ଆମାଜନ ଜଳୁଥିବ ସ୍ତ୍ରୀଙ୍କୁ ନେଇ :ଜି-୭ର ୨୦ ନିୟୁତ ଡଲାର ସହାୟତାକୁ ବ୍ରାଜିଲର ପ୍ରତ୍ୟାଖ୍ୟାନ

ପୋର୍ଟ ଭେଲ୍‌ହୋ,୨୮ା୮: ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ସାଜିଛି। ଏହାକୁ ଲିଭାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ବ୍ରାଜିଲକୁ ୨୦ ନିୟୁତ ଡଲାର ସହାୟତା ଦେବା ଲାଗି ଜି-୭ ସମ୍ମିଳନୀରେ ଘୋଷଣା କରିଛନ୍ତି। ହେଲେ ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନାରୋ ଏହି ସହାୟତା ଗ୍ରହଣ କରିବାକୁ ମନାକରିଦେଇଛନ୍ତି। ମାକ୍‌ରଁ ତାଙ୍କ ବିରୋଧରେ ଦେଇଥିବା ଅପମାନଜନକ ମନ୍ତବ୍ୟ ପ୍ରତ୍ୟାହାର କଲେ ଏହି ଅର୍ଥ ଗ୍ରହଣ ନେଇ ବିଚାର କରିବେ ବୋଲି ମଙ୍ଗଳବାର ବୋଲ୍‌ସୋନାରୋ ସ୍ପଷ୍ଟ କରିଛନ୍ତି।
ରାଷ୍ଟ୍ରପତିଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା ସ୍ତ୍ରୀଙ୍କୁ ନେଇ। ବ୍ରାଜିଲ ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କ ଜଣେ ସମର୍ଥକ ଦୁଇଦିନ ତଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ୬୬ ବର୍ଷୀୟା ସ୍ତ୍ରୀ ବ୍ରିଜେଟ୍‌ଙ୍କୁ ନେଇ ଉପହାସ କରିଥିଲେ। ସେ ଫେସ୍‌ବୁକ୍‌ ପୋଷ୍ଟରେ ବ୍ରିଜେଟ୍‌ ଓ ବୋଲ୍‌ସୋନାରୋଙ୍କ ସ୍ତ୍ରୀ ମିଶେଲଙ୍କ ଫଟୋ ପୋଷ୍ଟ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ, ଏଥିରୁ ଆପଣ ବୁଝିପାରୁଥିବେ ବୋଲ୍‌ସୋନାରୋଙ୍କ ଉପରେ ମାକ୍‌ରଁ କାହିଁକି ଅତ୍ୟାଚାର କରୁଛନ୍ତି। ଏହା ଉପରେ ପର୍ତ୍ତୁଗିଜ୍‌ ଭାଷାରେ ମନ୍ତବ୍ୟ ଦେଇ ଦେଇ ବୋଲ୍‌ସୋନାରୋ କହିଥିଲେ, ମାକ୍‌ରଁଙ୍କୁ ଅପମାନିତ କରନାହିଁ। ହାଃ ହାଃ। ବୋଲ୍‌ସୋନାରୋଙ୍କ ପ୍ରତିକ୍ରିୟାକୁ ନେଇ ମାକ୍‌ରଁ କହିଛନ୍ତି, ଏହା ଅତ୍ୟନ୍ତ ଅଭଦ୍ର ଓ ଦୁଃଖଦ ମନ୍ତବ୍ୟ। ବୋଲ୍‌ସୋନାରୋ ମୋ ସ୍ତ୍ରୀଙ୍କ ସମ୍ପର୍କରେ ଅସମ୍ମାନଜନକ କଥା କହିଛନ୍ତି। ବ୍ରାଜିଲବାସୀଙ୍କୁ ମୁଁ ବହୁତ ସମ୍ମାନ କରେ। ସେମାନଙ୍କୁ ଖୁବ୍‌ଶୀଘ୍ର ଜଣେ ଯୋଗ୍ୟ ରାଷ୍ଟ୍ରପତି ମିଳିଯିବେ ବୋଲି ଆଶା।
ସମ୍ମିଳନୀ ଅବସରରେ ଏକ ପ୍ରେସ୍‌ କନ୍‌ଫରେନ୍ସ୍‌ରେ ମାକ୍‌ରଁ ଏହି ମନ୍ତବ୍ୟ ଦେଇଥିଲେ। ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ କିଛି ଦିନ ହେବ ମାକ୍‌ରଁ ଓ ବଲ୍‌ସୋନାରୋଙ୍କ ମଧ୍ୟରେ କୂଟନୈତିକ ସ୍ତରରେ ଟଣାଓଟରା ଦେଖିବାକୁ ମିଳିଛି। ମାକ୍‌ରଁ ଆମାଜନ ନିଆଁକୁ ଅନ୍ତର୍ଜାତୀୟ ସଙ୍କଟ ଭାବେ ଅଭିହିତ କରି ତାକୁ ଲିଭାଇବା ପାଇଁ ସାରା ବିଶ୍ୱର ନେତାଙ୍କୁ ଏକାଠି କରିବାକୁ ଉଦ୍ୟମ ଚଳାଇଛନ୍ତି। ପରିବେଶବିତ୍‌ମାନେ ଏହି ନିଆଁ ପାଇଁ ବୋଲ୍‌ସୋନାରୋଙ୍କ ନୀତିକୁ ଦାୟୀ କରିଛନ୍ତି। ଏଭଳି ସମୟରେ ୨୦ ନିୟୁତ ଡଲାର ଦେବା ପାଇଁ ମାକ୍‌ରଁ ଘୋଷଣା କରିଥିବାବେଳେ ମହିଳା, କୃଷ୍ଣକାୟ ଓ ସଂଖ୍ୟାଲଘୁଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଦେବାରେ କୁଖ୍ୟାତ୍‌ ଦକ୍ଷିଣପନ୍ଥୀ ନେତା ବୋଲ୍‌ସୋନାରୋ ତାକୁ ଗ୍ରହଣ କରିବାକୁ ମନାକରିଛନ୍ତି। ମାକ୍‌ରଁ ତାଙ୍କ ସମ୍ପର୍କରେ ଦେଇଥିବା ଅପମାନଜନକ ମନ୍ତବ୍ୟ ପ୍ରତ୍ୟାହାର ନ କରିବା ଯାଏ ନିଆଁ ଲିଭାଇବା ପାଇଁ ଉକ୍ତ ସହାୟତା ସେ ଗ୍ରହଣ କରିବେ ନାହିଁ କି ଫ୍ରାନ୍ସ ସହ କୌଣସି ପ୍ରକାର ଆଲୋଚନା କରିବେ ନାହିଁ।
ସୂଚନାନୁସାରେ ରବିବାର ଓ ସୋମବାର ମଧ୍ୟରେ ଆମାଜନ ଜଙ୍ଗଲର ୧,୬୫୯ ନୂଆ ସ୍ଥାନରେ ନିଆଁ ଲାଗିଛି। ଏହାକୁ ମିଶାଇ ଚଳିତବର୍ଷର ମୋଟ ଅଗ୍ନିକାଣ୍ଡ ସଂଖ୍ୟା ୮୨,୨୮୫ରେ ପହଞ୍ଚତ୍ଛି। ଆମାଜନ ଅବବାହିକାରେ ଏହାକୁ ଲିଭାଇବା ପାଇଁ ବାୟୁସେନା ପକ୍ଷରୁ ଯୁଦ୍ଧବିମାନରୁ ପାଣିବର୍ଷା କରାଯାଉଛି, ଯାହାକି ଯଥେଷ୍ଟ ନୁହେଁ। ଆମାଜନର ୬୦% ବ୍ରାଜିଲରେ ରହିଥିବାବେଳେ ଅନ୍ୟ ୪୦% ପଡ଼ୋଶୀ ଫ୍ରାନ୍ସ ସମେତ ୮ଟି ଦେଶରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri