ଆମ ସୁରକ୍ଷା ଆମ ହାତରେ

 

ପ୍ରଫେସର ଶରତ ଚନ୍ଦ୍ର ରଥ

ବ୍ୟବହାରିକ ଜଗତରେ ଦୁଇଟି ଜୀବନ ଅଛି। ଗୋଟିଏ ହେଉଛି ବ୍ୟକ୍ତି ଜୀବନ ଏବଂ ଅନ୍ୟଟି ହେଉଛି ସମଷ୍ଟି ଜୀବନ। ଉଭୟ ଜୀବନର ମହତ୍ତ୍ୱ ଓ ସ୍ବତନ୍ତ୍ରତା ରହିଛି। ଉଭୟ ଜୀନର ସ୍ବତନ୍ତ୍ର ଶକ୍ତି ଓ ସାମର୍ଥ୍ୟ ରହିଛି। ଗୋଟିଏ ହେଉଛି ଏକକ ଏବଂ ଅନ୍ୟଟି ହେଉଛି ଏକତା। ବାସ୍ତବରେ ବ୍ୟକ୍ତି ଜୀବନ ହେଉଛି ଏକକ, ଏହି ସମଷ୍ଟି ଜୀବନର। ସମଷ୍ଟିର ଜୀବନକୁ ସମାଜ-ଜୀବନ ବୋଲି ଆମେ କହୁ। ବ୍ୟକ୍ତି ଜୀବନର ଏକତ୍ର ସହାବସ୍ଥାନଗତ ଜୀବନ ହେଉଛି ସମଷ୍ଟିଗତ ଜୀବନ ବା ସମାଜ-ଜୀବନ। କେତେକେ ସମାଜ-ଜୀବନକୁ ବଡ଼ କରି ବ୍ୟକ୍ତି ଜୀବନକୁ ସାନ ବୋଲି ଭାବନ୍ତି। ପ୍ରକୃତରେ କଥାଟି ଏପରି ନୁହେଁ। ବ୍ୟକ୍ତି ଜୀବନକୁ ନେଇ ଯେହେତୁ ସମାଜ-ଜୀବନ ସଂଗଠିତ, ସେହେତୁ ବ୍ୟକ୍ତି ଜୀବନର ମହତ୍ତ୍ୱ ସମାଜ-ଜୀବନର ମହତ୍ତ୍ୱଠାରୁ ଅଧିକ। କାରଣ ସମଷ୍ଟିକୁ ନେଇ ବ୍ୟକ୍ତି ନୁହେଁ ବରଂ ବ୍ୟକ୍ତିକୁ ନେଇ ସମଷ୍ଟି। ସମାଜ ସୁସ୍ଥ ହେଲେ ବ୍ୟକ୍ତି ସୁସ୍ଥ ହେବ ନାହିଁ ବରଂ ବ୍ୟକ୍ତି ସୁସ୍ଥ ହେଲେ ସମାଜ ସୁସ୍ଥ ହେବ। ସମାଜ ଭଲ ହେଲେ ବ୍ୟକ୍ତି ଭଲ ହେବ ନାହିଁ ବରଂ ବ୍ୟକ୍ତି ଭଲ ହେଲେ ସମାଜ ବଳେବଳେ ଭଲ ହୋଇଯିବ। ଅତଏବ ବ୍ୟକ୍ତି ଜୀବନର ମୂଲ୍ୟ ଓ ମୂଲ୍ୟବୋଧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ସଂପ୍ରତି କରୋନା ମହାମାରୀର ଭୟାବହତା ସମଗ୍ର ବିଶ୍ୱରେ ଅନୁଭୂତ ହେଉଛି। ଆମ ଦେଶ ମଧ୍ୟ ଏହି ପ୍ରଭାବରେ କେତେକାଂଶରେ ପ୍ରଭାବିତ ହୋଇଛି। ତେବେ ଏହି ପ୍ରଭାବରୁ ବ୍ୟକ୍ତି ଜୀବନକୁ ମୁକ୍ତରଖିବା ପାଇଁ ରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ଅଭିନନ୍ଦନୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରତ୍ୟେକ ବ୍ୟକ୍ତିର ମନରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ ଓ ପ୍ରଯତ୍ନ କରାଯାଉଛି। ଲକ୍ଷ୍ୟ ହେଉଛି ବ୍ୟକ୍ତି ଜୀବନର ସୁରକ୍ଷା। ଆଗ ସୁରକ୍ଷା ପରେ ସମୃଦ୍ଧି। ଜୀବନ ମାନେ ହିଁ ତାହା। ପ୍ରଥମେ ସ୍ଥିତି ପରେ ଅଗ୍ରଗତି। ବ୍ୟକ୍ତି ଜୀବନର ସ୍ଥିତି ଓ ସୁରକ୍ଷା ପାଇଁ ସତର୍କତା ଓ ସଚେତନତାକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ଏହା ପ୍ରତିଷେଧକ ବ୍ୟବସ୍ଥାର ଅନ୍ୟନାମ। ଅସୁସ୍ଥତାରୁ ସୁସ୍ଥତା ପାଇଁ ଔଷଧ ମୂଲ୍ୟବାନ, ମାତ୍ର ଅସୁସ୍ଥତା ନ ଆସିବା ପାଇଁ ଯାହା ଅଧିକ ମୂଲ୍ୟବାନ ତାହା ହେଉଛି ପ୍ରତିଷେଧକ। ବର୍ତ୍ତମାନ ଅବସ୍ଥାରେ ଯାହା ଏକାନ୍ତ ଆବଶ୍ୟକ ତାହା ହେଉଛି ବ୍ୟକ୍ତିଗତ ସ୍ତରର କଥା ଅର୍ଥାତ୍‌ ବ୍ୟକ୍ତି ବ୍ୟକ୍ତି ଭିତରେ ଭୌତିକ ଦୂରତା ଯାହାକୁ ଆମେ ବ୍ୟକ୍ତିଗତ ଦୂରତା ବୋଲି କହିପାରିବା। ଏହାସହିତ ବ୍ୟକ୍ତି ପରିଚ୍ଛନ୍ନତା, ମାସ୍କଗ୍ରହଣ, ଅଧିକ ଲୋକ ଏକାଠି ନ ହେବା, ପରସ୍ପର କରମର୍ଦ୍ଦନ ନ କରିବା, ବାରମ୍ବାର ହାତ ଧୋଇ ହାତକୁ ପରିଷ୍କାର ରଖିବା ଇତ୍ୟାଦି ଇତ୍ୟାଦି। ଘର ଭିତରେ ରହିବା, ନିହାତି ଦରକାର ନ ପଡ଼ିଲେ ବାହାରକୁ ନ ବାହାରିବା ଇତ୍ୟାଦି ଇତ୍ୟାଦି କଥା ଉପରେ ଗୁରୁତ୍ୱ ଦେବାର ନିୟମକୁ ନିଜେ ପାଳନ କରିବା ଏକାନ୍ତ ଜରୁରୀ। ସର୍ବୋପରି ଏହା କୁହାଯିବ ଯେ ବ୍ୟକ୍ତି ସଚେତନତା ହିଁ ଆଜିର ସୁରକ୍ଷା କବଚ, ଏଥିରେ ସନ୍ଦେହ ନାହିଁ।
ଏଥିସହିତ ଅନ୍ୟମାନଙ୍କର ସୁରକ୍ଷା ପ୍ରତି ମଧ୍ୟ ଆମକୁ ସଚେତନ ହେବାକୁ ହେବ। ଅନ୍ୟମାନଙ୍କର ସୁରକ୍ଷା ଅର୍ଥ ସମଷ୍ଟିର ସୁରକ୍ଷା। ପ୍ରତ୍ୟେକେ ବ୍ୟକ୍ତିଗତ ଭାବରେ ସୁସ୍ଥ ରହିଲେ ବଳେ ବଳେ ସମଷ୍ଟିଗତ ସୁରକ୍ଷା ଆସିଯିବ। ସମଷ୍ଟିଗତ ସୁସ୍ଥତା ଓ ସୁରକ୍ଷା ପାଇଁ ବ୍ୟକ୍ତିଗତ ସ୍ତରରେ ଶୁଭେଚ୍ଛା ଅତ୍ୟନ୍ତ ଆବଶ୍ୟକ। ଏହା ଏକ ପ୍ରୟାସ, ସୂକ୍ଷ୍ମପ୍ରୟାସ। ଶୁଭେଚ୍ଛାର ଶକ୍ତି ଅସୀମ। ଏଇ ଶୁଭେଚ୍ଛା କଥାରେ ନୁହେଁ, ସ୍ଥଳରେ ନୁହେଁ, ବରଂ ନୀରବରେ ସୂକ୍ଷ୍ମରେ। ଅନ୍ୟଠାରୁ ଦୂରରେ ରହି ଏକାକୀ ବସି ଅନ୍ତରରେ ସମଗ୍ର ଦେଶ ତଥା ବିଶ୍ୱ ପାଇଁ ଶୁଭେଚ୍ଛା ପ୍ରଦାନ କରାଯାଇପାରିବ। ସମସ୍ତଙ୍କର କଲ୍ୟାଣକାମନା ବ୍ୟକ୍ତିଗତ ଭାବରେ ହୃଦୟରେ କରାଯାଇପାରିବ। ଏଇ ବିପତ୍ତିରୁ ଆମ ଦେଶ ଏବଂ ସମଗ୍ର ବିଶ୍ୱ ମୁକ୍ତ ହେଉ- ଏହି ଶୁଭ କାମନା ବାହାରକୁ ଅର୍ଥହୀନ ମନେହୋଇପାରେ, ମାତ୍ର ଏହାର ମୂଲ୍ୟ ଯଥେଷ୍ଟ ଅଧିକ। କାରଣ ଶୁଭେଚ୍ଛା ଏକ ପ୍ରଚଣ୍ଡ ଶକ୍ତି, ଯାହା ବଳରେ ଅସମ୍ଭବକୁ ସମ୍ଭବ କରାଯାଇପାରେ। ଅସୁସ୍ଥତା, ବିଭୀଷିକା ଏକ ଏକ ବିରୋଧୀ ଶକ୍ତି। ଏହି ବିରୋଧୀ ଶକ୍ତିକୁ ସୂକ୍ଷ୍ମ ସ୍ତରରେ ପ୍ରତିହତ କରିଦେବାର ସାମର୍ଥ୍ୟ ଶୁଭେଚ୍ଛାର ରହିଛି। ସ୍ଥୂଳରେ ପ୍ରତିରୋଧ କରିବା ସହିତ ସୂକ୍ଷ୍ମରେ ପ୍ରତିହତ କରିବାର ମନୋବୃତ୍ତି ମିଶିଲେ ନିଶ୍ଚୟ ଏହି କରୋନାରୂପୀ ଅପଶକ୍ତି ଶୀଘ୍ର ଅପସରିଯିବ। ଭୟ ନୁହେଁ ସାହସ ହିଁ ଆଣିଦେବ ଅସଲ ଶକ୍ତି, ଯାହାକୁ ପ୍ରୟୋଗ କରି ହଟାଇ ଦେଇହେବ ଏହି ବିରୋଧୀ ଶକ୍ତିକୁ। ଏଥିପାଇଁ ଯଜ୍ଞ କରିବା କଥା, ଭଜନ କୀର୍ତ୍ତନ କରିବା କଥା, ସମୂହ ପ୍ରାର୍ଥନା କଥା କୁହାଯାଉ ନାହିଁ, ଆଦୌ କୁହାଯାଉ ନାହିଁ। ବରଂ ନିଜ ଘର ଭିତରେ ରହି ସମସ୍ତଙ୍କ ପ୍ରତି ଶୁଭେଚ୍ଛା ଓ ସଦିଚ୍ଛା ରଖିବା କଥା କୁହାଯାଉଛି।
ସ୍ଥୂଳତଃ ସତର୍କତା ଓ ସୂକ୍ଷ୍ମତଃ ଶୁଭେଚ୍ଛା ଆମକୁ ବିଜୟୀ କରାଇବ। ହତାଶା ନୁହେଁ ଆଶା। ବିଜୟର ଆଶା ଆଣିଦେବ ଆତ୍ମବିଶ୍ୱାସ, ଯାହା ଆମକୁ ଆହୁରି ଶକ୍ତିଶାଳୀ କରିଦେବ। ଆଶାର ଏକ ସ୍ବତନ୍ତ୍ର ଶକ୍ତି ରହିଛି। ମନେପଡ଼େ ଆଶାର ମହତ୍ତ୍ୱ ପରିପ୍ରେକ୍ଷୀରେ ଶ୍ରୀମାଙ୍କର ବାଣୀଟିଏ- ”ଆଶା କେବେ ବି ଛାଡ଼ିବ ନାହିଁ। ଆଶା ଏକ ଭଗବତ ସଦ୍‌ଗୁଣ। ଇଚ୍ଛା କରି ଆଶାବାଦୀ ହେବ“।
ଏପରି ସ୍ଥିତି ରହିବ ନାହିଁ, ନିଶ୍ଚୟ ଅପସରିଯିବ। ଏ ଅପଶକ୍ତି ହାରିବ ହିଁ ହାରିବ। ଏହା ଏକ ପରୀକ୍ଷା ସ୍ବରୂପ ବିଶ୍ୱଜୀବନକୁ ଆସିଛି। ଦୃଢ଼ ମନୋବଳ, ଅସୀମ ସାହସର ସହିତ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେବ। ବିଶ୍ୱ ବିକାଶର ପ୍ରତିରୋଧ ନିମନ୍ତେ ଏପରି ଏକ ବିରୋଧୀ ଶକ୍ତି ସମୟାନ୍ତରରେ ଆସେ। ଏହା ସ୍ଥାୟୀ ହେବ ନାହିଁ, ଦୂର ହୋଇଯିବ। ଏହାର ଦୂରୀକରଣ ପାଇଁ ବ୍ୟକ୍ତିଗତ ପ୍ରୟାସ ଓ ପ୍ରଯତ୍ନ ଅତ୍ୟନ୍ତ ଜରୁରୀ। ଆତ୍ମନିୟନ୍ତ୍ରଣ, ଆତ୍ମସଂଯମ, ଆତ୍ମଶୃଙ୍ଖଳା ଏବଂ ଆତ୍ମବିଶ୍ୱାସ ଏତେବେଳେ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ଏକ ଏକ ଅସ୍ତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆମେ ଯିଏ ଯେଉଁ ପ୍ରାନ୍ତରେ ଥାଉ ପଛକେ, ଯେଉଁ ସଂସ୍କୃତି ତଥା ଚଳଣିର ହେଉ ପଛକେ, ଘରେ ରହି ଏକକ ଉଦ୍ୟମରେ ବ୍ୟକ୍ତି ଚେତନାର ପ୍ରଭାବରେ ଏକା ବସି ଏଇ ପରିସ୍ଥିତିର ମୁକାବିଲା କରିପାରିବା ଏବଂ ବିଜୟ ହାସଲ କରି ଆମର ବ୍ୟକ୍ତିଗତ ସୁରକ୍ଷା ସହିତ ପ୍ରକାରାନ୍ତରେ ବିଶ୍ୱର ସୁରକ୍ଷା କରିପାରିବା। ସମୟର ଆହ୍ବାନକୁ ଆମେ ଶୁଣିବା, ବୁଝିବା, ସଚେତନ ଶକ୍ତିର ପ୍ରୟୋଗ କରିବା ଏବଂ ବିଜୟ ଲାଭ କରିବା, ଏଥିରେ ସନ୍ଦେହର ଅବକାଶ ନାହିଁ।
ଭୁବନେଶ୍ୱର, ମୋ: ୯୪୩୭୭୫୬୨୪୦


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?