‘ଆଞ୍ଚଳିକତାବାଦ ରାଜନୀତିରେ ବିଶ୍ୱାସ ନାହିଁ’

୨୦୧୯ ସାଧାରଣ ନିର୍ବାଚନ ପରେ ଭାଜପାରେ ଆରମ୍ଭ ହୋଇଥିବା ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ନିକଟରେ ଶେଷ ହୋଇଛି। କେନ୍ଦ୍ରରେ ଜଗତ୍‌ ପ୍ରକାଶ ନଡ୍ଡା ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଦାୟିତ୍ୱ ପାଇଛନ୍ତି। ଏପରିକି ଓଡିଶାରେ ସମୀର ମହାନ୍ତି ନୂଆ ସଭାପତି ହୋଇଛନ୍ତି। ୨୦୦୪ରୁ ଲଗାତର ପଶ୍ଚିମ ଓଡ଼ିଶାର ନେତାଙ୍କ ହାତରେ ରାଜ୍ୟ ସଭାପତି ପଦ ରହି ଆସୁଥିବା ବେଳେ ୧୬ବର୍ଷ ପରେ ଉପକୂଳ ଓଡ଼ିଶାରୁ ଜଣେ ନେତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଏକ ମଜଭୁତ ସ୍ଥିତିରେ ଭାଜପା ଥିବାବେଳେ ସମୀରଙ୍କୁ ଏହି ଦାୟିତ୍ୱ ମିଳିଥିବାରୁ ତାଙ୍କଠାରୁ କେନ୍ଦ୍ରୀୟ ନେତୃତ୍ୱ ଅଧିକ କିଛି ଆଶା ରଖିଛନ୍ତି। ତେବେ ଆଗକୁ ତାଙ୍କ ରଣନୀତି କ’ଣ ରହିବ ସେନେଇ ଧରିତ୍ରୀ ତରଫରୁ ମହାନ୍ତିଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର।

ନବେଦଶକ ପୂର୍ବରୁ ଆପଣ ଭାଜପା ସହ ଜ଼ଡିତ ଅଛନ୍ତି। ଦଳ ଦୀର୍ଘଦିନ ଧରି ରାଜ୍ୟରେ ସ୍ଥାଣୁ ଅବସ୍ଥା ଦେଇ ଗତି କରିବା ସ୍ଥିତି ଆପଣ ଦେଖିଛନ୍ତି। ଏବେ ଯେତେବେଳେ ନୂଆ ସଭାପତି ଦାୟିତ୍ୱ ପାଇଛନ୍ତି ସେତେବେଳେ ଦଳ ମଜଭୁତ ସ୍ଥିତି ସହ ରାଜ୍ୟରେ ଦୁଇ ନମ୍ବର ସ୍ଥାନ ଅଧିକାର କରିଛି। ବର୍ତ୍ତମାନ ଆପଣ ଅଧିକ କ’ଣ କରିବେ ବୋଲି ଭାବୁଛନ୍ତି?
ଉତ୍ତର: ଭାଜପାର ଆରମ୍ଭ ଦିନରୁୁ ସଙ୍ଗଠନ ଧୀରେ ଧୀରେ ସୁଦୃଢ଼ ହେଉଛି। ଅନେକ ନେତୃବୃନ୍ଦଙ୍କ ଏଥିରେ ପ୍ରମୁଖ ଭୂମିକା ରହିଛି। ମୋ ଦାୟିତ୍ୱ ପ୍ରଥମେ ଓଡ଼ିଶାର ୩୬ ହଜାର ବୁଥ୍‌ ସଙ୍ଗଠନକୁ ମଜଭୁତ କରିବି। ଏଥିପାଇଁ ଦଳର ସାମୂହିକ ନେତୃତ୍ୱ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ କାର୍ଯ୍ୟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ୧୩୬ ପ୍ରକାର ଯୋଜନାର ସୁଫଳ ଠିକ୍‌ଭାବେ ସାଢେ ୪ କୋଟି ଓଡ଼ିଆଙ୍କ ନିକଟରେ ପହଞ୍ଚାଇବି। ଏଥିରେ ମୁଁ ସଂଯୋଜକ ଭାବେ କାର୍ଯ୍ୟ କରିବି।
୨୦୧୯ ସାଧାରଣ ନିର୍ବାଚନରେ ଭାଜପାର ଭୋଟ ହାର ବୃଦ୍ଧି ପାଇଥିଲେ ମଧ୍ୟ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯେଉଁ ୧୨୦ ଆସନ ଦଖଲର ଚ୍ୟାଲେଞ୍ଜ ଦେଇଥିଲେ ତାହା ସଫଳ ହେଲାନାହିଁ। ଏବେ କେନ୍ଦ୍ରରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଆପଣଙ୍କ ନୂଆ ଟାର୍ଗେଟ ଓଡ଼ିଶା ପାଇଁ କ’ଣ ରହିବ?
ଉତ୍ତର: ମିଶନ ୧୨୦ ଆମର ଲକ୍ଷ୍ୟ। ତାକୁ ସଫଳ କରିବା ପାଇଁ ଆମକୁ ଜନ ଆଶୀର୍ବାଦ ମିଳିଛି। ରାଜ୍ୟବାସୀ ଓଡ଼ିଶାରେ ଆମକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ଦେଇଛନ୍ତି। ବହୁ ଉଚ୍ଚଶିକ୍ଷିତ ବିଧାୟକ ବିଧାନସଭାରେ ରାଜ୍ୟବାସୀଙ୍କ ପାଇଁ ସ୍ବର ଉତ୍ତୋଳନ କରିବେ। ଏହି ଲକ୍ଷ୍ୟ ମଧ୍ୟ ଆମର ପୂରଣ ହେବ।
ଗତ ନିର୍ବାଚନରେ ଶାସକ ବିଜେଡି ସହ ପ୍ରତିଯୋଗିତାକରି ଭାଜପା ଦୁଇନମ୍ବର ଦଳ ହୋଇପାରିଛି। ମାତ୍ର ଏହାପରେ ରାଜ୍ୟ ସଭା ଆସନ ବୁଝାମଣା ଘଟଣା, ପାର୍ଲାମେଣ୍ଟରେ କେନ୍ଦ୍ରର ସମସ୍ତ ପ୍ରସ୍ତାବକୁ ବିଜେଡି ସମର୍ଥନ ଦେବା, ପ୍ରଧାନମନ୍ତ୍ରୀ ବିଜେଡିକୁ ସବୁଠାରୁ ଶୃଙ୍ଖଳିତ ଦଳ ବୋଲି କହିବା ଆଦି ଘଟଣା ଯୋଗୁ ବିଜେଡି-ଭାଜପା ଏକ ବୋଲି ଏବେ ଚର୍ଚ୍ଚା ହେଉଛି। ତୃଣମୂଳସ୍ତରର କର୍ମୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏନେଇ କ’ଣ କହିବେ?
ଉତ୍ତର: ରାଜ୍ୟ ସଭା ଆସନ ବୁଝାମଣା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ହିତ ପାଇଁ କଥା ହୋଇ ନିଷ୍ପତ୍ତି ନେଇଛନ୍ତି। ତୃଣମୂଳସ୍ତରରେ ଲୋକମାନେ ଭାଜପା ରାଷ୍ଟ୍ର ହିତ ପାଇଁ ଏହା କରିଥିବା କଥା ଭଲରେ ବୁଝିଛନ୍ତି। ଏଥିଲାଗି ଭାଜପାର କୌଣସି କ୍ଷତି ହୋଇନାହିଁ।
ବହୁବର୍ଷ ଧରି ଭାଜପା ସଭାପତି ପଦରେ ପଶ୍ଚିମ ଓଡ଼ିଶା ନେତାଙ୍କୁ ଦାୟିତ୍ୱ ଦିଆଯାଉଥିଲା। ମାତ୍ର ଗତ ନିର୍ବାଚନରେ ଉପକୂଳ ଓଡ଼ିଶାରେ ଦଳ ଭଲ ପ୍ରଦର୍ଶନ କରିପାରିଲା ନାହିଁ। ତେଣୁ ଉପକୂଳ ସଙ୍ଗଠନକୁ ମଜଭୁତ ପାଇଁ ଆପଣଙ୍କୁ ସଭାପତି କରାଯାଇଥିବା ଚର୍ଚ୍ଚା ହେଉଛି। ଯଦି ଏହି ଚର୍ଚ୍ଚା ସତ ହୋଇଥାଏ, ତେବେ ଏହି ରଣନୀତିକୁ ଆପଣ କେତେ ମାତ୍ରାରେ ସଫଳ କରିପାରିବେ?
ଉତ୍ତର: ଭାଜପାର ବିଚାର ଆଦର୍ଶରେ ଆମେ ଅନୁପ୍ରାଣିତ। କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆମେ ଏକ। ଆଞ୍ଚଳିକତାବାଦ ରାଜନୀତିରେ ଆମର ବିଶ୍ୱାସ ନାହିଁ। ବୁଥ୍‌ସ୍ତରରେ ସଙ୍ଗଠନ ମଜଭୁତ କରିବା ଦିଗରେ ଆମର ପ୍ରାଥମିକତା ରହିବ। କେନ୍ଦ୍ରର ଯେଉଁ ଯୋଜନାକୁ ରାଜ୍ୟ ସରକାର ବାଟମାରଣା କରୁଛନ୍ତି ତା’ର ସତ୍ୟାସତ୍ୟ ଲୋକଙ୍କ ଆଗରେ ରଖି ଜନ ଆଶୀର୍ବାଦ ନେବୁ।
ଭାଜପାରେ ଗୋଷ୍ଠୀକନ୍ଦଳ ଚାଲିଥିବା କିଛିଦିନ ହେଲା ଚର୍ଚ୍ଚା ହୋଇଛି। ଯଦିଓ ଅନେକ ସ୍ଥାନରେ ଗୋଷ୍ଠୀକନ୍ଦଳକୁ ପ୍ରତିହତ କରିବାରେ ଦଳ ସଫଳ ହୋଇଛି ସବୁଠାରୁ ଫୋକସ୍‌ରେ ଥିବା ସାଙ୍ଗଠନିକ ଜିଲା ଭୁବନେଶ୍ୱରରେ ଜିଲା ସଭାପତି ଚୟନ ହୋଇପାରିନାହିଁ। ନେତାମାନଙ୍କ ମଧ୍ୟରେ ମତଭେଦ କାରଣରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିବା ଚାରିଆଡ଼ୁ ଶୁଣିବାକୁ ମିଳୁଛି। ଆଗକୁ ସହରାଞ୍ଚଳ ଭୋଟ ଅଛି, ଆଗାମୀ ଦିନରେ ଯଦି ଏଭଳି ପରିସ୍ଥିତି ବଢ଼ିବ ଆପଣ କ’ଣ କରିବେ?
ଉତ୍ତର: ଭାଜପା ଏକ ନୀତି ଓ ଆଦର୍ଶରେ ରହିଛି। ଭୁବନେଶ୍ୱରରେ ଆମର ଦୃଢ଼ ସଙ୍ଗଠନ ଅଛି। ଆମର ସେପରି କୌଣସି ଗୋଷ୍ଠୀକନ୍ଦଳ ନାହିଁ। ଆମର ସାଙ୍ଗଠନିକ ପ୍ରକ୍ରିୟା ଭୁବନେଶ୍ୱରରେ ବିଳମ୍ବ ହୋଇଥିବାରୁ ଜିଲା ସଭାପତି ଚୟନ ହୋଇପାରିନାହିଁ। ଦଳ ସେଥିଲାଗି ଆମ ସମ୍ବିଧାନ ନିୟମ ଅନୁଯାୟୀ ଭୁବନେଶ୍ୱରରେ କାର୍ଯ୍ୟ କରିବାକୁ ଚେଷ୍ଟା ଚଳାଇଛି। ବାହାରେ କ’ଣ ଚର୍ଚ୍ଚା ଚାଲିଛି ସେନେଇ ମୋର କିଛି କହିବାର ନାହିଁ।
ଆପଣଙ୍କ ଦଳ ଗତ ସାଧାରଣ ନିର୍ବାଚନରେ ବହୁ ଯୁବତୀ, ଯୁବକଙ୍କ ଭୋଟ ହାତେଇବାରେ ସକ୍ଷମ ହୋଇଥିଲା। ହେଲେ ଭାଜପାରେ ନିର୍ଦ୍ଦିଷ୍ଟ କୌଣସି ଛାତ୍ର ସଙ୍ଗଠନ ନ ଥିବାବେଳେ ଯୁବ ସଙ୍ଗଠନ ସେତେଟା ସକ୍ରିୟ ନ ଥିବା ଜଣାପଡୁଛି। ଅନ୍ୟପଟେ ବିଜେଡି ନିଜର ଶାସନ କାଳ ମଧ୍ୟରେ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ବହୁ କାର୍ଯ୍ୟକ୍ରମ କରିଛି। ବିଜେଡିର ସ୍ବତନ୍ତ୍ରଭାବେ ସଶକ୍ତ ଯୁବ ଏବଂ ଛାତ୍ର ସଙ୍ଗଠନ ରହିଛି। ଆପଣ ଆଗକୁ ଦଳରେ ସେମିତି କିଛି ସଙ୍ଗଠନ କରିବେ କି?
ଉତ୍ତର: ବହୁ ଯୁବଭୋଟର ଆମକୁ ସମର୍ଥନ ଦେଇଛନ୍ତି। ଦଳର ଯେଉଁ ସୁଦୃଢ଼ ମୂଳଦୁଆ ପଡୁଛି ତା’ର ସୁଫଳ ସବୁ ଯୁବକ ପାଇବେ। କଂଗ୍ରେସ ଏବଂ ବାମପନ୍ଥୀ ଦଳର ଷଡ଼ଯନ୍ତ୍ରରେ କେତେକ ଯୁବଗୋଷ୍ଠୀ ପଡି ପଥଭ୍ରଷ୍ଟ ହୋଇଛନ୍ତି, ହେଲେ ଲୋକମାନେ ଏବେ ତାହାକୁ ପ୍ରତ୍ୟାଖ୍ୟାନ କଲେଣି। ନିର୍ବାଚନ ଶେଷ ହେବାର ମାତ୍ର ୬ମାସ ହୋଇଛି। ଆଗକୁ ଭାଜପାରେ ଛାତ୍ର, ଯୁବ ସଙ୍ଗଠନ ପାଇଁ ଯାହା କରାଯିବ ସେନେଇ ସମୟ ଆସିଲେ ନିଷ୍ପତ୍ତି ନିଆଯିବ।
– ସାକ୍ଷାତ୍‌: ସୁନୀତ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri