Posted inଖେଳ

ଆଫଗାନିସ୍ତାନକୁ ହରାଇ ଶୀର୍ଷରେ ଇଂଲଣ୍ଡ

ମାଞ୍ଚେଷ୍ଟର, ୧୯।୬(ପି.ଟି.)- ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ମଙ୍ଗଳବାର ଖେଳାଯାଇଥିବା ବିଶ୍ୱକପ୍‌ର ୨୪ତମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ବୃହତ୍‌ ୧୫୦ ରନରେ ପରାସ୍ତ କରିଛି। ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୩୯୭ ରନ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୮ ଉଇକେଟ ହରାଇ ୨୪୭ ରନରେ ସୀମିତ ରହି ଆତ୍ମସମର୍ପଣ କରିଛି। ଏଥିସହ ଇଂଲଣ୍ଡ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ହାସଲ କରି ଉନ୍ନତ ରନରେଟ୍‌ ଆଧାରରେ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି। ଅନ୍ୟପଟେ ଆଫଗାନିସ୍ତାନ ୫ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ଖାତା ଖୋଲି ନ ପାରି ନିମ୍ନରେ ରହିଛି।
୩୯୮ରନ ବିଜୟ ଲକ୍ଷ୍ୟର ପିଛା କରି ଆଫଗାନିସ୍ତାନ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ତେବେ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଲଢ଼େଇ କରିଥିଲେ। ଦଳ ତରଫରୁ ହସମାତୁଲ୍ଲା ଶାହିଦି ୭୬, ରହମତ ଶାହ ୪୬, ଅସଘର ଆଫଗାନ ୪୪, ଅଧିନାୟକ ଗୁଲବଦିନ ନାଇବ ୩୭, ନାଜିବୁଲ୍ଲା ଜଡ୍ରାନ ୧୫ ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଜୋଫ୍ରା ଆର୍ଚର ଓ ଆଡିଲ ରସିଦ ୩ଟି ଲେଖାଏ, ମାର୍କ ଉଡ୍‌ ୨ଟି ଉଇକେଟ ଅକ୍ତିଆର କରିଥିଲେ।
ମୋର୍ଗାନଙ୍କ ଧୁଆଁଧାର ଇନିଂସ
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଆଫଗାନିସ୍ତାନ ଦୁର୍ବଳ ବୋଲିଂର ଭରପୂର ଫାଇଦା ଉଠାଇ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ବଡ଼ ସ୍କୋର ହାସଲ କରିଥିଲା। ଅଧିନାୟକ ଇଅନ୍‌ ମୋର୍ଗାନଙ୍କ ବ୍ୟାଟିଂ ଐତିହାସିକ ଥିଲା। ମାତ୍ର ୭୧ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ସର୍ବାଧିକ ରେକର୍ଡ ୧୭ ଛକା ସହ ୧୪୮ ରନର ବୃହତ୍‌ ଶତକୀୟ ପାଳି ଖେଳି ଘରୋଇ ଦର୍ଶକଙ୍କ ଜବରଦସ୍ତ ମନୋରଞ୍ଜନ କରିଥିଲେ। ମୋର୍ଗାନଙ୍କ ପାଇଁ ଏହା କ୍ୟାରିୟରର ଶ୍ରେଷ୍ଠ ଶତକ ତଥା ଇନିଂସ ସାବ୍ୟସ୍ତ ହୋଇଛି। ଏଥି ସହିତ ବିଶ୍ୱକପ୍‌ ଇତିହାସରେ ସେ ଚତୁର୍ଥ ଦ୍ରୁତତମ ଶତକ ଅର୍ଜନ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ୧୩ତମ ଦିନିକିଆ ଶତକ। ତେବେ ଇଂଲଣ୍ଡର ଆରମ୍ଭ ସେତେଟା ଭଲ ନ ଥିଲା। ପାଖାପାଖି ୧୦ ଓଭରରେ ୪୪ ରନ କରି ଇଂଲଣ୍ଡ ଓପନର ଜେମ୍ସ ଭିନ୍ସିଙ୍କୁ ହରାଇ ପ୍ରଥମ ଉଇକେଟ ହରାଇଥିଲା। ଭିନ୍ସ ଦଲତ ଜଡ୍ରାନଙ୍କ ଦ୍ୱାରା ଆଉଟ ହୋଇଥିଲେ। ଦ୍ୱିତୀୟ ଉଇକେଟ ଯୋଡିରେ ଜନି ବେୟାରଷ୍ଟୋ ଓ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ୧୨୧ ବଲରୁ ୧୨୦ ରନ ସଂଗ୍ରହ କରିଥିଲେ। ୯୯ ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ୩ ଛକା ମାରି ବେୟାରଷ୍ଟୋ ୯୦ ରନ କରି ଗୁଲବଦିନ ନାଇବଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଏହାପରେ ତୃତୀୟ ଉଇକେଟ ଯୋଡିରେ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ଅଧିନାୟକ ମୋର୍ଗାନ ଓ ରୁଟ୍‌ ୧୦୨ଟି ବଲରୁ ରେକର୍ଡ ୧୮୯ ରନ ସଂଗ୍ରହ କରିଥିଲେ। ୮୨ଟି ବଲର ସମ୍ମୁଖୀନ ହୋଇ ରୁଟ୍‌ ୫ ଚୌକା ଓ ୧ ଛକା ସହ ୮୮ ରନ କରି ନାଇବଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଧୂଆଁଧାର ପାଳି ଖେଳି ମୋର୍ଗାନ ନାଇବଙ୍କ ତୃତୀୟ ଶିକାର ହୋଇ ପ୍ୟାଭିଲିୟନ ଫେରିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ଓ ବେନ୍‌ ଷ୍ଟୋକ୍ସ ୨ ରନ ଲେଖାଏ କରିଥିବା ବେଳେ ଜଡ୍ରାନଙ୍କ ଦ୍ୱାର ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଶେଷରେ ମୋଇନ ଅଲି ଉଗ୍ର ରୂପ ଦେଖିବାକୁ ମିଳିଥିଲା। ସେ ମାତ୍ର ୯ଟି ବଲର ସମ୍ମୁଖୀନ ହୋଇ ୧ ଚୌକା ଓ ୪ଟି ଛକା ମାରି ୩୧ ରନ କରି ଅପରାଜିତ ରହିବା ସହ ଦଳର ସ୍କୋରକୁ ଚାରିଶହ ନିକଟରେ ପହଞ୍ଚାଇଥିଲେ। କ୍ରିସ୍‌ ଓ୍ବକ୍ସ ୧ ରନ କରି ଅପରାଜିତ ରହିଥିଲେ। ଇନିଂସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ମୋଟ ଉପରେ ୨୫ଟି ଛକା ମାରିଥିଲେ। ରସିଦ ସବୁଠାରୁ ମହଙ୍ଗା ବୋଲର
ବୋଲିଂରେ ତାରକା ସ୍ପିନର ରସିଦ୍‌ ଖାଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଆଫଗାନିସ୍ତାନର ଏହି ଟି୨୦ ସୁପରଷ୍ଟାର ମାତ୍ର ୯ ଓଭର ବୋଲିଂ କରି କୌଣସି ଉଇକେଟ ହାସଲ ନ କରି ୧୧୦ ରନ ବ୍ୟୟ କରିଥିଲେ। ବିଶ୍ୱକପ୍‌ ଇତିହାସରେ ଏହା ସବୁଠାରୁ ଖରାପ୍‌ ବୋଲିଂ ସାବ୍ୟସ୍ତ ହୋଇଛି। ତାଙ୍କ ବଲରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ୧୧ଟି ଛକା ମାରିଛନ୍ତି। ରସିଦଙ୍କୁ ମୋର୍ଗାନ ନିର୍ଦ୍ଧୁମ ପ୍ରହାର କରିଥିଲେ। ରସିଦ ପୂର୍ବରୁ କୌଣସି ମ୍ୟାଚ୍‌ରେ ଦୁଇଟିରୁ ଅଧିକ ଛକା ଦେଇ ନ ଥିବା ବେଳେ ଏଥର କିନ୍ତୁ କଥା ଅଲଗା ହୋଇଥିଲା। ଏହା ପୂର୍ବରୁ ନ୍ୟୁଜିଲାଣ୍ଡର ମାର୍ଟିନ ସ୍ନେଡ୍ଡେନ ୧୯୮୩ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷରେ ୧୨ ଓଭର ବୋଲିଂ କରି କୌଣସି ଉଇକେଟ ହାସଲ ନ କରି ୧୦୫ ରନ ବ୍ୟୟ କରି ସବୁଠାରୁ ଖରାପ୍‌ ବୋଲିଂ କରିଥିଲେ। ସେତେବେଳେ ୬୦ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା। ରସିଦ ଏବେ ମାର୍ଟିନଙ୍କୁ ପଛରେ ପକାଇ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି। ଆଫଗାନିସ୍ତାନ ତରଫରୁ ନାଇବ ଓ ଜଡ୍ରାନ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ୫୦ ଓଭରରେ ୩୯୭/୬
(ମୋର୍ଗାନ- ୧୪୮, ବେୟାରଷ୍ଟୋ- ୯୦, ରୁଟ୍‌- ୮୮, ଭିନ୍ସ- ୨୬, ଜଡ୍ରାନ- ୩/୮୫, ନାଇବ- ୩/୬୮)।
ଆଫଗାନିସ୍ତାନ ୫୦ ଓଭରରେ ୨୪୭/୮
(ସାହିଦି-୭୬, ରହମତ- ୪୬, ଅସଘର- ୪୪, ନାଇବ- ୩୭, ଆର୍ଚର- ୩/୫୨, ରସିଦ- ୩/୬୬, ଉଡ- ୨/୪୦ )।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri