ଆଜିର ଅର୍ଥନୀତି/ ମିଳିଲା କ’ଣ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆ ଭାରତ ଗସ୍ତ ସାରି ମଙ୍ଗଳବାର ଆମେରିକା ବାହୁଡ଼ିଯାଇଛନ୍ତି। କିନ୍ତୁ ତାଙ୍କର ଏହି ଗସ୍ତରୁ ଆମେ ପାଇଲୁ କ’ଣ? ଏହା ଏକ ଉପଯୁକ୍ତ ପ୍ରଶ୍ନ ଯାହା ଉପରେ ଆମେ ଚିନ୍ତା କରିବା ଉଚିତ। ଅର୍ଥନୈତିକ ଦୃଷ୍ଟିକୋଣରୁ ଏହି ଗସ୍ତରୁ ଆମକୁ ସେମିତି କିଛି ମିଳିନାହିଁ। କିଛି ମିଳିବ ବୋଲି ଆଶା ବି କରାଯାଉ ନ ଥିଲା। ୩ ବିଲିୟନ ଡଲାର ମୂଲ୍ୟର ସାମରିକ ଚୁକ୍ତି କେବଳ ଏକ ବାହାନା। କାରଣ, ଏ ବିଷୟରେ ତ ଆଗରୁ କଥାବାର୍ତ୍ତା ସରିଥିଲା। ସେଥିପାଇଁ ଆମେରିକା ରାଷ୍ଟ୍ରପତି ୮୦୦୦ ମାଇଲ ଉଡ଼ିକରି ଆସିବା କି ଦରକାର ଥିଲା? ଅଳ୍ପକିଛି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ସତ, କିନ୍ତୁ ସେଥିପାଇଁ ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ-ସ୍ତରୀୟ ତତ୍ପରତାର ଆବଶ୍ୟକତା ନ ଥିଲା। ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା କିପରି କେତେକ ବଡ଼ ଧରଣର ବାଣିଜି୍ୟକ ଚୁକ୍ତିନାମାରେ ପହଞ୍ଚିବା ପାଇଁ ଉଭୟ ପକ୍ଷ କସରତ କରୁଛନ୍ତି। ଦୁଇ ଦେଶ ଭିତରେ ବାଣିଜ୍ୟ ଚୁକ୍ତି ଉପରେ ରାଜିନାମା ବିନା ଟ୍ରମ୍ପଙ୍କ ଗସ୍ତ ଫଳପ୍ରଦ ହେବା ନେଇ ସନ୍ଦେହ ପ୍ରକାଶ ପାଇଥିଲା। ଏହି ପୃଷ୍ଠଭୂମିରେ ମୋଦି-ଟ୍ରମ୍ପ ବୈଠକରୁ ଆମକୁ ଅର୍ଥନୈତିକ ଦୃଷ୍ଟିରୁ କିଛି ଲାଭ ନ ମିଳିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତେଣୁ କେତେକ ଗଣମାଧ୍ୟମ ଏହି ଗସ୍ତକୁ କେମିଷ୍ଟ୍ରି ଦୃଷ୍ଟିରୁ ବଡ଼ କରି ଦେଖାଇଲା ବେଳେ ଗଣିତ ଦୃଷ୍ଟିରୁ ନିକମା ବୋଲି ଦର୍ଶାଇବାରେ କିଛି ଭୁଲ୍‌ ନାହିଁ। ବ୍ୟବସାୟ ବାଣିଜ୍ୟ ବିଷୟରେ ଉଭୟ ନେତାଙ୍କର ବିଚକ୍ଷଣ ବୁଦ୍ଧି ଓ ଆଗ୍ରହକୁ ଦେଖି ସେମାନଙ୍କ ମଧ୍ୟରେ ବାଣିଜି୍ୟକ କଥାବାର୍ତ୍ତାରୁ କିଛି ସଫଳତା ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସେମିତି କିଛି ହେଲା ନାହିଁ। ଟ୍ରମ୍ପ କହିଲେ ଯେ, ଚଳିତ ବର୍ଷ ଶେଷ ଆଡ଼କୁ କିଛି ବଡ଼ ଧରଣର ବାଣିଜି୍ୟକ ଚୁକ୍ତି ହେବା ଆଶା କରାଯାଉଛି। ଉଭୟ ଦେଶ ଉଭୟଙ୍କଠାରୁ ଅନେକ କିଛି ଆଶା କରନ୍ତି। ଭାରତ ଚାହୁଁଛି ଆମେରିକା କିଛି ବାଣିଜି୍ୟକ ପ୍ରତିବନ୍ଧକ ହଟାଇଦେଉ ଏବଂ ଭାରତକୁ ଆଗରୁ ଯେଉଁ ସୁବିଧା ଦେଉଥିଲା ତାହା ବଳବତ୍ତର ରଖୁ। ଆମେରିକା ଚାହୁଁଛି ଭାରତ ଆମଦାନୀ ଶୁଳ୍କ କମ୍‌ କରୁ ଯାହା ଫଳରେ ଏହା ଭାରତକୁ ଅଧିକ ଦ୍ରବ୍ୟ ରପ୍ତାନି କରିପାରିବ। ଡିଜିଟାଲ ପେମେଣ୍ଟ, ଡାଟା ଲୋକାଲାଇଜେଶନ ଓ ଇ-କମର୍ସକୁ ନେଇ ମଧ୍ୟ ଦୁଇ ଦେଶ ମଧ୍ୟ କିଛି ବିବାଦ ରହିଛି। ଆଲୋଚନାରେ ଏଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲେ ବାଣିଜି୍ୟକ ଚୁକ୍ତିନାମା ସଫଳ ହେବା ସହ ଅଧିକ ଶୁଳ୍କ ଲାଗୁ ହେବା ବନ୍ଦ ହୋଇପାରିଥାନ୍ତା ଏବଂ ବାଣିଜି୍ୟକ ବିବାଦଗୁଡ଼ିକର ଅନ୍ତ ଘଟିପାରିଥାନ୍ତା।
ଟ୍ରମ୍ପଙ୍କର ଏହି ଗସ୍ତ ଅଧିକ ବ୍ୟକ୍ତିଗତ କେମିଷ୍ଟ୍ରିକୁ ଦେଖାଇଥିବା ବେଳେ ଏଥିରୁ ବାସ୍ତବ ଫଳ ବହୁତ କମ୍‌ ମିଳିଛି। ତେବେ ଏହା ହିଁ ହେବ ବୋଲି ଆଶା କରାଯାଉଥିଲା। ଟ୍ରମ୍ପ ଆଗକୁ ପୁନଃନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଥିବା ବେଳେ ସେ ଆମେରିକାରେ ରହୁ୍‌ଥିବା ପ୍ରବାସୀ ଭାରତୀୟମାନଙ୍କର ସମର୍ଥନ ଆବଶ୍ୟକ କରୁଛନ୍ତି, ଯେଉଁମାନେ କ୍ରମଶଃ ଧନୀ ଓ ପ୍ରଭାବଶାଳୀ ହେବାରେ ଲାଗିଛନ୍ତି। ଆମେରିକାରେ ସଂଖ୍ୟାଧିକ ଭାରତୀୟ ଡେମୋକ୍ରାଟମାନଙ୍କୁ ସମର୍ଥନ କରନ୍ତି। ଗତବର୍ଷ ମୋଦି ହ୍ୟୁଷ୍ଟନ ଗସ୍ତ କରିଥିବା ବେଳେ ଟ୍ରମ୍ପ ତାଙ୍କୁ ସ୍ବାଗତ ଜଣାଇବା ପାଇଁ ବିଶାଳ ‘ହାଉଡ଼ି ମୋଦି’ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ସେତେବେଳେ ମୋଦି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଯେତେବେଳେ ଭାରତ ଗସ୍ତରେ ଆସିବେ ଏହାଠାରୁ ବି ବଡ଼ ଜନସମାବେଶରେ ତାଙ୍କୁ ସ୍ବାଗତ କରାଯିବ। ଯଦିଚ ଗୁଜରାଟର ମୋଟେରାଠାରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଜନସମାବେଶ ମୋଦି ଦେଇଥିବା ପ୍ରତିଶ୍ରୁତି ଅନୁରୂପ ନ ଥିଲା, ତଥାପି ଅହମଦାବାଦଠାରେ ପ୍ରାଚୀରରୁ ପ୍ରାଚୀର ପରିପୂର୍ଣ୍ଣ ଜନମଣ୍ଡଳୀକୁ ଦେଖି ଟ୍ରମ୍ପ ଖୁବ୍‌ ଖୁସି ହୋଇଥିଲେ। ଟ୍ରମ୍ପ ତାଙ୍କ ଭାଷଣରେ ମୋଦିଙ୍କ ନେତୃତ୍ୱକୁ ଖୁବ୍‌ ପ୍ରଶଂସା କରିବା ସହ କଶ୍ମୀର ବା ନାଗରିକତ୍ୱ ସଂଶୋଧନ ଆଇନ ଉପରେ କୌଣସି ବିବାଦୀୟ ମନ୍ତବ୍ୟ ଦେଇ ନ ଥିଲେ, ଯାହା ମୋଦିଙ୍କୁ ଅଡ଼ୁଆରେ ପକାଇଥାନ୍ତା।
ତା’ହେଲେ ଟ୍ରମ୍ପଙ୍କ ଏହି ଗସ୍ତର କ’ଣ କିଛି ବି ସୁଫଳ ନାହିଁ। ଅଛି ଅବଶ୍ୟ। ବାଣିଜି୍ୟକ ପ୍ରସଙ୍ଗ ନେଇ ସେ ଭାରତ ଉପରେ ଅସନ୍ତୁଷ୍ଟ ଥିଲେ ମଧ୍ୟ ସେ ବିଷୟରେ ପଦଟିଏ ବି ଉଚ୍ଚାରଣ କରି ନ ଥିଲେ। ଉଚ୍ଚ ଆମଦାନୀ ଶୁଳ୍କକୁ ନେଇ ଭାରତ ଉପରେ ତାଙ୍କର ରାଗକୁ ସେ ନିୟନ୍ତ୍ରଣରେ ରଖିଥିଲେ। ଏଭଳି ମନୋଭାବ ସକାରାତ୍ମକ ଓ ଭବିଷ୍ୟତ ପାଇଁ ଆଶାଜନକ। ପ୍ରଥମ ପର୍ଯ୍ୟାୟ ରାଜିନାମାରେ ପହଞ୍ଚିବା ପାଇଁ ଉଭୟ ପକ୍ଷ ଅତ୍ୟନ୍ତ ଚାପ ଭିତରେ ଅଛନ୍ତି। କିନ୍ତୁ ମତପାର୍ଥକ୍ୟ ଏତେ ଚଉଡ଼ା ଯେ ତାକୁ ଯୋଡ଼ିବା ସହଜ ନୁହେଁ। ସମ୍ପର୍କର ଅର୍ଥନୈତିକ ସ୍ତମ୍ଭ ଦୋହଲୁଥିବା ବେଳେ ଟ୍ରମ୍ପଙ୍କ ଗସ୍ତ ସେ ସମ୍ପର୍କକୁ ଭାଙ୍ଗିଯିବାରୁ ରକ୍ଷା କରିଛି ବା ସେ ଦିଗରୁ କିଛିଟା ଆଶ୍ୱସ୍ତି ପ୍ରଦାନ କରିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୃଢ଼ ରାଜନୈତିକ ସମର୍ଥନ ଥିବା ଦୁଇ ନେତାଙ୍କ ଉଚ୍ଚ ସ୍ତରର କେମିଷ୍ଟ୍ରି ଭିତରେ ମଧ୍ୟସ୍ଥମାନେ ଆଲୋଚନାରେ ଆଗକୁ ବଢ଼ି ଅଭୀପ୍ସିତ ବାଣିଜି୍ୟକ ଚୁକ୍ତିନାମାକୁ ସଫଳ କରିବାର ଆଶା ଉଦ୍ରେକ ହୋଇଛି, ଯଦିଚ ତାହା ଏବେ ବି ଧୂମାଚ୍ଛନ୍ନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri