ମନ୍ତ୍ରଧ୍ୱନିରେ କମ୍ପୁଛି କାମାକ୍ଷାନଗର

କାମାକ୍ଷାନଗର, ୮।୧୦(ନି.ପ୍ର.)-ଆଜି ପବିତ୍ର ଦଶହରା। ମନ୍ତ୍ରଧ୍ୱନି, ଚଣ୍ଡୀପାଠ, ହୋମଯଜ୍ଞରେ କମ୍ପୁଛି ପୂଜାମଣ୍ଡପ। ମା’ଙ୍କ ଏହି ଶାରଦୀୟ ମହୋତ୍ସବରେ ନିଜକୁ ସାମିଲ କରିଛି କାମାକ୍ଷାନଗର। ସୋମବାର ମହାନବମୀ ପରେ ମଙ୍ଗଳବାର ପାରମ୍ପରିକ ନୀତି ଅନୁଯାୟୀ ମହାଦଶମୀ ପୂଜା ଆରମ୍ଭ ହୋଇଛି। ମା’ଙ୍କ ଦର୍ଶନ କରିବାକୁ ଲୋକାରଣ୍ୟ ହୋଇଉଠିଛି ପ୍ରତିଟି ମଣ୍ଡପ।
ଅଞ୍ଚଳର ୧୫ ପୂଜାମଣ୍ଡପରେ ଧୁମ୍‌ଧାମରେ ପୂଜାର୍ଚ୍ଚନା ଚାଲିଛି। ମୁଣ୍ଡିଦେଉଳି, ଜଗନ୍ନାଥ ବଜାର, ତରୁଣ ବଜାର, ଲକ୍ଷ୍ମୀ ବଜାର, ମେନ୍‌ରୋଡରେ ଦେବୀଙ୍କ ଆବାହନ କରାଯାଉଥିବାବେଳେ ଅନ୍ୟ ମଣ୍ଡପଗୁଡ଼ିକରେ ହରପାର୍ବତୀ ଏବଂ ମହାବୀର ହନୁମାନ ପୂଜା ପାଉଛନ୍ତି। ଦଶହରା ଉପଲକ୍ଷେ ସହରର ସର୍ବପୁରାତନ ପୂଜା ପ୍ରତିଷ୍ଠାନ ମୁଣ୍ଡିଦେଉଳିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପୂଜା କମିଟି ପକ୍ଷରୁ କାମାକ୍ଷା ପ୍ରସାଦ ପଣ୍ଡା, ସ୍ମୃତିପଦ ନନ୍ଦ, ଦେବୀପ୍ରସାଦ ପାଣି, ବ୍ରଜବନ୍ଧୁ ବେହେରା, ସୁନୀଲ ପଟ୍ଟନାୟକ, ରଣଜିତ ସାହୁ, ପ୍ରଭାତ ବେହେରା, ପ୍ରତାପ ସାହୁ ପ୍ରମୁଖ ଏଥିରେ ସହଯୋଗ କରୁଛନ୍ତି।
ସେହିପରି ଅନ୍ୟ ପୂଜା ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପୂଜା ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ତାହାକୁ ନଜରରେ ରଖି ସମସ୍ତ ବନ୍ଦୋବସ୍ତ କରାଯାଇଛି। ଅଧିକାଂଶ ମଣ୍ଡପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସେହିପରି ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଛି। ରାତିରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ରହିଛି।
ଅନ୍ୟପଟେ ବୁଧବାର ବିଦାୟ ନେବେ ମା’ ଦଶଭୂଜା। ଏହାକୁ ଶୃଙ୍ଖଳିତ ଭାବେ ସମାପନ କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରଶାସନକୁ ସହଯୋଗ କରିବାକୁ ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ, ଥାନାଧିକାରୀ ଅଭିନବ ଡାଳୁଆ ସହରବାସୀଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେରା ନାୟିକା କରାଇବାକୁ କହି ଯୁବତୀଙ୍କୁ ହୋଟେଲ୍‌ ଡାକି ବଳାତ୍କାର: ଭିଡିଓ କରି ବ୍ଲାକମେଲିଂ, ଯାତ୍ରାପାର୍ଟି ମ୍ୟାନେଜର ଗିରଫ

ପଟ୍ଟାମୁଣ୍ଡାଇ, ୩୧ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଯାତ୍ରା ପାଟି ନାୟିକା କରାଇ ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କଠାରୁ ଅର୍ଥ…

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

କେନ୍ଦ୍ରାପଡ଼ା ସହରରେ ଫୁଟିଲା ଗୁଳି

କେନ୍ଦ୍ରାପଡା, ୩୧ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସହରସ୍ଥ ରଣପଡା ନିକଟ ଟାଉନ ହାଇସ୍କୁଲ ପଡ଼ିଆ ପାଖରେ ଶନିବାର ସନ୍ଧ୍ୟାରେ ଗୁଳି ଫୁଟିଛି। ଏଥିରେ କାହାରି…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri