଂଗ୍ରହ ହୋଇଥିବା ଡାଟା ସହ କ’ଣ କରାଯିବ ତାକୁ ମଧ୍ୟ ନିୟମ ଅଧୀନରେ ବିଚାର କରାଯାଇଥାଏ। ସେହିଭଳି ଆରୋଗ୍ୟ ସେତୁ ଆପ୍ଲିକେଶନର ସିଙ୍ଗାପୁର ଭିତ୍ତିକ ଆପ୍‌ ଟ୍ରେସ୍‌ ଟୁଗେଦର ସହ ସାମଞ୍ଜସ୍ୟ ରଖିଛି। ଟ୍ରେସ୍‌ ଟୁଗେଦରକୁ ମାର୍ଚ୍ଚ ୨୧ରେ ଶୁଭାରମ୍ଭ କରାଯାଇଛି। ସିଙ୍ଗାପୁର ସରକାରଙ୍କ ଏକ କମ୍ପାନୀ ପ୍ରସ୍ତୁତ କରିଛି। କଣ୍ଟ୍ରାକ୍ଟ ଠାବ କରିବା ଲାଗି ଟ୍ରେସ ଟୁଗେଦର ବ୍ଲୁଟୁଥ୍‌ ବ୍ୟବହାର କରୁଥିବା ବେଳେ ଆରୋଗ୍ୟ ସେତୁ ଆପ୍‌ ଜିପିଏସ୍‌ ଲୋକେଶନ ବ୍ୟବହାର କରିଥାଏ। ଅପରପକ୍ଷରେ ଏହି ଦୁଇ ଆପ୍ଲିକେଶନରେ ପ୍ରିଭେସି ନୀତିକୁ ନେଇ ମଧ୍ୟ ଭିନ୍ନତା ପରିଲକ୍ଷିତ ହୋଇଥାଏ। ଟ୍ରେସ ଟୁଗେଦର ଆପ୍‌ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ସ୍ବଳ୍ପ ସଂଖ୍ୟକ ଡାଟା ସଂଗ୍ରହ କରାଯିବ ଏବଂ ଅନାବଶ୍ୟକ ଡାଟା ସଂଗ୍ରହକୁ ବାଦ ଦିଆଯିବ। ଅପରପକ୍ଷରେ ଆରୋଗ୍ୟ ସେତୁରେ ସୂଚନା ପ୍ରଘଟ ହେଲେ ମଧ୍ୟ ସରକାର ଦାୟୀ ରହିବେ ନାହିଁ, ଯାହା ଅତ୍ୟନ୍ତ ଚିନ୍ତାଜନକ। ଏଭଳି ସ୍ଥିତିରେ ରାଜ୍ୟ ସରକାରଗୁଡିକ ପକ୍ଷରୁ କ୍ୱାରାଣ୍ଟାଇନ ମନିଟରିଂ, ହେଲ୍‌ଥ ଟ୍ରାକିଂ ଭଳି ଦିଗରେ ବ୍ୟବହାର ହେଉଥିବା କୋଭିଡ-୧୯ ଭିତ୍ତିକ ଆପ୍‌ଗୁଡ଼ିକ ପ୍ରିଭେସି ନିୟମକୁ ଠିକ୍‌ ଭାବେ ଧ୍ୟାନ ଦେଉ ନ ଥିବା ବିଶେଷଜ୍ଞ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri