ଆମାଜନ ଜଳୁଥିବ ସ୍ତ୍ରୀଙ୍କୁ ନେଇ :ଜି-୭ର ୨୦ ନିୟୁତ ଡଲାର ସହାୟତାକୁ ବ୍ରାଜିଲର ପ୍ରତ୍ୟାଖ୍ୟାନ

ପୋର୍ଟ ଭେଲ୍‌ହୋ,୨୮ା୮: ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ସାଜିଛି। ଏହାକୁ ଲିଭାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ବ୍ରାଜିଲକୁ ୨୦ ନିୟୁତ ଡଲାର ସହାୟତା ଦେବା ଲାଗି ଜି-୭ ସମ୍ମିଳନୀରେ ଘୋଷଣା କରିଛନ୍ତି। ହେଲେ ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନାରୋ ଏହି ସହାୟତା ଗ୍ରହଣ କରିବାକୁ ମନାକରିଦେଇଛନ୍ତି। ମାକ୍‌ରଁ ତାଙ୍କ ବିରୋଧରେ ଦେଇଥିବା ଅପମାନଜନକ ମନ୍ତବ୍ୟ ପ୍ରତ୍ୟାହାର କଲେ ଏହି ଅର୍ଥ ଗ୍ରହଣ ନେଇ ବିଚାର କରିବେ ବୋଲି ମଙ୍ଗଳବାର ବୋଲ୍‌ସୋନାରୋ ସ୍ପଷ୍ଟ କରିଛନ୍ତି।
ରାଷ୍ଟ୍ରପତିଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା ସ୍ତ୍ରୀଙ୍କୁ ନେଇ। ବ୍ରାଜିଲ ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କ ଜଣେ ସମର୍ଥକ ଦୁଇଦିନ ତଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ୬୬ ବର୍ଷୀୟା ସ୍ତ୍ରୀ ବ୍ରିଜେଟ୍‌ଙ୍କୁ ନେଇ ଉପହାସ କରିଥିଲେ। ସେ ଫେସ୍‌ବୁକ୍‌ ପୋଷ୍ଟରେ ବ୍ରିଜେଟ୍‌ ଓ ବୋଲ୍‌ସୋନାରୋଙ୍କ ସ୍ତ୍ରୀ ମିଶେଲଙ୍କ ଫଟୋ ପୋଷ୍ଟ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ, ଏଥିରୁ ଆପଣ ବୁଝିପାରୁଥିବେ ବୋଲ୍‌ସୋନାରୋଙ୍କ ଉପରେ ମାକ୍‌ରଁ କାହିଁକି ଅତ୍ୟାଚାର କରୁଛନ୍ତି। ଏହା ଉପରେ ପର୍ତ୍ତୁଗିଜ୍‌ ଭାଷାରେ ମନ୍ତବ୍ୟ ଦେଇ ଦେଇ ବୋଲ୍‌ସୋନାରୋ କହିଥିଲେ, ମାକ୍‌ରଁଙ୍କୁ ଅପମାନିତ କରନାହିଁ। ହାଃ ହାଃ। ବୋଲ୍‌ସୋନାରୋଙ୍କ ପ୍ରତିକ୍ରିୟାକୁ ନେଇ ମାକ୍‌ରଁ କହିଛନ୍ତି, ଏହା ଅତ୍ୟନ୍ତ ଅଭଦ୍ର ଓ ଦୁଃଖଦ ମନ୍ତବ୍ୟ। ବୋଲ୍‌ସୋନାରୋ ମୋ ସ୍ତ୍ରୀଙ୍କ ସମ୍ପର୍କରେ ଅସମ୍ମାନଜନକ କଥା କହିଛନ୍ତି। ବ୍ରାଜିଲବାସୀଙ୍କୁ ମୁଁ ବହୁତ ସମ୍ମାନ କରେ। ସେମାନଙ୍କୁ ଖୁବ୍‌ଶୀଘ୍ର ଜଣେ ଯୋଗ୍ୟ ରାଷ୍ଟ୍ରପତି ମିଳିଯିବେ ବୋଲି ଆଶା।
ସମ୍ମିଳନୀ ଅବସରରେ ଏକ ପ୍ରେସ୍‌ କନ୍‌ଫରେନ୍ସ୍‌ରେ ମାକ୍‌ରଁ ଏହି ମନ୍ତବ୍ୟ ଦେଇଥିଲେ। ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ କିଛି ଦିନ ହେବ ମାକ୍‌ରଁ ଓ ବଲ୍‌ସୋନାରୋଙ୍କ ମଧ୍ୟରେ କୂଟନୈତିକ ସ୍ତରରେ ଟଣାଓଟରା ଦେଖିବାକୁ ମିଳିଛି। ମାକ୍‌ରଁ ଆମାଜନ ନିଆଁକୁ ଅନ୍ତର୍ଜାତୀୟ ସଙ୍କଟ ଭାବେ ଅଭିହିତ କରି ତାକୁ ଲିଭାଇବା ପାଇଁ ସାରା ବିଶ୍ୱର ନେତାଙ୍କୁ ଏକାଠି କରିବାକୁ ଉଦ୍ୟମ ଚଳାଇଛନ୍ତି। ପରିବେଶବିତ୍‌ମାନେ ଏହି ନିଆଁ ପାଇଁ ବୋଲ୍‌ସୋନାରୋଙ୍କ ନୀତିକୁ ଦାୟୀ କରିଛନ୍ତି। ଏଭଳି ସମୟରେ ୨୦ ନିୟୁତ ଡଲାର ଦେବା ପାଇଁ ମାକ୍‌ରଁ ଘୋଷଣା କରିଥିବାବେଳେ ମହିଳା, କୃଷ୍ଣକାୟ ଓ ସଂଖ୍ୟାଲଘୁଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଦେବାରେ କୁଖ୍ୟାତ୍‌ ଦକ୍ଷିଣପନ୍ଥୀ ନେତା ବୋଲ୍‌ସୋନାରୋ ତାକୁ ଗ୍ରହଣ କରିବାକୁ ମନାକରିଛନ୍ତି। ମାକ୍‌ରଁ ତାଙ୍କ ସମ୍ପର୍କରେ ଦେଇଥିବା ଅପମାନଜନକ ମନ୍ତବ୍ୟ ପ୍ରତ୍ୟାହାର ନ କରିବା ଯାଏ ନିଆଁ ଲିଭାଇବା ପାଇଁ ଉକ୍ତ ସହାୟତା ସେ ଗ୍ରହଣ କରିବେ ନାହିଁ କି ଫ୍ରାନ୍ସ ସହ କୌଣସି ପ୍ରକାର ଆଲୋଚନା କରିବେ ନାହିଁ।
ସୂଚନାନୁସାରେ ରବିବାର ଓ ସୋମବାର ମଧ୍ୟରେ ଆମାଜନ ଜଙ୍ଗଲର ୧,୬୫୯ ନୂଆ ସ୍ଥାନରେ ନିଆଁ ଲାଗିଛି। ଏହାକୁ ମିଶାଇ ଚଳିତବର୍ଷର ମୋଟ ଅଗ୍ନିକାଣ୍ଡ ସଂଖ୍ୟା ୮୨,୨୮୫ରେ ପହଞ୍ଚତ୍ଛି। ଆମାଜନ ଅବବାହିକାରେ ଏହାକୁ ଲିଭାଇବା ପାଇଁ ବାୟୁସେନା ପକ୍ଷରୁ ଯୁଦ୍ଧବିମାନରୁ ପାଣିବର୍ଷା କରାଯାଉଛି, ଯାହାକି ଯଥେଷ୍ଟ ନୁହେଁ। ଆମାଜନର ୬୦% ବ୍ରାଜିଲରେ ରହିଥିବାବେଳେ ଅନ୍ୟ ୪୦% ପଡ଼ୋଶୀ ଫ୍ରାନ୍ସ ସମେତ ୮ଟି ଦେଶରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?