ଆଜି ସ୍ନାନଯାତ୍ରା

ପୁରୀ ଅଫିସ, ୫ା୬:ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ତିଥିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ମହାପ୍ରଭୁ କରିବେ ପ୍ରତ୍ୟକ୍ଷ ସ୍ନାନ, ପୁଣି ହାତୀବେଶରେ ସଜେଇ ହେବେ। ଏଥିପାଇଁ ଦାରୁଦିଅଁଙ୍କୁ ଅପେକ୍ଷା କରିରହିଛି ସ୍ନାନବେଦି। ଠାକୁରଙ୍କ ସମସ୍ତ ନୀତିକାନ୍ତି ସିନା ହେବ କିନ୍ତୁ ଏ ସବୁକୁ ଦେଖିବାକୁ ବଡ଼ଦାଣ୍ଡରେ ଭକ୍ତ ନ ଥିବେ କି ସିଂହଦ୍ୱାରରେ ଶୁଣିବାକୁ ମିଳିବନି ଜୟ ଜଗନ୍ନାଥ ଧ୍ୱନି। ଦେଖିବାକୁ ମିଳିବନି ଭକ୍ତର ଆତୁର ପ୍ରାର୍ଥନା ଓ ଭାବବିହ୍ବଳତା। କାରଣ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି କରୋନା। ଏହି ମହାମାରୀ ପାଇଁ ଭକ୍ତଙ୍କୁ ଏଥର ବଡ଼ଦାଣ୍ଡ ମନା। ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ୧୪୪ ଧାରା ଭିତରେ ହେଉଛି ସ୍ନାନଯାତ୍ରା।
ଗୁରୁବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି ଶେଷ ହୋଇଛି। ରତ୍ନସିଂହାସନରେ ଚାରବାଡ଼ ବନ୍ଧା ସରିଛି। ରାତି ୧ଟାରୁ ଶୁକ୍ରବାର ଭୋର ୪ଟା ମଧ୍ୟରେ ପହଣ୍ଡି ଲାଗି ନୀତି ନିର୍ଘଣ୍ଟ ହୋଇଛି। ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଡଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥ ସ୍ନାନବେଦିକୁ ଆସିବେ। ଦାରୁବିଗ୍ରହମାନେ ସ୍ନାନବେଦିରେ ପ୍ରତ୍ୟକ୍ଷ ସ୍ନାନ କରିବେ। ସୁନା ଗୋସେଇଁ ପରିବାରର ସଦସ୍ୟମାନେ ସୁନା କୁଅରୁ ୧୦୮ ଗଡୁ ଜଳ ଆଣି ଜଳଗୃହରେ ରଖିବେ। ଚୁଆ, ଚନ୍ଦନ, କର୍ପୁର ଆଦି ପକାଯାଇ ଜଳକୁ ଅଧିବାସ କରାଯିବ। ଅଧିବାସ ଗୃହରୁ ୧୦୮ ଗଡୁ ଜଳ ନେଇ ୪ଟି ପନ୍ତିରେ ସ୍ନାନବେଦିରେ ରଖାଯିବ। ଜଳ ପୂଜା ପରେ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନନୀତି ସମ୍ପନ୍ନ ହେବ। ଶ୍ରୀବଳଭଦ୍ର ୩୩ ଗଡୁ, ସୁଭଦ୍ରା ୨୨ ଗଡୁ, ଶ୍ରୀଜଗନ୍ନାଥ ୩୫ ଗଡୁ ଏବଂ ସୁଦର୍ଶନ ୧୮ ଗଡୁ ଜଳରେ ସ୍ନାନ କରିବେ। ଗଜପତି ମହାରାଜା ଛେରାପହଁରା ନୀତି ସମ୍ପନ୍ନ କରିବା ପରେ ମହାପ୍ରଭୁଙ୍କ ଦୁଲର୍‌ଲଭ ହାତୀବେଶ ଅନୁଷ୍ଠିତ ହେବ। ଏହି ବେଶ ଥାଇ ଘଣ୍ଟଛତା ସକାଳ ଧୂପ ଭୋଗ ସମ୍ପନ୍ନ ହେବ। ଏଥର ଭକ୍ତଙ୍କୁ ବାରଣ କରାଯାଇଥିବାରୁ ସାହାଣ ମେଲା ଦର୍ଶନ ବନ୍ଦ ରହିଛି। ଅପରାହ୍ନ ୪ଟାରେ ହାତୀବେଶ ମଇଲମ ହେବ। ପରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ଶେଷ ହୋଇ ମହାପ୍ରଭୁ ସ୍ନାନବେଦିରୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବେ। ଅପରାହ୍ନ ୫ଟାରୁ ରାତି ୮ଟା ମଧ୍ୟରେ ବାହୁଣ୍ଡା ପହଣ୍ଡି ଶେଷ ପାଇଁ ସମୟ ନିର୍ଘଣ୍ଟ ହୋଇଛି। ଏହାପରେ ସୁନା ଚିତା ଓ ରାହୁରେଖା ମଇଲମ ହୋଇ ତାଟି ବନ୍ଧା ଯିବ। ଆରମ୍ଭ ହେବ ଅଣସର ନୀତି। ଦୀର୍ଘବର୍ଷ ପରେ ଚଳିତବର୍ଷ ପ୍ରଥମ ଥର ପାଇଁ ସ୍ନାନପୂର୍ଣ୍ଣିମା ଦିନଠାରୁ ହିଁ ଠାକୁରଙ୍କ ଅଣସର ବିଧି ଆରମ୍ଭ କରାଯିବ। ଜ୍ୱରରେ ପଡ଼ିିବେ ମହାପ୍ରଭୁ। ୧୫ଦିନ ଧରି ଚାଲିବ ଉପଚାର। ସୁସ୍ଥ ହେବେ ମହାପ୍ରଭୁ। ଆସନ୍ତା ୨୦ ତାରିଖରେ ନବଯୌବନ ଦର୍ଶନ ଥିବାବେଳେ ୨୩ ତାରିଖରେ ରଥଯାତ୍ରା।
ଏବର୍ଷ ବିନା ଭକ୍ତରେ ସ୍ନାନଯାତ୍ରା କରାଯାଉଥିବାବେଳେ ରଥଯାତ୍ରା ଆୟୋଜନକୁ ନେଇ ଅନିଶ୍ଚିତତା ଲାଗିରହିଛି। ସ୍ନାନଯାତ୍ରା ସୁପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଏବଂ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଘରେ ରହି ସ୍ନାନଯାତ୍ରା ଦେଖିବା ଲାଗି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସିଧା ପ୍ରସାରଣ ବ୍ୟବସ୍ଥା ହୋଇଛି। ଗୁରୁବାର ଡିଆଇଜି ଆଶିଷ ସିଂ ପୁରୀ ଆସି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଗୁରୁବାର ରାତି ୧୦ଟାରୁ ୬ତାରିଖ ଭୋର ୨ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ପୁରୀବାସୀଙ୍କ ଏହି ତ୍ୟାଗ ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ପଞ୍ଚମ ସର୍ବାଧିକ ମହଙ୍ଗା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା; ଚିନ୍ତା ବଢ଼ାଇଛି ଚିନି-ପିଆଜର ଦର ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯: ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାର ଭାବରେ ଉଭା ହୋଇଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁ, ଅଗଷ୍ଟ ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି…

୮ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଅସହ୍ୟ ହୋଇପାରେ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୫।୯: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଦେଶରେ ସାଧାରଣ ଜନତାଙ୍କ ଉପରେ ପଡ଼ିଥିବା ମହଙ୍ଗା ମାଡ଼ ଆଗକୁ ଆହୁରି ଉତ୍କଟ ହେବା ଆଶଙ୍କା ବଢ଼ାଇଛି ।…

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ଦାରିଙ୍ଗବାଡ଼ିର ଦୁର୍ଗମ ପାହାଡ଼ରୁ ମେଡିକାଲ କଲେଜ: ୩ ବର୍ଷରେ NEET କ୍ଲିୟର କଲେ ୮ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଏକ ବୃହତ ବ୍ଲକ ଭାବେ ପରିଚିତ । ଏଠାରେ ବଣ, ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ ଉପରେ…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

ଦ୍ରୁତଗତିରେ ତରଳୁଛି ହିମାଳୟର ବରଫ: ବିପଦରେ ଭାରତର….

ହଂକଂ,୧୫।୯: ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟ ଏବେ ଏକ ବଡ଼ ପରିବେଶ ସଙ୍କଟ ଆଡ଼କୁ ଗତିକରୁଛି । ଚଳିତ ମାସରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?