ଆଜି ଐତିହାସିକ ବଳଦଯାତ୍ରା: ଦୁଲୁକୁଛି ଭୁବନ

ଭୁବନ, ୮।୧୦(ଡି.ଏନ.ଏ.)-ଐତିହାସିକ ବଳଦଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଭୁବନ। ରଙ୍ଗବେରଙ୍ଗର ଆଲୋକମାଳା, ସୁଉଚ୍ଚ ତୋରଣ ସାଙ୍ଗକୁ ମେଢ ସାଜସଜ୍ଜା ଯାତ୍ରାକୁ କରିଦେଇଛି ଅଧିକ ଆକର୍ଷଣୀୟ। ବାଜାବାଣରେ ସହର ଦୁଲୁକୁଥିବାବେଳେ ବନ୍ଧୁବାନ୍ଧବଙ୍କ ଭିଡ଼ ସୃଷ୍ଟି କରିଛି ଉତ୍ସବମୁଖର ପରିବେଶ।
ଚଳିତ ବର୍ଷ ଭୁବନରେ ୧୧ଟି ମଣ୍ଡପରେ ମା’ ଦୁର୍ଗାଙ୍କ ଆବାହନ କରାଯାଉଛି। ଯାତ୍ରାର ପ୍ରମୁଖ ଆକର୍ଷଣ ବଳଦଙ୍କ ପାରମ୍ପରିକ ଅଳଙ୍କାର ଆଉ ବେଶ ପରିପାଟୀ। ଏଥର ଅନୁକୂଳ ଯାତ୍ରାରେ ସାମିଲ ହେବେ ୩୭ ବଳଦ। ଏପରି ନିଆରା ଯାତ୍ରା ଦେଖିବାକୁ ଜିଲା ତଥା ଜିଲା ବାହାରୁ ବହୁ ସଂଖ୍ୟାରେ ଜନସମାଗମ ହୋଇଛି। ସନ୍ଧ୍ୟାରେ ବଳଦଙ୍କ ଶୋଭାଯାତ୍ରା ବାହାରିବ। ଏଥିପାଇଁ ରୁଟ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଥୋରିଆ ସମ୍ପ୍ରଦାୟର ପକ୍ଷରୁ ଯାତ୍ରାର ଶୁଭାରମ୍ଭ କରାଯିବ। ପ୍ରଥମେ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରେ ପହଞ୍ଚତ୍ବ। ଏଥିରେ ସମସ୍ତ ବଳଦ, ବଳଦିଆ, ଯାତ୍ରା କମିଟି ସଦସ୍ୟ ସାମିଲ ହେବେ। ବଡ଼ହାଟରେ ସମସ୍ତଙ୍କୁ ପୂଜାର୍ଚ୍ଚନା କରାଯିବ। ପରମ୍ପରା ଅନୁଯାୟୀ ଥୋରିଆ, ବଣିଆ ସମ୍ପ୍ରଦାୟ ପକ୍ଷରୁ ଲୁଣ ମାପ କରାଯିବା ପରେ ଯାତ୍ରା ସମ୍ପନ୍ନ ହେବ। ସେହିପରି ବୁଧବାର ଭସାଣି ଯାତ୍ରା ଅବସରରେ ସନ୍ଧ୍ୟା ୭ଟାରେ ପାଲାମଣ୍ଡପ ନିକଟରେ ରାବଣ ପୋଡ଼ି ମହୋତ୍ସବ ଅନୁଷ୍ଠିତ ହେବ। ବଳଦ କମିଟି କର୍ମକର୍ତ୍ତାମାନେ ନିଜ ନିଜ ସୁବିଧା ଅନୁଯାୟୀ, ଗୁଜୁରିହାଟ, ଗୋପାଳମଣ୍ଡପ, ଦୁର୍ଗାଛକ ଶୋଭାଯାତ୍ରାରେ ସାମିଲ ହେବେ। ନୂଆବଜାରରେ ମେଲଣ ହେବ। ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ବଣିଜାରିଙ୍କ ପାଖରେ ବନ୍ଦାପନା କରାଯାଇ ଯାତ୍ରା ସମ୍ପନ୍ନ କରାଯିବାକୁ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏସବୁ ଭିତରେ ସୁରକ୍ଷା ପାଲଟିଛି ପ୍ରମୁଖ ପ୍ରସଙ୍ଗ। ପୂଜା କମିଟି, ଯୁବକ ସଂଘର କର୍ମକର୍ତ୍ତାଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ଭସାଣି ଯାଏ ସମସ୍ତ ମଣ୍ଡପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri