ଆଜିର ଅର୍ଥନୀତି/ ମିଳିଲା କ’ଣ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆ ଭାରତ ଗସ୍ତ ସାରି ମଙ୍ଗଳବାର ଆମେରିକା ବାହୁଡ଼ିଯାଇଛନ୍ତି। କିନ୍ତୁ ତାଙ୍କର ଏହି ଗସ୍ତରୁ ଆମେ ପାଇଲୁ କ’ଣ? ଏହା ଏକ ଉପଯୁକ୍ତ ପ୍ରଶ୍ନ ଯାହା ଉପରେ ଆମେ ଚିନ୍ତା କରିବା ଉଚିତ। ଅର୍ଥନୈତିକ ଦୃଷ୍ଟିକୋଣରୁ ଏହି ଗସ୍ତରୁ ଆମକୁ ସେମିତି କିଛି ମିଳିନାହିଁ। କିଛି ମିଳିବ ବୋଲି ଆଶା ବି କରାଯାଉ ନ ଥିଲା। ୩ ବିଲିୟନ ଡଲାର ମୂଲ୍ୟର ସାମରିକ ଚୁକ୍ତି କେବଳ ଏକ ବାହାନା। କାରଣ, ଏ ବିଷୟରେ ତ ଆଗରୁ କଥାବାର୍ତ୍ତା ସରିଥିଲା। ସେଥିପାଇଁ ଆମେରିକା ରାଷ୍ଟ୍ରପତି ୮୦୦୦ ମାଇଲ ଉଡ଼ିକରି ଆସିବା କି ଦରକାର ଥିଲା? ଅଳ୍ପକିଛି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ସତ, କିନ୍ତୁ ସେଥିପାଇଁ ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ-ସ୍ତରୀୟ ତତ୍ପରତାର ଆବଶ୍ୟକତା ନ ଥିଲା। ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା କିପରି କେତେକ ବଡ଼ ଧରଣର ବାଣିଜି୍ୟକ ଚୁକ୍ତିନାମାରେ ପହଞ୍ଚିବା ପାଇଁ ଉଭୟ ପକ୍ଷ କସରତ କରୁଛନ୍ତି। ଦୁଇ ଦେଶ ଭିତରେ ବାଣିଜ୍ୟ ଚୁକ୍ତି ଉପରେ ରାଜିନାମା ବିନା ଟ୍ରମ୍ପଙ୍କ ଗସ୍ତ ଫଳପ୍ରଦ ହେବା ନେଇ ସନ୍ଦେହ ପ୍ରକାଶ ପାଇଥିଲା। ଏହି ପୃଷ୍ଠଭୂମିରେ ମୋଦି-ଟ୍ରମ୍ପ ବୈଠକରୁ ଆମକୁ ଅର୍ଥନୈତିକ ଦୃଷ୍ଟିରୁ କିଛି ଲାଭ ନ ମିଳିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତେଣୁ କେତେକ ଗଣମାଧ୍ୟମ ଏହି ଗସ୍ତକୁ କେମିଷ୍ଟ୍ରି ଦୃଷ୍ଟିରୁ ବଡ଼ କରି ଦେଖାଇଲା ବେଳେ ଗଣିତ ଦୃଷ୍ଟିରୁ ନିକମା ବୋଲି ଦର୍ଶାଇବାରେ କିଛି ଭୁଲ୍‌ ନାହିଁ। ବ୍ୟବସାୟ ବାଣିଜ୍ୟ ବିଷୟରେ ଉଭୟ ନେତାଙ୍କର ବିଚକ୍ଷଣ ବୁଦ୍ଧି ଓ ଆଗ୍ରହକୁ ଦେଖି ସେମାନଙ୍କ ମଧ୍ୟରେ ବାଣିଜି୍ୟକ କଥାବାର୍ତ୍ତାରୁ କିଛି ସଫଳତା ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସେମିତି କିଛି ହେଲା ନାହିଁ। ଟ୍ରମ୍ପ କହିଲେ ଯେ, ଚଳିତ ବର୍ଷ ଶେଷ ଆଡ଼କୁ କିଛି ବଡ଼ ଧରଣର ବାଣିଜି୍ୟକ ଚୁକ୍ତି ହେବା ଆଶା କରାଯାଉଛି। ଉଭୟ ଦେଶ ଉଭୟଙ୍କଠାରୁ ଅନେକ କିଛି ଆଶା କରନ୍ତି। ଭାରତ ଚାହୁଁଛି ଆମେରିକା କିଛି ବାଣିଜି୍ୟକ ପ୍ରତିବନ୍ଧକ ହଟାଇଦେଉ ଏବଂ ଭାରତକୁ ଆଗରୁ ଯେଉଁ ସୁବିଧା ଦେଉଥିଲା ତାହା ବଳବତ୍ତର ରଖୁ। ଆମେରିକା ଚାହୁଁଛି ଭାରତ ଆମଦାନୀ ଶୁଳ୍କ କମ୍‌ କରୁ ଯାହା ଫଳରେ ଏହା ଭାରତକୁ ଅଧିକ ଦ୍ରବ୍ୟ ରପ୍ତାନି କରିପାରିବ। ଡିଜିଟାଲ ପେମେଣ୍ଟ, ଡାଟା ଲୋକାଲାଇଜେଶନ ଓ ଇ-କମର୍ସକୁ ନେଇ ମଧ୍ୟ ଦୁଇ ଦେଶ ମଧ୍ୟ କିଛି ବିବାଦ ରହିଛି। ଆଲୋଚନାରେ ଏଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲେ ବାଣିଜି୍ୟକ ଚୁକ୍ତିନାମା ସଫଳ ହେବା ସହ ଅଧିକ ଶୁଳ୍କ ଲାଗୁ ହେବା ବନ୍ଦ ହୋଇପାରିଥାନ୍ତା ଏବଂ ବାଣିଜି୍ୟକ ବିବାଦଗୁଡ଼ିକର ଅନ୍ତ ଘଟିପାରିଥାନ୍ତା।
ଟ୍ରମ୍ପଙ୍କର ଏହି ଗସ୍ତ ଅଧିକ ବ୍ୟକ୍ତିଗତ କେମିଷ୍ଟ୍ରିକୁ ଦେଖାଇଥିବା ବେଳେ ଏଥିରୁ ବାସ୍ତବ ଫଳ ବହୁତ କମ୍‌ ମିଳିଛି। ତେବେ ଏହା ହିଁ ହେବ ବୋଲି ଆଶା କରାଯାଉଥିଲା। ଟ୍ରମ୍ପ ଆଗକୁ ପୁନଃନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଥିବା ବେଳେ ସେ ଆମେରିକାରେ ରହୁ୍‌ଥିବା ପ୍ରବାସୀ ଭାରତୀୟମାନଙ୍କର ସମର୍ଥନ ଆବଶ୍ୟକ କରୁଛନ୍ତି, ଯେଉଁମାନେ କ୍ରମଶଃ ଧନୀ ଓ ପ୍ରଭାବଶାଳୀ ହେବାରେ ଲାଗିଛନ୍ତି। ଆମେରିକାରେ ସଂଖ୍ୟାଧିକ ଭାରତୀୟ ଡେମୋକ୍ରାଟମାନଙ୍କୁ ସମର୍ଥନ କରନ୍ତି। ଗତବର୍ଷ ମୋଦି ହ୍ୟୁଷ୍ଟନ ଗସ୍ତ କରିଥିବା ବେଳେ ଟ୍ରମ୍ପ ତାଙ୍କୁ ସ୍ବାଗତ ଜଣାଇବା ପାଇଁ ବିଶାଳ ‘ହାଉଡ଼ି ମୋଦି’ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ସେତେବେଳେ ମୋଦି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଯେତେବେଳେ ଭାରତ ଗସ୍ତରେ ଆସିବେ ଏହାଠାରୁ ବି ବଡ଼ ଜନସମାବେଶରେ ତାଙ୍କୁ ସ୍ବାଗତ କରାଯିବ। ଯଦିଚ ଗୁଜରାଟର ମୋଟେରାଠାରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଜନସମାବେଶ ମୋଦି ଦେଇଥିବା ପ୍ରତିଶ୍ରୁତି ଅନୁରୂପ ନ ଥିଲା, ତଥାପି ଅହମଦାବାଦଠାରେ ପ୍ରାଚୀରରୁ ପ୍ରାଚୀର ପରିପୂର୍ଣ୍ଣ ଜନମଣ୍ଡଳୀକୁ ଦେଖି ଟ୍ରମ୍ପ ଖୁବ୍‌ ଖୁସି ହୋଇଥିଲେ। ଟ୍ରମ୍ପ ତାଙ୍କ ଭାଷଣରେ ମୋଦିଙ୍କ ନେତୃତ୍ୱକୁ ଖୁବ୍‌ ପ୍ରଶଂସା କରିବା ସହ କଶ୍ମୀର ବା ନାଗରିକତ୍ୱ ସଂଶୋଧନ ଆଇନ ଉପରେ କୌଣସି ବିବାଦୀୟ ମନ୍ତବ୍ୟ ଦେଇ ନ ଥିଲେ, ଯାହା ମୋଦିଙ୍କୁ ଅଡ଼ୁଆରେ ପକାଇଥାନ୍ତା।
ତା’ହେଲେ ଟ୍ରମ୍ପଙ୍କ ଏହି ଗସ୍ତର କ’ଣ କିଛି ବି ସୁଫଳ ନାହିଁ। ଅଛି ଅବଶ୍ୟ। ବାଣିଜି୍ୟକ ପ୍ରସଙ୍ଗ ନେଇ ସେ ଭାରତ ଉପରେ ଅସନ୍ତୁଷ୍ଟ ଥିଲେ ମଧ୍ୟ ସେ ବିଷୟରେ ପଦଟିଏ ବି ଉଚ୍ଚାରଣ କରି ନ ଥିଲେ। ଉଚ୍ଚ ଆମଦାନୀ ଶୁଳ୍କକୁ ନେଇ ଭାରତ ଉପରେ ତାଙ୍କର ରାଗକୁ ସେ ନିୟନ୍ତ୍ରଣରେ ରଖିଥିଲେ। ଏଭଳି ମନୋଭାବ ସକାରାତ୍ମକ ଓ ଭବିଷ୍ୟତ ପାଇଁ ଆଶାଜନକ। ପ୍ରଥମ ପର୍ଯ୍ୟାୟ ରାଜିନାମାରେ ପହଞ୍ଚିବା ପାଇଁ ଉଭୟ ପକ୍ଷ ଅତ୍ୟନ୍ତ ଚାପ ଭିତରେ ଅଛନ୍ତି। କିନ୍ତୁ ମତପାର୍ଥକ୍ୟ ଏତେ ଚଉଡ଼ା ଯେ ତାକୁ ଯୋଡ଼ିବା ସହଜ ନୁହେଁ। ସମ୍ପର୍କର ଅର୍ଥନୈତିକ ସ୍ତମ୍ଭ ଦୋହଲୁଥିବା ବେଳେ ଟ୍ରମ୍ପଙ୍କ ଗସ୍ତ ସେ ସମ୍ପର୍କକୁ ଭାଙ୍ଗିଯିବାରୁ ରକ୍ଷା କରିଛି ବା ସେ ଦିଗରୁ କିଛିଟା ଆଶ୍ୱସ୍ତି ପ୍ରଦାନ କରିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୃଢ଼ ରାଜନୈତିକ ସମର୍ଥନ ଥିବା ଦୁଇ ନେତାଙ୍କ ଉଚ୍ଚ ସ୍ତରର କେମିଷ୍ଟ୍ରି ଭିତରେ ମଧ୍ୟସ୍ଥମାନେ ଆଲୋଚନାରେ ଆଗକୁ ବଢ଼ି ଅଭୀପ୍ସିତ ବାଣିଜି୍ୟକ ଚୁକ୍ତିନାମାକୁ ସଫଳ କରିବାର ଆଶା ଉଦ୍ରେକ ହୋଇଛି, ଯଦିଚ ତାହା ଏବେ ବି ଧୂମାଚ୍ଛନ୍ନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?