ଆବାସ କାର୍ଯ୍ୟାଦେଶ ପାଇଁ ଲାଞ୍ଚ ମାମଲା: ତଦନ୍ତ କଲେ ଏପିଡି

ପରଜଙ୍ଗ, ୧।୧୧(ଡି.ଏନ.ଏ.)-ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଁ ଲାଞ୍ଚ କାରବାର ହେଉଥିବା ହିତାଧିକାରୀମାନେ ଅଭିଯୋଗ ଆଣିଥିଲେ। ଗୁରୁବାର ଏପିଡି ସରିତା ଷଡ଼ଙ୍ଗୀ, ଓଡ଼ିଶା ଜୀବିକା ମିଶନ ଏପିଡି ମୌସୁମୀ ମହାନ୍ତି, ପିଇଓ ନକୁଳ ବେହେରା ଏହାର ତଦନ୍ତ କରିଛନ୍ତି।
ସୂଚନାଯୋଗ୍ୟ, ହିତାଧିକାରୀ ଲବଙ୍ଗ ବେହେରା, ସୁଶାନ୍ତ ବିଶ୍ୱାଳ, ଅଞ୍ଜଳି ଦେହୁରୀ ପ୍ରମୁଖ ପାଟରପଦା ସରପଞ୍ଚ ଦୁଃଶାସନ ବିଶ୍ୱାଳଙ୍କ ବିରୋଧରେ କାର୍ଯ୍ୟାଦେଶ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ଆଣିଥିଲେ। ଏହାପରେ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ବିଡିଓ ବସନ୍ତ ମଲ୍ଲିକ କୁହନ୍ତି, ଅଭିଯୋଗକାରୀମାନେ ସରପଞ୍ଚଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏ ନେଇ କୌଣସି ପ୍ରମାଣ ଦେଇନାହାନ୍ତି। ଏହା ଉପରେ ବ୍ଲକ ପ୍ରଶାସନ ପକ୍ଷରୁ ସରପଞ୍ଚଙ୍କୁ କୈଫିୟତ ମଗାଯାଇଥିଲା। ସରପଞ୍ଚ ଏହାର ଉତ୍ତର ରଖିଛନ୍ତି। ଅନ୍ୟପଟେ ହିତାଧିକାରୀ ଲବଙ୍ଗ କୁହନ୍ତି, ସେ ସମ୍ପୂର୍ଣ୍ଣ ବିଲ୍‌ ପାଇସାରିଛନ୍ତି। କାର୍ଯ୍ୟାଦେଶ ଦେବାକୁ ସେ ୨ବର୍ଷ ତଳେ ଟଙ୍କା ଦେଇଥିବା କହିଛନ୍ତି। ସେହିପରି ଅଞ୍ଜଳି କୁହନ୍ତି, ସେ ୧୦ ହଜାର ଟଙ୍କା ଦେଇଥିଲେ। ଉକ୍ତ ଟଙ୍କା ସରପଞ୍ଚ ଫେରାଇ ଦେଇଛନ୍ତି। ହିତାଧିକାରୀଙ୍କ ଅଭିଯୋଗକୁ ନେଇ ସରପଞ୍ଚ ନିଜ ପକ୍ଷ ରଖି କୁହନ୍ତି, ସେ କୌଣସି ଟଙ୍କା ନେଣଦେଣ କାରବାରରେ ସମ୍ପୃକ୍ତ ନାହାନ୍ତି। ତେଣୁ ଟଙ୍କା ଫେରାଇବାର ପ୍ରଶ୍ନ ଉଠୁନାହିଁ । ଅନ୍ୟପଟେ ଅଭିଯୋଗପତ୍ରରେ ଦର୍ଶାଯାଇଥିବା ସାକ୍ଷୀମାନଙ୍କୁ ଡକାଯାଇଥିଲେ ମଧ୍ୟ କେହି ଆସି ନ ଥିବା ଜଣାପଡ଼ିଛି। ସେହିପରି ରେଣ୍ଠାପାଟ ପଞ୍ଚାୟତ ଅନ୍ତର୍ଗତ ପାଣିଗେଙ୍ଗୁଟିଆ ଗ୍ରାମରେ ମଧ୍ୟ ଅନୁରୂପ ଅଭିଯୋଗ ଆସିଥିବାବେଳେ ତଦନ୍ତକାରୀ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାର ବିକ୍ରିରେ ଅନିୟମିତତା: ୬ ଡିଲରଙ୍କ ଲାଇସେନ୍ସ ରଦ୍ଦ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ଜୋରସୋର୍‌ରେ ଚାଲିଥିଲାବେଳେ ସାରର କୃତ୍ରିମ ସଙ୍କଟ ଏବଂ କଳାବଜାର ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ଅଭିଯୋଗ ପାଇବା ପରେ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…

ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri