ଆଗାମୀ ଦୁଇ ଦଶନ୍ଧି ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ: ଜାଣନ୍ତୁ କାହିଁକି ଏମିତି କହିଲେ ମୋଦି

ପ୍ୟାରିସ୍‌/ନୂଆଦିଲ୍ଲୀ,୧୧।୨: ଭାରତ ଶକ୍ତି ସପ୍ତାହ ୨୦୨୫ କାର୍ଯ୍ୟକ୍ରମରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ କହିଛନ୍ତି, ଭାରତ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ ପ୍ରଗତି କରୁଛି। ଆଗାମୀ ଦୁଇ ଦଶନ୍ଧି ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଗତ ୧୦ ବର୍ଷ ମଧ୍ୟରେ ଭାରତ ଯାହା ହାସଲ କରିଛି, ତାହା ଆମକୁ ଆତ୍ମବିଶ୍ୱାସ ଦିଏ ଯେ ଆମେ ସମୟ ପୂର୍ବରୁ ଶକ୍ତି କ୍ଷେତ୍ରର ଲକ୍ଷ୍ୟ ହାସଲ କରିବୁ।

ଦିଲ୍ଲୀରେ ଭାରତ ଶକ୍ତି ସପ୍ତାହ ୨୦୨୫ ଆରମ୍ଭ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ବିଶ୍ୱର ପ୍ରତ୍ୟେକ ବିଶେଷଜ୍ଞ କହୁଛନ୍ତି ଯେ, ୨୧ତମ ଶତାବ୍ଦୀ ଭାରତର ଶତାବ୍ଦୀ। ଭାରତ କେବଳ ନିଜର ଅଭିବୃଦ୍ଧିକୁ ନୁହେଁ ବରଂ ବିଶ୍ୱର ଅଭିବୃଦ୍ଧିକୁ ମଧ୍ୟ ଆଗେଇ ନେଉଛି। ଏଥିରେ ଆମର ଶକ୍ତି କ୍ଷେତ୍ରର ଏକ ବଡ଼ ଭୂମିକା ରହିଛି। ଭାରତର ଶକ୍ତି ମହତ୍ୱାକାଂକ୍ଷା ୫ଟି ସ୍ତମ୍ଭ ଉପରେ ଠିଆ ହୋଇଛି। ପ୍ରଥମ- ଆମ ପାଖରେ ସମ୍ବଳ ଅଛି, ଯାହାକୁ ଆମେ ବ୍ୟବହାର କରୁଛୁ। ଦ୍ୱିତୀୟତଃ- ଆମେ ଆମର ଚତୁର ମନକୁ ନବସୃଜନ ପାଇଁ ଉତ୍ସାହିତ କରୁଛୁ। ତୃତୀୟ- ଆମର ଆର୍ଥିକ ଏବଂ ରାଜନୈତିକ ସ୍ଥିରତା ଅଛି। ଚତୁର୍ଥ- ଭାରତର ଏକ ରଣନୈତିକ ଭୌଗୋଳିକ ସ୍ଥିତି ଅଛି, ଯାହା ଶକ୍ତି ବାଣିଜ୍ୟକୁ ଅଧିକ ଆକର୍ଷଣୀୟ ଏବଂ ସହଜ କରିଥାଏ। ପଞ୍ଚମ- ଭାରତ ବିଶ୍ୱସ୍ତରୀୟ ସ୍ଥିରତା ପ୍ରତି ପ୍ରତିବଦ୍ଧ, ଯାହା ଭାରତର ଶକ୍ତି କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରୁଛି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏକ ବିକଶିତ ଭାରତ ପାଇଁ ଆଗାମୀ ଦୁଇ ଦଶନ୍ଧି ବହୁତ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ, ଅନେକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ପଡିବ। ଆମର ଅନେକ ଶକ୍ତି ଲକ୍ଷ୍ୟ ୨୦୩୦ ସମୟସୀମା ସହିତ ସମନୱିତ। ଆମେ ୨୦୩୦ ସୁଦ୍ଧା ୫୦୦ ଗିଗା ୱାଟ ନବୀକରଣୀୟ ଶକ୍ତି କ୍ଷମତା ଯୋଡିବାକୁ ଚାହୁଁଛୁ। ଭାରତ ୨୦୩୦ ସୁଦ୍ଧା ନେଟ ଶୂନ୍ୟ କାର୍ବନ ମହତ୍ତ୍ୱାକାଂକ୍ଷାର ଲକ୍ଷ୍ୟ ରଖିଛି। ୨୦୩୦ ସୁଦ୍ଧା ୫ ନିୟୁତ ମେଟ୍ରିକ ଟନ ସବୁଜ ହାଇଡ୍ରୋଜେନ ଉତ୍ପାଦନ କରିବା ଆମର ଲକ୍ଷ୍ୟ। ଆମର ଏହି ଲକ୍ଷ୍ୟଗୁଡ଼ିକ ମହତ୍ୱାକାଂକ୍ଷୀ ମନେହୁଏ, କିନ୍ତୁ ଭାରତ ୧୦ ବର୍ଷ ମଧ୍ୟରେ ଯାହା ହାସଲ କରିଛି ତାହା ଏହି ଆତ୍ମବିଶ୍ୱାସ ସୃଷ୍ଟି କରିଛି ଯେ ଆମେ ଏହି ଲକ୍ଷ୍ୟଗୁଡ଼ିକୁ ମଧ୍ୟ ହାସଲ କରିବୁ।
ଗତ ୧୦ ବର୍ଷ ମଧ୍ୟରେ, ଭାରତ ଦଶମରୁ ପଞ୍ଚମ ଅର୍ଥନୀତିକୁ ଉନ୍ନୀତ ହୋଇଛି। ୧୦ ବର୍ଷ ମଧ୍ୟରେ ଆମେ ଆମର ସୌର ଶକ୍ତି କ୍ଷମତାକୁ ୩୨ ଗୁଣ ବୃଦ୍ଧି କରିଛୁ। ଆଜି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ସୌରଶକ୍ତି ଉତ୍ପାଦନକାରୀ ରାଷ୍ଟ୍ର। ଆମର ଅଣ-ଜୀବାଶ୍ମ କ୍ଷମତା ତିନିଗୁଣ ଅଧିକ। ପ୍ୟାରିସ ଚୁକ୍ତିନାମା ପୂରଣ କରିବାରେ ଭାରତ ଜି୨୦ ଦେଶମାନଙ୍କ ମଧ୍ୟରେ ପ୍ରଥମ ଦେଶ। ଭାରତ କିପରି ସମୟ ପୂର୍ବରୁ ତା’ର ଲକ୍ଷ୍ୟ ହାସଲ କରୁଛି ତାହାର ଏକ ଉଦାହରଣ ହେଉଛି ଇଥାନଲ ମିଶ୍ରଣ। ଆଜି ଭାରତ ୯୦ ପ୍ରତିଶତ ଇଥାନଲ ମିଶ୍ରଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ଇଣ୍ଡିଆ ସହ ହୋଇଛି ବଡ଼ ଧୋକା: ୩୩୩ ରନ ହୋଇଥିବା ପିଚ୍‌ରେ ଭାରତ ୮୯ରେ ଅଲଆଉଟକୁ ନେଇ ମୁହଁ ଖୋଲିଲେ ଶ୍ରେୟସ ଆୟର

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଯେଉଁ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୩୩ ରନ…

ବରଗଡ଼ ଗସ୍ତରେ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ୩୮୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ…

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଶୁକ୍ରବାର ଦିନିକିଆ ବରଗଡ଼ ଗସ୍ତରେ ଆସି ଜିଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ…

ପାଟ୍ରୋଲିଂବେଳେ କାର୍‌ ଅଟକାଇଲା ପୋଲିସ, ଭିତରେ ଏତେ ଗଞ୍ଜେଇ ଦେଖି ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଶୁକ୍ରବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବେଗୁନିଆପଡ଼ା ଥାନା ନୂଆଗଡ଼ ସୁମଣ୍ଡଳ ଗ୍ରାମର ବାବୁ ନାୟକ(୨୫)ଙ୍କୁ ବ୍ରହ୍ମପୁର…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଘର ଲୋକଙ୍କ ଭୟରେ ଜଙ୍ଗଲକୁ ପଳାଇଥିଲେ ୪ ଦଶମ ଶ୍ରେଣୀ ଛାତ୍ର, ଆଉ ତା’ପରେ…

ବଲାଙ୍ଗୀର,୧୩।୧୧: ବଲାଙ୍ଗୀର ସହର ଉପକଣ୍ଠ ଜଙ୍ଗଲରୁ ଶୁକ୍ରବାର ୪ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମସ୍ତ ଛାତ୍ର ଲଳିତନଗର ଅଞ୍ଚଳର ବୋଲି ଜଣାପଡିଛି। ମିଳିଥିବା…

ଟିମ୍‌ଇଣ୍ଡିଆକୁ ଦିନରେ ତାରା ଦେଖେଇଦେଲେ ହେନରୀ: କଲେ ରେକର୍ଡ ବର୍ଷା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ ଇଣ୍ଡିଆକୁ ୨୪୪ ରନ୍‌ର ବଡ଼…

ମୋ ଫୋନ ଟ୍ୟାପ କରାଯାଉଛି, ସବୁ ପ୍ରମାଣ ଏଥିରେ ଅଛି: ସାଂଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୧: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିଜ ଫୋନ ଟ୍ୟାପିଂ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ସେ ଦାବି କରିଛନ୍ତି,…

ଦିନିକିଆରେ ଏମିତି ରେକର୍ଡ କଲେ ଶ୍ରେୟସ, ଅଧିନାୟକ ଡେବ୍ୟୁରେ ଶୂନରେ ଆଉଟ୍‌

ନୂଆଦିଲ୍ଲୀ, ୧୩।୧୧: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କ ଡେବ୍ୟୁ ଖରାପ ରହିଥିଲା। କିନ୍ତୁ ଦିନିକିଆରେ ତାଙ୍କ ଡେବ୍ୟୁ ଏହାଠାରୁ ମଧ୍ୟ ଅଧିକ ନିରାଶାଜନକ…

ଧୋକା ଦେଲେ ବିରାଟ-ରୋହିତ: ODIରେ ଭାରତକୁ ଦ୍ୱିତୀୟ ସବୁଠୁ ବଡ଼ ପରାଜୟ, ମାତ୍ର ଏତିକି ରନ୍‌ରେ ଅଲଆଉଟ୍‌

ନୂଆଦିଲ୍ଲୀ, ୧୩।୧୧: ଚତୁର୍ଥ ଦିନିକିଆ ମ୍ୟାଚରେ ଭାରତୀୟ ଦଳକୁ ୨୪୪ ରନରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ୩୩୪ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଆସିଥିବା ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?