ଭୁବନେଶ୍ୱରରୁ ସୁରଟକୁ ଉଡ଼ିଲା ବିମାନ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଓଡ଼ିଶାବାସୀଙ୍କ ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ସୋମବାର ସକାଳ ୮.୪୦ମିନିଟ୍‌ରୁ ଏୟାର ଇଣ୍ଡିଆର ଏ୩୨୧ ବିମାନ  ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮୧ ଜଣ ଯାତ୍ରୀଙ୍କୁ ନେଇ ସୁରଟକୁ ସିଧାସଳଖ  ଉଡ଼ାଣ ଆରମ୍ଭ କରିଛି। ମାତ୍ର ଦୁଇଘଣ୍ଟାରେ ଏହା ସୁରଟରେ ପହଞ୍ଚିବ। ଅର୍ଥାତ୍‌ ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌ରେ ଏହା ସୁରଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ।  ସପ୍ତାହକୁ ଦୁଇଦିନ ଏହି ବିମାନ ଚଳାଚଳ କରିବ। ବିମାନଟି ବାଙ୍ଗାଲୋର-ଭୁବନେଶ୍ୱର-ସୁରଟ ଯାତ୍ରା କରିବ। ବାଙ୍ଗାଲୋରରୁ ପ୍ରତି ସୋମବାର ଓ ଗୁରୁବାର ସକାଳ ୬ଟା ୧୦ମିନିଟ୍‌ରୁ ବିମାନଟି ବାହାରି ଭୁବନେଶ୍ୱରରେ ୮ଟା ୧୦ରେ ପହଞ୍ଚିବ। ଭୁବନେଶ୍ୱରରେ ଅଧଘଣ୍ଟା ରହିବା ପରେ ସକାଳ ୮ଟା ୪୦ମିନିଟ୍‌ରେ ସୁରଟ ଅଭିମୁଖେ ଉଡ଼ାଣ କରିବ। ସେହିପରି ପ୍ରତି ଶୁକ୍ରବାର ଓ ରବିବାର ବାଙ୍ଗାଲୋରରୁ ସକାଳ ୬ଟା ୧୦ରେ ବାହାରି ସୁରଟରେ ୮ଟାରେ ପହଞ୍ଚିବ। ସେଠାରେ ଅଧଘଣ୍ଟା ରହି ପୁଣି ୮ଟା ୩୦ରେ ଭୁବନେଶ୍ୱରକୁ ଆସିବ। ଭୁବନେଶ୍ୱରରେ ୧୦ଟା ୩୦ମିନିଟ୍‌ରେ ବିମାନଟି ଅବତରଣ କରିବ। ଭୁବନେଶ୍ୱରରୁ ସୁରଟକୁ ଅତି କମ୍‌ରେ ୪୫୦୩ ଟଙ୍କା ଭଡ଼ା ରହିଥିବାବେଳେ ସୁରଟରୁ ଭୁବନେଶ୍ୱରକୁ ଅତି କମ୍‌ରେ ୪୨୧୩ ଟଙ୍କା ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ଭୁବନେଶ୍ୱରରୁ ସୁରଟକୁ ଯିବା ପାଇଁ ହେଲେ ଦିଲ୍ଲୀ ଯିବାକୁ ହେଉଥିଲା। ଯେହେତୁ ସୁରଟରେ ଅନେକ ଓଡ଼ିଆ ଲୋକ ବସବାସ କରୁଛନ୍ତି ତେଣୁ ତାଙ୍କ ସ୍ବାର୍ଥ ପାଇଁ ଏହି ଦୁଇଟି ସ୍ଥାନ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାପରେ ଏୟାର-ଇଣ୍ଡିଆ ଏହି ସୁବିଧା ଯୋଗାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲା। ପରେ ପରେ ଏହି ବିମାନ ଚଳାଚଳ ହେବ ବୋଲି ବେସାମରିକ ବିମାନ ଚଳାଚଳ ବିଭାଗ ଯୁଗ୍ମ ସଚିବ ଉଷା ପାଢ଼ୀ ଟୁଇଟ୍‌ ଯୋଗେ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri