ଆବାସ ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନର ତତ୍ପରତା

ଯାଜପୁର ଅଫିସ,୩।୨: ଯାଜପୁର ଜିଲାରେ ଆବାସ ଗୃହ ନିର୍ମାଣରେ ଅଗ୍ରଗତି ନୈରାଶ୍ୟଜନକ ରହିଛି। ପୂର୍ବରୁ ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଘର ମିଳି ନ ଥିବାବେଳେ ଥିଲାବାଲା ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିବା ନଜିର ରହିଛି। ତେବେ ଏନେଇ ବିଭିନ୍ନ ସମୟରେ ଧରିତ୍ରୀ ସହ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ଆବାସ ଘର ସମ୍ପୂର୍ଣ୍ଣ କରିବା ନେଇ ତପତ୍ରତା ପ୍ରକାଶ ପାଇଛି। ଏହିକ୍ରମରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ପରିଦର୍ଶନରେ ଯାଇ ନିର୍ମାଣାଧୀନ ଆବାସ ଘରଗୁଡିକର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୃହ ନିର୍ମାଣ ସାରିଲେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋସତ୍ାହନ ରାଶି ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହାସତ୍ୱେ କେତେକ ହିତାଧିକାରୀ ଘର କରିବା ତାଲିକାରେ ସାମିଲ ହୋଇ କିଛି ଅର୍ଥ ପାଇଥିଲେ ମଧ୍ୟ ଘର ଶେଷ କରିବାକୁ ବିଳମ୍ବ କରୁଛନ୍ତି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ବିଳମ୍ବିତ ବ୍ୟକ୍ତିମାନଙ୍କୁ ବୁଝାସୁଝା କରି ଘରଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବାକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନାୟକ ଉଦ୍ୟମ ଆରମ୍ଭ କରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ଦିନ ସକାଳୁ ସେ ବିଭିନ୍ନ ବ୍ଲକର ବିଭିନ୍ନ ପଞ୍ଚାୟତକୁ ବାହାରି ଯାଉଛନ୍ତି। ସେଠାରେ ଘର ପାଇଥିବା ଲୋକଙ୍କ ତାଲିକା ଅନୁଧ୍ୟାନ କରି ହିତାଧିକାରୀଙ୍କ ଦୁଆର ମୁହଁରେ ପହଞ୍ଚି ଯାଉଛନ୍ତି। କ’ଣ ଅସୁବିଧା ଓ କାହିଁକି ନିର୍ମାଣ ବିଳମ୍ବ ହେଉଛି ସେ ସମ୍ପର୍କରେ ପଚାରି ବୁଝିବା ସହ ଯଥାଶୀଘ୍ର ଘର ପୂର୍ଣ୍ଣାଙ୍ଗ କରିବାକୁ ପରାମର୍ଶ ଦେଉଛନ୍ତି। ଘର ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ଅର୍ଥ ବା ପ୍ରୋସତ୍ାହନ ରାଶିକୁ ଯେପରି ସମସ୍ତ ହିତାଧିକାରୀ ପାଇ ପାରିବେ ସେଥିପାଇଁ ତ୍ୱରାନ୍ବିତ ପ୍ରକ୍ରିୟାରେ ଘର ନିର୍ମାଣ ଜରୁରୀ। ଏଥିପାଇଁ ଜିଲାପାଳ ରଞ୍ଜନ କୁମାର ଦାସ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ବୈଠକରେ ଗୁରୁତ୍ୱ ଦେଇଛନ୍ତି। ତେବେ ଘର ପାଇଁ ବ୍ୟସ୍ତ ହେଉଥିବା ଲୋକଟି ୱାର୍କ ଅର୍ଡର ପାଇବା ପରେ ଏପରି ଶିଥିଳ ଭାବେ କାମ କରି ଅଯଥା ବିଳମ୍ବ ଅତ୍ୟନ୍ତ ଦୁଃଖଦାୟକ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ନାୟକ କହିବା ସହ ଲୋକଙ୍କୁ ବୁଝା ଯାଉଛି ଓ ସେମାନେ ଆଗାମୀ ଦିନମାନଙ୍କରେ ତପତ୍ର ହୋଇ ଘର କରି ପ୍ରୋସତ୍ାହନ ରାଶି ମଧ୍ୟ ପାଇପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଶନିବାର ପୂର୍ବାହ୍ନରେ ଦଶରଥପୁର ବ୍ଲକର ଚିତାଳୋ ଓ ଅକରପଡା ପଞ୍ଚାୟତର ବିଭିନ୍ନ ହିତାଧିକାରୀଙ୍କ ସହ ପ୍ରକଳ୍ପ ନିର୍ଦ୍ଦେଶକ ଆଲୋଚନା କରିବା ସହ ଘରଗୁଡିକୁ ମଧ୍ୟ ଅନୁଧ୍ୟାନ କରିଥିବା ସୂଚନା ମିଳିଛି। ଅନୁରୂପଭାବେ ସମସ୍ତ ବିଡିଓ ନିଜ ନିଜ ଅଞ୍ଚଳ ମଧ୍ୟରେ ହିତାଧିକାରୀଙ୍କ ନିକଟରେ ପହଞ୍ଚି ଗୃହ ନିର୍ମାଣ ତ୍ୱରାନ୍ବିତ କରିବାକୁ ଜିଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri