ଆରମ୍ଭ ହେଲା ଯୁକ୍ତ ୨ ନାମଲେଖା ପ୍ରକ୍ରିୟା : ୪୬ କଲେଜ ପାଇଁ ୨୦ ସାମ୍‌ସ ସେଣ୍ଟର

ନୟାଗଡ଼ ଅଫିସ,୭ା୬ : ଗୁରୁବାରଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ନାମଲେଖା ପ୍ରକ୍ରିୟା। ଏଥିପାଇଁ ଛାତ୍ରୀଛାତ୍ର ଜିଲାର ବିଭିନ୍ନ ସାଇବର କାଫେରେ ଷ୍ଟୁଡେଣ୍ଟସ୍‌ ମ୍ୟାନେଜ୍‌ମେଣ୍ଟ ଏକାଡେମିକ ସିଷ୍ଟମ (ସାମ୍‌ସ) ୱେବ୍‌ସାଇଟ୍‌କୁ ଯାଇ କମନ୍‌ ଆପ୍ଲିକେଶନ୍‌ରେ ଫର୍ମ ପୂରଣ କରୁଥିବା ଦେଖିବାକୁ ମିଳିଛି। ଜୁନ୍‌ ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ଅନ୍‌ଲାଇନ୍‌ରେ ଆବେଦନ କରିସାରିବା ପରେ ଉକ୍ତ ହାର୍ଡକପି ସହ ନିର୍ଦ୍ଧାରିତ ଫି ନିକଟସ୍ଥ ସାମ୍‌ସ ସେଣ୍ଟରରେ ୨୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଦାଖଲ କରିବାକୁ ପଡ଼ିବ। ଏହା ପରେ ଜୁନ୍‌ ୨୬ରେ ପ୍ରଥମ ପର୍ଯ୍ୟାୟ ଯୋଗ୍ୟ ତାଲିକା ପ୍ରକାଶ ପାଇବ। ଜୁନ୍‌ ୨୮ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରୀଛାତ୍ର ସେମାନଙ୍କ ନାମ ଲେଖାଇପାରିବେ। ନୟାଗଡ଼ ଜିଲାରେ ମୋଟ ୪୬ ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିୟର କଲେଜ) ରହିଛି। ଏହିସବୁ କଲେଜରେ ଚଳିତବର୍ଷ ମୋଟ ୧୦ ହଜାର ୩୮ ସିଟ୍‌ ପାଇଁ ନାମଲେଖା ହେବ। କଳାରେ ୬୪୮୬ ସିଟ୍‌ ଥିବା ବେଳେ ବିଜ୍ଞାନରେ ୩୨୬୪ ଓ ବାଣିଜ୍ୟରେ ୨୮୮ ସିଟ୍‌ ପାଇଁ ନାମଲେଖା ହେବ। ସମସ୍ତ ୪୬ କଲେଜରେ ଆବେଦନ ପ୍ରକ୍ରିୟାକୁ ସୁରୁଖୁରୁରେ ସାରିବା ପାଇଁ ୨୦ଟି ସାମ୍‌ସ ସେଣ୍ଟର ଖୋଲାଯାଇଛି। ଭାପୁର ବ୍ଲକରେ ୨ କଲେଜ ପାଇଁ ଗୋଟିଏ ସାମ୍‌ସ ସେଣ୍ଟର ହୋଇଥିବାବେଳେ ଦଶପଲ୍ଲା ବ୍ଲକରେ ୧୦ କଲେଜ ପାଇଁ ୩ଟି, ଗଣିଆ ବ୍ଲକରେ ୩ କଲେଜ ପାଇଁ ୨ଟି, ଖଣ୍ଡପଡ଼ା ବ୍ଲକରେ ୫ କଲେଜ ପାଇଁ ୩ଟି, ନୟାଗଡ଼ ବ୍ଲକରେ ୭ କଲେଜ ପାଇଁ ୪ଟି, ନୂଆଗାଁ ବ୍ଲକରେ ୨ କଲେଜ ପାଇଁ ୨ଟି, ଓଡ଼ଗାଁ ବ୍ଲକରେ ୮ କଲେଜ ପାଇଁ ୩ଟି, ରଣପୁର ବ୍ଲକରେ ୯ କଲେଜ ପାଇଁ ୨ଟି ସାମ୍‌ସ ସେଣ୍ଟର କରାଯାଇଛି। ନୟାଗଡ଼ ସ୍ବୟଂଶାସିତ (ଜୁନିୟର) ମହାବିଦ୍ୟାଳୟକୁ ଜିଲାର ସାମ୍‌ସ ନୋଡାଲ ସେଣ୍ଟର କରାଯାଇଛି। ଛାତ୍ରୀଛାତ୍ର ନିଜ ପସନ୍ଦ ଅନୁସାରେ ଏକାଧିକ କଲେଜ ବାଛି ଅନ୍‌ଲାଇନ୍‌ରେ ଆବେଦନ କରିବା ପରେ ନିକଟସ୍ଥ ସାମ୍‌ସ ସେଣ୍ଟରରେ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ଚଳିତବର୍ଷ ଜିଲାରେ ୧୩,୭୫୭ ଛାତ୍ରୀଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୮୭୭ଜଣ ପାସ୍‌ କରିଛନ୍ତି। ସେଥିରୁ ୨୬୬୩ ଜଣ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି। ଭଲ ମାର୍କ ରଖିଥିବା ଛାତ୍ରୀଛାତ୍ର ଜିଲାର ଭଲ କଲେଜର କଟ୍‌ଅଫ୍‌ ମାର୍କକୁ ନଜରରେ ରଖିଛନ୍ତି। ଗତବର୍ଷ କେଉଁ କଲେଜରେ କେତେ କଟ୍‌ଅଫ୍‌ ମାର୍କ ରହିଥିଲା ତାହାକୁ ନେଇ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଭିଭାବକମାନେ ତର୍ଜମା କରୁଛନ୍ତି। ପୂର୍ବବର୍ଷ ନୟାଗଡ଼ ଜୁନିୟର ମହାବିଦ୍ୟାଳୟରେ କଳାରେ ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ୪୬.୧୭, ବିଜ୍ଞାନରେ ୭୯ ଓ ବାଣିଜ୍ୟରେ ୩୫.୩୩ ପ୍ରତିଶତ କଟ୍‌ଅଫ୍‌ ମାର୍କ ଥିଲା। ସେହିପରି ଇଟାମାଟି ଆଞ୍ଚଳିକ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରେ କଳାରେ ୪୮.୫୦ ଓ ବିଜ୍ଞାନରେ ୫୧.୩୩ ପ୍ରତିଶତ, ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ କଳାରେ ୪୮.୩୩ ଓ ବିଜ୍ଞାନରେ ୬୨.୫୦, ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ କଳାରେ ୪୮ ଓ ବିଜ୍ଞାନରେ ୫୭.୩୩ ଓ ଶରଣକୁଳ ଜୁନିୟର ମହାବିଦ୍ୟାଳୟରେ କଳାରେ ୪୨.୩୩ ଓ ବିଜ୍ଞାନରେ ୫୨.୬୦ ପ୍ରତିଶତ କଟ୍‌ଅଫ୍‌ ମାର୍କ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri