Posted inଖେଳ

ଆତ୍ମହତ୍ୟା କରିବାକୁ ୩ଥର ଚିନ୍ତା କରିଥିଲି: ଶାମି

ନୂଆଦିଲ୍ଲୀ,୩।୫ (ପି.ଟି.): ସମସ୍ତଙ୍କୁ ଚକିତ କରିବା ଭଳି କଥା କହିଛନ୍ତି ଭାରତୀୟ ତାରକା ଦ୍ରୁତ ବୋଲି ମହମ୍ମଦ ସାମି। ଆତ୍ମହତ୍ୟା କରିବାକୁ ୩ଥର ଚିନ୍ତା କରିଥିଲି ବୋଲି ସେ କହିଛନ୍ତି। ଗତକିଛି ବର୍ଷ ତଳେ ବ୍ୟକ୍ତିଗତ ସମସ୍ୟା ନେଇ ସଂଘର୍ଷର କରୁଥିବା ବେଳେ ଏଭଳି ନକାରାତ୍କମ ଚିନ୍ତା ମୁଣ୍ଡକୁ ଆସିଥିଲା। ସେତେବେଳେ ମୋ ପରିବାର ସବୁ ବେଳେ ମୋତେ ନଜର କରୁଥିଲେ ବୋଲି ଶାମି କହିଛନ୍ତି। କାରଣ ଆପାର୍ଟମେଣ୍ଟର ୨୪ତମ ମହଲାରୁ କାଳେ ଡେଇଁ ପଡିବି ବୋଲି ମୋ ପରିବାର ସଦସ୍ୟ ଭାବୁଥିଲେ।
ଶନିବାର ଇନ୍‌ଷ୍ଟାଗ୍ରାମରେ ନିଜର ଦଳୀୟ ସାଥି ତଥା ସୀମିତ ଓଭର ଉପ- ଅଧିନାୟକ ରୋହିତ ଶର୍ମାଙ୍କ ସହ ଚାଟ୍‌ କଲାବେଳେ ସେ ନିଜ ବ୍ୟକ୍ତିଗତ ଓ ପେସାଦାର ଜୀବନ ନେଇ ଏହି କଥା କହିଛନ୍ତି। ସେତେବେଳେ ଯଦି ମୋ ପରିବାର ସମର୍ଥନ କରି ନ ଥାନ୍ତେ ତା’ହେଲେ କ୍ରିକେଟ ଛାଡି ଦେଇଥାନ୍ତି। ବ୍ୟକ୍ତିଗତ ଜୀବନ କାରଣରୁ ଅତ୍ୟଧିକ ଚାପ୍‌କୁ ସାମ୍ନା କରିବାରେ ସମର୍ଥ ହୋଇପାରି ନ ଥିଲି। ଫଳରେ ୩ଥର ଆତ୍ମହତ୍ୟା କଥା ଚିନ୍ତା କରିଥିଲି ବୋଲି ସେ କହିଛନ୍ତି। ସେତେବେଳେ କ୍ରିକେଟ କଥା ଆଦୌ ଚିନ୍ତା କରୁ ନ ଥିଲି। ଆମେ ୨୪ତମ ତାଲାରେ ରହୁଥିଲୁ। ପରିବାର ଲୋକେ ଭାବୁଥିଲେ ଯେ, ବାଲକୋନୀରୁ କାଳେ ଡେଇଁ ପଡିବି। ମୋ ଭାଇ ସେତେବେଳେ ବହୁତ ସମର୍ଥନ କରିଥିଲେ। ଏବେ ୨୯ ବର୍ଷୀୟ ସାମି କ୍ରିକେଟ ଉପରେ ଫୋକସ କରୁଛନ୍ତି। ମୋର ୨-୩ ଜଣ ବନ୍ଧୁ ମୋ ସହିତ ବରାବର ୨୪ ଘଣ୍ଟା ସାଥିରେ ରହୁଥିଲେ। ଅନ୍ୟକଥା ନ ଭାବି କ୍ରିକେଟ କଥା ଚିନ୍ତା କରିବାକୁ ମାତାପିତା ମୋତେ ପରାମର୍ଶ ଦେଉଥିଲେ। ଏହାପରେ ଡେରାଡୁନ୍‌ର ଏକାଡେମୀରେ ଟ୍ରେନିଂ ଆରମ୍ଭ କରିଥିଲି ଓ ବହୁତ ଝାଳ ବୁହାଇଥିଲି ବୋଲି ସେ କହିଛନ୍ତି।
୨୦୧୮ ମାର୍ଚ୍ଚରେ ପତ୍ନୀ ହାସିନ ଜାହାଁ ସାମିଙ୍କ ବିରୋରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ଓ ମାମଲା ଦାୟର କରିଥିଲେ। ପୋଲିସ ମଧ୍ୟ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ସାମିଙ୍କ କେନ୍ଦ୍ରୀୟ ଚୁକ୍ତିକୁ କିଛି ଦିନ ପାଇଁ ସ୍ଥଗିତ ରଖିଥିଲା। ଏହି ସମୟରେ ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଠିକ୍‌ ୧୦-୧୨ ଦିନ ପୂର୍ବରୁ ଏହି ଦୁର୍ଘଟଣା ହୋଇଥିଲା ଓ ଏତିକି ବେଳେ ବ୍ୟକ୍ତିଗତ ସମସ୍ୟା ସବୁଠାରୁ ଅଧିକ ଥିଲା ରୋହିତଙ୍କୁ ସାମି କହିଛନ୍ତି। କିନ୍ତୁ ସବୁ ସମସ୍ୟାର ସମାଧାନ ରହିଛି ବୋଲି ପରିବାର ଲୋକ ମୋତେ କହିଥିଲେ। ସେହିପରି ୨୦୧୫ରେ ବିଶ୍ୱକପ୍‌ରେ ଇଞ୍ଜୁରିର ସମ୍ମୁଖୀନ ହୋଇଥିଲା ଓ ଏହା ମଧ୍ୟ ବହୁତ କଷ୍ଟ ଦେଇଥିଲା। ଦଳକୁ ଫେରିବାକୁ ମୋତେ ୧୮ ମାସ ସମୟ ଲାଗିଥିଲା। ଏହା ମଧ୍ୟ ମାନସିକ ଭାବେ ବହୁତ କଷ୍ଟ ଦେଇଥିଲା ବୋଲି ସାମି ରୋହିତଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri