ଆଜିର ଅର୍ଥନୀତି/ ଚାହିଦା ନ ଥାଇ ଦରବୃଦ୍ଧି

ଜୁନ୍‌ ୧ରୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ନିୟମକୁ ଆହୁରି କୋହଳ କରିଦେଇଛନ୍ତି ଏବଂ ରାଜ୍ୟ ସରକାରଗୁଡ଼ିକୁ ସ୍ଥାନୀୟ ସ୍ତରରେ ନିଷ୍ପତ୍ତି ନେବାକୁ କ୍ଷମତା ଦେଇଛନ୍ତି। ଅର୍ଥାତ୍‌ ନିଜ ନିଜ ରାଜ୍ୟରେ କୋଭିଡ୍‌-୧୯ର ସଂକ୍ରମଣ ଓ ସ୍ଥିତିକୁ ନେଇ ନିୟମ କୋହଳ କରାଯିବ କି ନାହିଁ ସେ ବାବଦରେ ସମ୍ପୃକ୍ତ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ତେବେ ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ରେ କୌଣସି ନିୟମ କୋହଳ ନ କରିବାକୁ ଆମ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବରଂ ରାଜ୍ୟ ସରକାର ଏହାକୁ ଅଧିକ କଡ଼ାକଡ଼ି କରିଛନ୍ତି। ବର୍ତ୍ତମାନ ଯାହା ଜଣାପଡ଼ୁଛି, ଲକ୍‌ଡାଉନ୍‌କୁ ଏକାଥରେ ନୁହେଁ ବରଂ ଧୀରେ ଧୀରେ କୋହଳ କରି ଶେଷକୁ ଉଠାଇଦିଆଯିବ। ଦେଶରେ କରୋନା ପଜିଟିଭ୍‌ ମାମଲା ତଥା ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଧୀରେ ଧୀରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବା ଲାଗି ଅନୁମତି ଦେବାକୁ କେନ୍ଦ୍ରର ନିଷ୍ପତ୍ତି ଅତ୍ୟନ୍ତ ଚ୍ୟାଲେଞ୍ଜିଂ ମନେହେଉଛି। ସରକାରଙ୍କ ପାଇଁ ଏହା ଏକ ସହଜ ନିଷ୍ପତ୍ତି ହୋଇ ନ ଥାଇପାରେ। ବରଂ ଆର୍ଥିକ ବାଧ୍ୟବାଧକତା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହା ବି ଆଶା କରାଯାଉଥିଲା ଏବଂ ସ୍ବାଗତଯୋଗ୍ୟ। ଲକ୍‌ଡାଉନ୍‌ ଯୋଗୁ କର୍ମଚାରୀମାନେ କାମକୁ ନ ଆସିବାରୁ ଔଦ୍ୟୋଗିକ କାର୍ଯ୍ୟକଳାପ ଏକ ପ୍ରକାର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। କମ୍ପାନୀଗୁଡିକ କର୍ମଚାରୀମାନଙ୍କ ଦରମା ହ୍ରାସ କରିଛନ୍ତି। ଅନେକଙ୍କୁ ଛଟେଇ କରିଛନ୍ତି। ସ୍ବଳ୍ପ ସଂଖ୍ୟକ କର୍ମଚାରୀ କାମ କରୁଥିବା ବେଳେ ସେମାନଙ୍କ ଦୈନିକ କାମ କରିବାର ସମୟ ମଧ୍ୟ ହ୍ରାସ କରାଯାଇଛି। ଫଳରେ ଲୋକଙ୍କ ଉପରେ ଏହାର ଅତ୍ୟନ୍ତ ଦୁଷ୍ପ୍ରଭାବ ପଡ଼ିଛି। ଲୋକଙ୍କ କ୍ରୟଶକ୍ତି ସାଂଘାତିକ ଭାବେ ହ୍ରାସ ପାଇଛି। ଖାଉଟିମାନଙ୍କ ଚାହିଦା ହ୍ରାସ ପାଇଛି ଏବଂ ଆଗକୁ ପରିସ୍ଥିତି ଆହୁରି ଖରାପ ହେବା ଆଶଙ୍କା ରହିଛି। ଦୀର୍ଘକାଳ ଧରି ଅର୍ଥନୈତିକ ଅନିଶ୍ଚିତତା ଲାଗି ରହିବାର ଆଶଙ୍କା ଥିବାରୁ ଲୋକମାନେ କୌଣସି ଜିନିଷ କିଣିବା ପାଇଁ ନିଜ ମୁଣା ଖୋଲିବାକୁ ପଛଘୁଞ୍ଚା ଦେଉଛନ୍ତି।
ମହାମାରୀର ଶିକାର ହୋଇଥିବା ବ୍ୟବସାୟଗୁଡ଼ିକ ମଧ୍ୟରେ ପ୍ରମୁଖ ସ୍ଥାନରେ ରହିଛି ସୁନା ଓ ଅଳଙ୍କାର କ୍ଷେତ୍ର। ଭାରତ ଲକ୍‌ଡାଉନ୍‌ ମୋଡ୍‌କୁ ଯିବା ପୂର୍ବରୁ ଏହି ହଳଦିଆ ଧାତୁର ଚାହିଦା ହ୍ରାସ ପାଇଥିଲା। ଡିଲର ଏବଂ ଖୁଚୁରା ବ୍ୟବସାୟୀମାନେ ଅକ୍ଷୟ ତୃତୀୟା ଅବସରରେ ଭଲ ବ୍ୟବସାୟ ହେବାର ଆଶା ରଖି ଅଧିକ ସୁନା ଗହଣା ଆଣି ଷ୍ଟକ୍‌ ରଖିଥିଲେ। କିନ୍ତୁ ଲକ୍‌ଡାଉନ୍‌ ସେମାନଙ୍କ ଯୋଜନାକୁ ନଷ୍ଟ କରିଦେଲା। ସେମାନଙ୍କ ପାଖରେ ବିଭିନ୍ନ କିସମ ଅଳଙ୍କାରର ବୃହତ୍‌ ଭଣ୍ଡାର ରହିଥିଲା। କିନ୍ତୁ ବିକ୍ରି କରିବାର ସୁଯୋଗ ମିଳିଲା ନାହିଁ। ଯଦିଚ ବଡ ଖୁଚୁରା ବ୍ୟବସାୟୀମାନେ ସେମାନଙ୍କ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଗ୍ରାହକମାନେ ଭଲ ଆଗ୍ରହ ପ୍ରକାଶ କରିଥିବା ସୂଚନା ଦେଇଥିଲେ, ଲକ୍‌ଡାଉନ୍‌ ଦ୍ୱାରା ଗାଡ଼ିମଟର ବନ୍ଦ ହୋଇଯିବା ଯୋଗୁ ସେମାନେ ଅର୍ଡରଗୁଡ଼ିକ ଡେଲିଭରି ଦେବା ଅସମ୍ଭବ ହୋଇପଡିଥିଲା। ମାର୍ଚ୍ଚ ଶେଷ ସପ୍ତାହରୁ ମେ ୧୪ ପର୍ଯ୍ୟନ୍ତ ରାଜ୍ୟରେ ଦୋକାନଗୁଡିକ ବନ୍ଦ ରହିଥିଲା। ଏହାପରେ କିଛି କିଛି ଦୋକାନ ଖୋଲିଥିଲା। ତେବେ ଶେଷ ଝଟ୍‌କା ମୂଲ୍ୟବୃଦ୍ଧି ଆକାରରେ ଆସିଛି। ସୁନା ମୂଲ୍ୟ ଯାହାକି ଲକ୍‌ଡାଉନ୍‌ ପୂର୍ବରୁ ୧୦ ଗ୍ରାମ୍‌କୁ ୪୧,୦୦୦ ଟଙ୍କା ଥିଲା, ତାହା ୪୮,୦୦୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ଗୋଲ୍ଡ କାଉନ୍‌ସିଲର ପୂର୍ବାନୁମାନ ଅନୁଯାୟୀ ଏହି ହାର ସ୍ବଳ୍ପରୁ ମଧ୍ୟମ ଅବଧି ମଧ୍ୟରେ ୫୨,୦୦୦ ଟଙ୍କା ଅତିକ୍ରମ କରିବ।
ଯଦିଚ କରୋନା ଭୂତାଣୁଜନିତ ଲକ୍‌ଡାଉନ୍‌ ଯୋଗୁ ସୁନାର ଚାହିଦା ହ୍ରାସ ପାଇ ପ୍ରାୟ ଶୂନରେ ପହଞ୍ଚିଛି, ତଥାପି ଏହି ହଳଦିଆ ଧାତୁର ମୂଲ୍ୟ ବୃଦ୍ଧି ପାଇଛି। ଏହା ଏକ ବିରୋଧାଭାସ ପରିସ୍ଥିତି। ଭାରତ ସୁନାର ଏକ ପ୍ରମୁଖ ଆମଦାନିକାରୀ ଦେଶ, ଚାଇନା ପରେ ଏହା ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି। ନିବେଶ ଦୃଷ୍ଟିକୋଣରୁ ଲୋକଙ୍କ ପାଇଁ ସୁନା ସର୍ବଦା ଏକ ସୁରକ୍ଷିତ ସ୍ଥାନ ହୋଇଆସୁଛି। ଅର୍ଥନୀତି ଭୁଶୁଡ଼ିପଡ଼ିବା ଏବଂ ଇକ୍ୱିଟି ବଜାରରେ ଅବନତି ଘଟିବା ସହିତ ଇଲେକ୍ଟ୍ରୋନିକ୍‌ ଫର୍ମାଟରେ ସୁନା ଚାହିଦା ବୃଦ୍ଧି ପାଇବା ଯୋଗୁ ଏହାର ମୂଲ୍ୟ ବୃଦ୍ଧି ଘଟିଛି। ସୁନା ମୂଲ୍ୟ ବୃଦ୍ଧିରେ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭାରତରେ ଟଙ୍କାର ମୂଲ୍ୟ ବେଶ୍‌ ହ୍ରାସ ପାଇଛି। ଏହି ସପ୍ତାହରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୭୫ ଟଙ୍କା ଉପରେ ରହିଛି। ବିକ୍ରୟ ବୃଦ୍ଧି ପାଇଁ ରିଟେଲରମାନେ ବିଭିନ୍ନ ଅଫର ପ୍ରଦାନ କରୁଛନ୍ତି। ସ୍ଥାନୀୟ ଖୁଚୁରା ବ୍ୟବସାୟୀମାନେ ସୁନା ଗହଣାର ତିଆରି ମୂଲ୍ୟରେ ରିହାତି ପ୍ରଦାନ କରୁଛନ୍ତି। ବ୍ରହ୍ମପୁରର କିଛି ଖୁଚୁରା ବ୍ୟବସାୟୀ ଉଚ୍ଚ ସୁନା ମୂଲ୍ୟର ପ୍ରଭାବକୁ କମ୍‌ କରିବା ପାଇଁ ତିଆରି ମୂଲ୍ୟ ଆଦୌ ନ ନେବାକୁ ଅଫର ଦେଇଛନ୍ତି। ଦୋକାନୀମାନେ ଲଟେରୀ ଓ ଉପହାର ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି। ତଥାପି ଚାହିଦା ଈଷଦୁଷ୍ଣ ରହିଛି। ଗହଣା ଦୋକାନରେ ସାଧାରଣ ଦିନଗୁଡ଼ିକ ତୁଳନାରେ ୨୫ ପ୍ରତିଶତ ବି ପାଦ ପଡ଼ୁନାହିଁ। ଯଦିଚ ବର୍ଷସାରା ସୁନା ବିକ୍ରି ହୁଏ, ଗ୍ରୀଷ୍ମ ଏବଂ ଶୀତ ଋତୁରେ ଏହା ଅଧିକ ବିକ୍ରି ହୁଏ। ଏବର୍ଷ ଯଦି ଭଲ ବର୍ଷା ହୁଏ ଏବଂ ଧାନର ସମର୍ଥନ ମୂଲ୍ୟ ବୃଦ୍ଧି ପାଏ, ତେବେ ସୁନାର ମୂଲ୍ୟ ବୃଦ୍ଧି ହେଲେ ବି କିଛି ବିକ୍ରି ହୋଇପାରେ କାରଣ ଗ୍ରାମାଞ୍ଚଳରୁ ଚାହିଦା ଆସିବାର ସମ୍ଭାବନା ଅଛି। ଅବଶ୍ୟ ସହରାଞ୍ଚଳ ଲୋକଙ୍କର କ୍ରୟ କ୍ଷମତାର ତୀବ୍ର ହ୍ରାସ ଏବଂ ସୁନାର ନିରୁତ୍ସାହଜନକ ମୂଲ୍ୟବୃଦ୍ଧି ଏହି ହଳଦିଆ ଧାତୁର ଚାହିଦାକୁ ନିମ୍ନରେ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri