ଆଜିର ଅର୍ଥନୀତି/ ଚାହିଦା ମରୁଡ଼ି

ଦେଶ ବର୍ତ୍ତମାନ ଘୋର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତିକରୁଛି। ପ୍ରାୟ ସବୁ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଦେଖିବାକୁ ମିଳୁଛି। ଅର୍ଥନୈତିକ ପ୍ରଗତି ଧିମେଇ ଯାଇଛି। ଷ୍ଟକ୍‌ ମାର୍କେଟ୍‌ ଅବସ୍ଥା ଭଲ ନାହିଁ। ସୁନା ତା’ର ଚମକ ହରାଉଛି। କିଛିଦିନ ଅବସ୍ଥା ସ୍ଥିର ରହିଲେ ମଧ୍ୟ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ମାଟି କାମୁଡ଼ି ପଡ଼ୁଛି। ଅଟୋମୋବାଇଲ ଶିଳ୍ପର କାରବାର ରେକର୍ଡ ନିମ୍ନ ସ୍ତରରେ ରହିଛି। ଗାଡ଼ିଘୋଡ଼ା ବିକ୍ରିରେ ୧୬ ପ୍ରତିଶତ ହ୍ରାସ ଘଟିଛି। ଘରୋଇ ବ୍ୟବହାର ପାଇଁ କାର୍‌ ବିକ୍ରି, ବାଣିଜି୍ୟକ ଗାଡ଼ି (ସିଭି) ବିକ୍ରି ଏବଂ ଦୁଇଚକିଆ ଗାଡ଼ି ବିକ୍ରି ଗତ ଏପ୍ରିଲ ମାସରେ ବର୍ଷର ନିମ୍ନତମ ସ୍ତରରେ ପହଞ୍ଚିଥିଲା। ରପ୍ତାନି ୦.୬ ପ୍ରତିଶତ ହାରରେ ବଢ଼ିଥିଲା, ଯାହା ଗତ ଚାରିମାସ ଭିତରେ ସବୁଠାରୁ କମ୍‌। ଅପରପକ୍ଷେ ଆମଦାନି ବୃଦ୍ଧି ପାଇ ବାଣିଜି୍ୟକ ସନ୍ତୁଳନକୁ ନଷ୍ଟ କରିଛି।
ଗ୍ରାମୀଣ ଭାରତ ଅସହାୟ ହୋଇପଡ଼ିଛି। କୃଷି ଉତ୍ପାଦଗୁଡ଼ିକର ମୂଲ୍ୟ ହ୍ରାସ ପାଇବା ଯୋଗୁ କୃଷକମାନଙ୍କ ଦୁର୍ଦ୍ଦଶା ବଢ଼ୁଛି। ଭାରତୀୟ ଅର୍ଥନୀତିରେ ଦେଖାଯାଉଥିବା ଏହି ଦୁର୍ଦ୍ଦଶାମୟ ପରିସ୍ଥିତିର ମୂଳ କାରଣ ହେଉଛି ଚାହିଦାର ଅଭାବ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଏବଂ ଆନୁଷ୍ଠାନିକ ଓ ବୟକ୍ତିକ ଚାହିଦା ହ୍ରାସ ପାଇଛି। ଚାହିଦାରେ ମରୁଡ଼ି ଯୋଗୁ ଶିଳ୍ପ ଉତ୍ପାଦନ ମଧ୍ୟ ହ୍ରାସ ପାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଗତ ମାର୍ଚ୍ଚ ମାସର ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି)ରୁ ଜଣାପଡ଼ିଛି ଯେ ତାହା ପୂର୍ବବର୍ଷ ତୁଳନାରେ ୦.୧ ପ୍ରତିଶତ ହ୍ରାସ ପାଇଛି, ଯାହା ୨୧ ମାସ ଭିତରେ ସବୁଠାରୁ କମ୍‌। ଏହା ଅର୍ଥନୀତିର ସମସ୍ତ ଛଅଟି ବିଭାବକୁ ଦୁର୍ବଳ କରିଦେଇଛି। ପୁଞ୍ଜି ଦ୍ରବ୍ୟ କ୍ଷେତ୍ର (କ୍ୟାପିଟାଲ ଗୁଡ୍‌ସ ସେକ୍ଟର) ୮.୭ ପ୍ରତିଶତ ହ୍ରାସ ପାଇଛି, ଯାହା ପୂର୍ବମାସରେ ୮.୯ ପ୍ରତିଶତ ହ୍ରାସ ପାଇଥିଲା। ଦୀର୍ଘକାଳ ଧରି ବ୍ୟବହାର୍ଯ୍ୟ ପଣ୍ୟ (କଞ୍ଜ୍ୟୁମର ଡ୍ୟୁରେବ୍‌ଲସ)ର ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ୫.୧ ପ୍ରତିଶତ ହ୍ରାସ ପାଇଛି ଏବଂ ଅନ୍ୟ ଖାଉଟି ଦ୍ରବ୍ୟ (କଞ୍ଜ୍ୟୁମର ନନ୍‌-ଡ୍ୟୁରେବ୍‌ଲସ)ର ଉତ୍ପାଦନ ୦.୩ ପ୍ରତିଶତ ହ୍ରାସ ପାଇଛି, ଯାହା ମାର୍ଚ୍ଚ ୨୦୧୮ରେ ୧୪ ପ୍ରତିଶତ ବୃଦ୍ଧି ପାଇଥିଲା। ଆଇଆଇପିରେ ୭୮ ପ୍ରତିଶତ ଓଜନବିଶିଷ୍ଟ ଦ୍ରବ୍ୟ ନିର୍ମାଣ ସବୁଠାରୁ ବଡ଼ ପ୍ରତିବନ୍ଧକ ହୋଇ ରହିଆସିଛି। ଏ କ୍ଷେତ୍ରର ଅଭିବୃଦ୍ଧି ୨୦୧୭-୧୮ରେ ୪.୬ ପ୍ରତିଶତ ଥିବାବେଳେ ତାହା ଗତ ବିତ୍ତୀୟ ବର୍ଷରେ ୩.୫ ପ୍ରତିଶତକୁ ହ୍ରାସ ପାଇଛି।
ବାହ୍ୟ ଦୃଷ୍ଟିରୁ ପାଣିପାଗ ମଧ୍ୟ ଅନୁକୂଳ ନୁହେଁ। ଆମେରିକା ଓ ଇରାନ ମଧ୍ୟରେ ମୁହାଁମୁହିଁ ଏବଂ ଚାଇନା ଓ ଆମେରିକା ମଧ୍ୟରେ ବାଣିଜି୍ୟକ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ବିଗାଡ଼ିବାରେ ଲାଗିଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପ୍ରଶମିତ ନ ହେଲେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର କ୍ରମଶଃ ବୃଦ୍ଧିପାଇବା ନିଶ୍ଚିତ। ଚଳିତବର୍ଷ ଆଶାନୁରୂପ ବୃଷ୍ଟିପାତ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଯେଉଁ ପୂର୍ବାନୁମାନ କରାଯାଇଛି, ତାହା ଅର୍ଥନୀତି ଉପରେ ଆହୁରି ନକାରାତ୍ମକ ପ୍ରଭାବ ପକାଇବ। ମୌସୁମୀ ବର୍ଷା ସ୍ବାଭାବିକ ହେଲେ କୃଷିକ୍ଷେତ୍ରର ଅବସ୍ଥାରେ ସୁଧାର ଆସିପାରନ୍ତା। ପୁଣି ଭଲ ମୌସୁମୀ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧିରେ ସହାୟକ ହୁଅନ୍ତା। କିନ୍ତୁ ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍‌ ଏ ବର୍ଷ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି। ଦକ୍ଷିଣ-ପଶ୍ଚିମ ମୌସୁମୀ ଆସିବାରେ ଏକ ସପ୍ତାହ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସବୁ ରାଜ୍ୟ ଭିତରେ ଓଡ଼ିଶା ଓ ଛତିଶଗଡ଼ରେ ଅପେକ୍ଷାକୃତ ଅଧିକ ବର୍ଷା ହେବ ବୋଲି କୁହାଯାଇଛି।
ଏହିସବୁ ପ୍ରତିକୂଳ ପରିସ୍ଥିତି ନୂଆ ସରକାର ଉପରେ ପ୍ରଭାବ ପକାଇବ। ଯଦି ଏନ୍‌ଡିଏ କେନ୍ଦ୍ରରେ ସରକାର ଗଠନ କରେ, ତେବେ ବଜାର ପରିସ୍ଥିତି ସ୍ବାଭାବିକ ହୋଇପାରେ। ଏହି ସରକାର ତା’ର ପଲିସି ପଦକ୍ଷେପଗୁଡ଼ିକୁ ଆଗକୁ ନେବାର ସମ୍ଭାବନା ଥିବାରୁ ଏପରି ପୂର୍ବାନୁମାନ କରାଯାଉଛି। ପଲିସି ଇକୋସିଷ୍ଟମ୍‌ ଅବ୍ୟାହତ ରହିବ ବୋଲି ଆଶା କରାଯାଉଛି। ତେବେ ମେ ୨୩ ପରେ ନୂଆ ସରକାର ଉପରେ ଅନେକ କଠିନ ଦାୟିତ୍ୱ ରହିବ। ଚାହିଦା ଯେପରି ବଢ଼େ ସେଥିପାଇଁ ଏ ସରକାରକୁ କିଛି ଅର୍ଥନୈତିକ ପ୍ୟାକେଜ୍‌ ଘୋଷଣା କରିବାକୁ ପଡ଼ିବ। ଅଭିବୃଦ୍ଧି ହାର ବଢ଼ାଇବା ପାଇଁ ଗ୍ରାମୀଣ ଭାରତ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଅଭିବୃଦ୍ଧିକୁ ସମ୍ବେଗଶାଳୀ କରିବା ପାଇଁ କୃଷିକ୍ଷେତ୍ରକୁ ପ୍ରୋତ୍ସାହନ ଦେବାକୁ ହେବ। ମଧ୍ୟବିତ୍ତ ଲୋକଙ୍କ ପକେଟ୍‌ରେ ଯେପରି ଅଧିକ ଅର୍ଥ ରହେ, ସେଥିଲାଗି ଚେଷ୍ଟା କରିବାକୁ ପଡ଼ିବ। କର୍ପୋରେଟ୍‌ ପରିବ୍ୟୟ ବୃଦ୍ଧି କରିବା ନିମିତ୍ତ ଅର୍ଥନୈତିକ ଅଳିଆ ସଫା କରିବାର ଆବଶ୍ୟକତା ରହିଛି। ମୋଟ ଉପରେ କହିବାକୁ ଗଲେ ନୂଆ ସରକାର ଉପରେ ଏ ଅର୍ଥନୈତିକ ସଂକଟ ସୁଧାରିବାର ଗୁରୁଦାୟିତ୍ୱ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri