ଆଖଣ୍ଡଳମଣିଙ୍କ ପାଇଁ ଆସିଲା ଲଗ୍ନ ଚିଟାଉ

ଆରଡ଼ି, ୧୯।୫ (ଡି.ଏନ.ଏ.) – ଭଦ୍ରକ ଜିଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ ଶନିବାର ଉତ୍ସବମୁଖର ରହିଥିଲା। ଆସନ୍ତା ଜୁନ୍‌ ୭ ତାରିଖରେ ଦେବଦେବ ମହାଦେବଙ୍କ ବିବାହ ସକାଶେ ଲଗ୍ନ ଧରା କାର୍ଯ୍ୟକ୍ରମ ଥିବାରୁ ସେବାୟତ ଓ ଭକ୍ତ ଉତ୍ସାହିତ ଥିଲେ। ପରମ୍ପରା ଅନୁଯାୟୀ ଅପରାହ୍ନରେ ସମ୍ପୂର୍ଣ୍ଣ ଲୌକିକ ରୀତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାତା ପାର୍ବତୀଙ୍କ ପିତା ସାଜିଥିବା ବ୍ରହ୍ମପୁରସ୍ଥିତ ଚନ୍ଦ୍ରଶେଖର ଦାସଙ୍କ ପୁରୋହିତ ଚନ୍ଦ୍ରମଣି ପାଢ଼ୀଙ୍କ ବାସଭବନରେ ଲଗ୍ନ ଚିଟାଉ ଲେଖାଯାଇଥିଲା। ବେଦଜ୍ଞ ପୁରୋହିତଙ୍କ ମଙ୍ଗଳାଷ୍ଟକ ପାଠ ସାଙ୍ଗକୁ ହରିବୋଲ, ହୁଳହୁଳି, ଶଙ୍ଖଧ୍ୱନିରେ କନ୍ୟାପିତାଙ୍କ ଗୃହ ପ୍ରକମ୍ପିତ ହୋଇଉଠିଥିଲା। ବିଧି ଅନୁସାରେ ମଙ୍ଗଳବେଳାରେ ଲଗ୍ନ ଲେଖାଯାଇଥିଲା। ଏହି ଲଗ୍ନକୁ ଏକ ଚାନ୍ଦି ନିର୍ମିତ ରେକାବୀରେ ରଖି ମଙ୍ଗଳ ପ୍ରତୀକ ଲାଲକପଡ଼ା ଦ୍ୱାରା ଆବଦ୍ଧ କରାଯାଇଥିଲା। ପରେ ଅନ୍ୟ ଲଗ୍ନ ସାମଗ୍ରୀ ଯଥା ରତ୍ନହାର, ରତ୍ନମୁଦ୍ରିକା, ରୌପ୍ୟ ଓ କଂସା ଥାଳି, ପଞ୍ଚ ଦେବତାଙ୍କ ପୂଜା ଉପକରଣ, ରୌପ୍ୟ ଖଟୁଲି, ସପ୍ତ ପାଟଯୋଡ଼, ଅନ୍ୟାନ୍ୟ ଲଗ୍ନ ଉପକରଣ କନ୍ୟାପିତା ସମର୍ପଣ ପୂର୍ବକ ଲଗ୍ନ ମଣ୍ଡପରେ ରଖିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ଯୋଡ଼ିମହୁରୀ, ଢୋଲର ତାଳେ ତାଳେ କୁଳପୁରୋହିତ, ମଧ୍ୟସ୍ଥି ଦେବର୍ଷି ନାରଦ, ଜ୍ୟୋତିଷଙ୍କ ସମେତ ୭ ଜଣ ସାମନ୍ତ ଲଗ୍ନ ଚିଟାଉ ଓ ଲଗ୍ନ ଉପକରଣ ନେଇ ବର ବାବା ଭୋଳାଶଙ୍କରଙ୍କ ପିତା ସାଜିଥିବା ବାଲେଶ୍ୱରସ୍ଥିତ କାର୍ତ୍ତିକ ବେହେରାଙ୍କ ପୁରୋହିତ ସୁଶାନ୍ତ ପାଢ଼ୀଙ୍କ ବାସଗୃହକୁ ଯାଇଥିଲେ। ଶୋଭାଯାତ୍ରାରେ ରାସ୍ତାଘାଟ କମ୍ପିଥିଲା। ଲଗ୍ନ ନେଇଆସିଥିବା ଅତିଥିମାନଙ୍କୁ ସେଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହାପରେ ବରପିତା ପରମ୍ପରା ଅନୁସାରେ ମଧ୍ୟସ୍ଥି, ଜ୍ୟୋତିଷ, ପୁରୋହିତ, ସାମନ୍ତମାନଙ୍କୁ ଭୂରି ଭୋଜନରେ ଆପ୍ୟାୟିତ କରିଥିଲେ। ଏହି ଲଗ୍ନ ମହୋତ୍ସବ ଦେଖିବା ପାଇଁ ପୀଠରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଆରଡ଼ିର ସମସ୍ତ ସେବାୟତଙ୍କ ଗୃହଦ୍ୱାରରେ ପୂର୍ଣ୍ଣକଳସ ଶୋଭା ପାଇଥିଲା। ଆଖଣ୍ଡଳମଣିଙ୍କ ଏହି ପବିତ୍ର ଲଗ୍ନ ମହୋତ୍ସବ ନିଜ ନିଜର କନ୍ୟାପୁତ୍ରଙ୍କର ସମାପିତ ହେଉଥିବା ଭଳି ସେବାୟତ ପରିବାର ମନେ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri