ଆମେରିକା ଦୂତାବାସ ଉପରେ ଆକ୍ରମଣ: ଘନେଇଲା ସଂକଟ

ବାଗଦାଦ,୫।୧(ଏଏଫ୍‌ପି): ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଇରାନ ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହେବାର ଦିନକ ପରେ ବାଗଦାଦର ଗ୍ରୀନ ଜୋନ୍‌ରେ ଥିବା ଆମେରିକୀୟ ଦୂତାବାସକୁ ଟାର୍ଗେଟ କରାଯାଇଛି। ଏଥିସହିତ ଆମେରିକୀୟ ସୈନ୍ୟ ରହୁଥିବା ଇରାକ୍‌ର ଅଲ୍‌-ବାଲାଦ ଏୟାରବେସ୍‌ ଉପରେ ମଧ୍ୟ ଶନିବାର ରାତିରେ ଦୁଇଟି ରକେଟ ମାଡ଼ ହୋଇଛି। ଏହି ଆକ୍ରମଣରେ କେତେଜଣ ମୃତାହତ ହୋଇଛନ୍ତି ତାହା ଜଣାପଡିନାହିଁ। କୂଟନୀତିଜ୍ଞ ଓ ସୈନ୍ୟମାନେ ରହୁଥିବା ବାଗଦାଦସ୍ଥିତ ଆମେରିକା କମ୍ପାଉଣ୍ଡରେ ଦୁଇଟି ମୋର୍ଟାର ମାଡ଼ ହେବା ପରେ ହଠାତ୍‌ ସାଇରନ୍‌ ବାଜିଉଠିଥିଲା। ଅଲ-ବାଲାଦ ବେସ୍‌ ଉପରେ କାଟ୍ୟୁସା ରକେଟରେ ଆକ୍ରମଣ କରାଯାଇଥିବା ଜଣାପଡିଛି। ଏହି ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସୋଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ପୂର୍ବରୁ ଇରାନ କହିଥିଲା। ତେଣୁ ଆମେରିକା ଦୂତାବାସ ଉପରେ ଇରାନ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଏହି ସଂଘର୍ଷ ପରେ ତେହେରାନର ପ୍ରତିଶୋଧ ମନୋଭାବ ଯୋଗୁ ବାଗଦାଦସ୍ଥିତ ଆମେରିକା ଦୂତାବାସ ଓ ଇରାକରେ ରହୁଥିବା ୫୨୦୦ ଆମେରିକୀୟ ସୈନ୍ୟଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି।
ଶୁକ୍ରବାର ଆମେରିକାର ରକେଟ ମାଡ଼ରେ ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହୋଇଥିଲେ। ଏହାକୁ ନେଇ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଖାମେନି ପ୍ରତିଶୋଧ ନିଆଯିବ ବୋଲି ଶୁକ୍ରବାର ଧମକ ଦେଇଥିଲେ। ଫଳରେ ଦୁଇ ପାରମ୍ପରିକ ଶତ୍ରୁ ଆମେରିକା ଓ ଇରାନ ମଧ୍ୟରେ ଚରମ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁଇଦେଶ ଯୁଦ୍ଧ ଆଡ଼କୁ ମୁହାଁଉଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଶଙ୍କା ପ୍ରକାଶ ପାଇଥିଲା।
ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘଦିନରୁ ଶତ୍ରୁତା ଲାଗି ରହିଛି। ଗତ ମାସରେ ଉତ୍ତର ଇରାକରେ ଇରାନର ସାମରିକ କାର୍ଯ୍ୟାନୁଷ୍ଠାନରେ ଜଣେ ଆମେରିକୀୟ ଠିକାଦାରଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବ ଦେବାକୁ ଯାଇ ଆମେରିକା ମଙ୍ଗଳବାର ଆକାଶମାର୍ଗରୁ ଆକ୍ରମଣ କରିବାରୁ ଇରାନ ସମର୍ଥିତ ୨୫ କଠୋରପନ୍ଥୀ ଯୋଦ୍ଧା ନିହତ ହୋଇଥିଲେ। ନିକଟରେ ଇରାକ ରାଜଧାନୀ ବାଗଦାଦରେ ଇରାନ ସମର୍ଥତ୍ତ ବିଦ୍ରୋହୀଙ୍କ ଉପରେ ଆମେରିକା ସେନା ଆକାଶମାର୍ଗରୁ ଆକ୍ରମଣ କରିଥିଲା। ଇରାନ ସମର୍ଥିତ ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ପ୍ରତିଶୋଧପରାୟଣ ହୋଇ ବୁଧବାର ବାଗଦାଦସ୍ଥିତ ଆମେରିକା ଦୂତାବାସକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣ ପାଇଁ ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଟ୍ରମ୍ପ୍‌ ଚେତାବନୀ ଦେଇଥିଲେ। ଏହାସହ ଆମେରିକା ମଧ୍ୟପ୍ରାଚ୍ୟ କ୍ଷେତ୍ରକୁ ତତ୍କାଳ ୭୫୦ ସୈନ୍ୟଙ୍କୁ ପଠାଇବା ପାଇଁ ଘୋଷଣା କରିଥିଲା। ଏହାର ଦୁଇଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ନାଟକୀୟ ଭାବେ ଇରାନର ରିଭୋଲ୍ୟୁଶନାରୀ ଗାର୍ଡସ କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ହତ୍ୟାକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଲ୍‌-ଗାର୍ଡସ ମୁଖ୍ୟ ତଥା ଏହାର ନିରାପତ୍ତା ସରଞ୍ଜାମ ସ୍ଥପତି ଜେନେରାଲ ସୋଲେମାନୀ ବାଗଦାଦ ଯାଇଥିବାବେଳେ ଶୁକ୍ରବାର ଭୋର ସମୟରେ ଆମେରିକା ସେନା ତାଙ୍କୁ ଟାର୍ଗେଟ କରିଥିଲା। ସୋଲେମାନୀ ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ କାର୍‌କେଡ୍‌ରେ ଯାଉଥିବାବେଳେ ଆମେରିକା ବଳ ଆକାଶମାର୍ଗରୁ ରକେଟ ମାଡ଼ କରିଥିଲା। ଏଥିରେ ସୋଲେମାନୀ ଓ ଇରାକର ଶକ୍ତିଶାଳୀ ହାଶେଦ୍‌ ଅଲ-ଶବାବି ଅର୍ଦ୍ଧସାମରିକ ବଳ ଉପମୁଖ୍ୟଙ୍କ ସମେତ ଇରାନ ସମର୍ଥତ୍ତ କେତେଜଣ ସ୍ଥାନୀୟ ବିଦ୍ରୋହୀ ନିହତ ହୋଇଥିଲେ। ଶନିବାର ସକାଳେ ଇରାକ୍‌ରେ ଥିବା ଇରାନ ସପକ୍ଷବାଦୀ ସୈନ୍ୟଙ୍କ ଉପରେ ପୁଣି ଥରେ ଆକାଶମାର୍ଗରୁ ଆକ୍ରମଣ ହୋଇଥିଲା। ସୋଲୋମାନୀଙ୍କୁ ହତ୍ୟାକରି ଆମେରିକା ଯୁଦ୍ଧ ଭଳି କାର୍ଯ୍ୟକରିଛି ବୋଲି ଜାତିସଂଘରେ ଇରାନ ରାଷ୍ଟ୍ରଦୂତ ମଜିଦ ତଖତ୍‌ ରାଭାନ୍‌ଚି କହିଥିଲେ। ଶିୟା ଗୋଷ୍ଠୀ ନିୟନ୍ତ୍ରଣାଧୀନ ଅର୍ଦ୍ଧସାମରିକ ନେଟଓ୍ବର୍କ ହାଶେଦ ଅଲ୍‌-ଶବାବି ସୈନ୍ୟଙ୍କ ଉପରେ ଶନିବାର ଆକ୍ରମଣ କରାଯାଇଥିଲା। ଏହା ଆମେରିକାର ଏୟାରଷ୍ଟ୍ରାଇକ୍‌ ବୋଲି ଇରାକ୍‌ ଟେଲିଭିଜନ ରିପୋର୍ଟରେ କୁହାଯାଇଥିଲା। ଏଥିରେ ଅନେକ ମୃତାହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri