ଆଖଡ଼ାଶାଳୀ ବନ୍ଦର ବାଟ ଫିଟିଲା: କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୩ା୨(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲାରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ବାଟ ଫିଟିଛି। ଆଖଡ଼ାଶାଳୀ ବନ୍ଦର ନିର୍ମାଣ ପାଇଁ ଘରୋଇ କମ୍ପାନୀ ମୁହଁ ମୋଡିବା ପରେ ରାଜ୍ୟ ସରକାର ଏହାର ନିର୍ମାଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ହାତରେ ନ୍ୟସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସରକାର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ଏହି ବନ୍ଦର ନିର୍ମାଣ ସକାଶେ ବୁଝାମଣା ପତ୍ର (ଏମଓୟୁ )ପାଇଁ ପ୍ରସ୍ତୁତ ହେବାକୁ ଅନୁରୋଧ କରାଯାଇଛି। ଏ ନେଇ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମଧ୍ୟ ଏଥିରେ ପ୍ରସ୍ତାବ ଦିଆଯାଇଛି । ଅନ୍ୟ ଘରୋଇ କମ୍ପାନୀକୁ ଯେପରି ସରକାରୀ ଘରୋଇ ଭାଗୀଦାରି(ପିପିପି) ମୋଡରେ ରାଜ୍ୟର ଅନ୍ୟାନ୍ୟ ବନ୍ଦର ଦିଆଯାଉଛି ସେହି ଆଧାରରେ ଏମଓୟୁ ସ୍ବାକ୍ଷର କରାଯିବ। ରାଜ୍ୟ ସରକାର ବନ୍ଦର ନିର୍ମାଣ ପାଇଁ ୪ ବର୍ଷ ସମୟ ଦେଇଥିବା ବେଳେ ଏହା କାର୍ଯ୍ୟକ୍ଷମ ହେବା ପରେ ପ୍ରଥମ ପର୍ଯ୍ୟାୟରେ ୩୦ ବର୍ଷ ଓ ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ ୧୦ ବର୍ଷ ଲେଖାଏ ଚୁକ୍ତି ଅବଧି ବଢାଇବାକୁ ପ୍ରସ୍ତାବ ଦିଆଯାଇଛି। ଏହି ବନ୍ଦରରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ବର୍ଥ ନିର୍ମାଣ ହେବ। ଏଥିରେ ପ୍ରାୟ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ତୁରନ୍ତ ଏମଓୟୁ ସ୍ବାକ୍ଷର କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଆଖଡାଶାଳୀଠାରେ ରାଜ୍ୟର ଏକ ମାତ୍ର ନଦୀଭିତ୍ତିକ ବନ୍ଦର ନିର୍ମାଣ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ବନ୍ଦର ନିର୍ମାଣ ପାଇଁ ଘରୋଇ କମ୍ପାନୀ ମୁହଁ ମୋଡିବା ପରେ ଏହାର ନିର୍ମାଣ ଦାୟିତ୍ୱ ହାତକୁ ନେବାକୁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଆଗ୍ରହ ଦେଖାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଆଖଡାଶାଳୀ ବନ୍ଦର ନିର୍ମାଣ କରିବାକୁ ୨୦୧୯ ଫେବୃୟାରୀରେ ଟେଣ୍ଡର ଡକାଯାଇଥିଲା। ୪ଟି ଘରୋଇ ସଂସ୍ଥା ଟେଣ୍ଡର ଆବେଦନ କରିଥିଲେ। ତେବେ ପ୍ରି ବିଡିଂ ପରେ ସେହି କମ୍ପାନୀଗୁଡିକ ଆଉ ଟେଣ୍ଡରରେ ଅଂଶଗ୍ରହଣ କରି ନ ଥିଲେ। ଫଳରେ ଟେଣ୍ଡର ଫେଲ୍‌ ମାରିଥିଲା। ଘରୋଇ ସଂସ୍ଥାଗୁଡିକର ଅନାଗ୍ରହକୁ ଦେଖି ରାଜ୍ୟ ସରକାର ସେହି ନଦୀଭିତ୍ତିକ ବନ୍ଦର ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଥିଲେ। ୨୦୧୯ ଜୁନ ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବା ଜାହାଜ ଚଳାଚଳ ମନ୍ତ୍ରଣାଳୟ ସଚିବ ଗୋପାଳ କ୍ରିଷ୍ଣାଙ୍କୁ ଏହି ବନ୍ଦର ନିର୍ମାଣ କରିବାକୁ ତତ୍କାଳୀନ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଏହି ବନ୍ଦର ନିର୍ମାଣ କରିବାକୁ ପାରାଦୀପ ପୋର୍ଟ ଟ୍ରଷ୍ଟ(ପିପିଟି)ମଧ୍ୟ ପ୍ରସ୍ତୁତ ଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବଗତ କରାଯାଇଥିଲା। ଏ ନେଇ ୨୦୧୯ ଡିସେମ୍ବର ୨ରେ ମନ୍ତ୍ରଣାଳୟ ସଚିବ ଉକ୍ତ ବନ୍ଦର ନିର୍ମାଣ ଦାୟିତ୍ୱ ପିପିଟି ହାତରେ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ରାଜ୍ୟ ସରକାର ପ୍ରସ୍ତାବ ଦେବା ପରେ ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତାବିତ ବନ୍ଦର ଅଧ୍ୟୟନ କରାଯାଇଥିଲା। ଏହି ନଦୀଭିତ୍ତିକ ବନ୍ଦର ଏକ ଲାଭଦାୟକ ପ୍ରକଳ୍ପ ହୋଇପାରିବ ବୋଲି ପିପିଟି ପକ୍ଷରୁ ମନ୍ତ୍ରଣାଳୟକୁ ଜଣାଇ ଦିଆଯାଇଥିଲା। ବନ୍ଦର ପ୍ରତିଷ୍ଠା ହେଲେ ଉଭୟ ରାଜ୍ୟ ସରକାର ଏବଂ ପାରାଦୀପ ବନ୍ଦର ଲାଭବାନ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ପୂର୍ବରୁ କରାଯାଇଥିବା ଅଧ୍ୟୟନ ଅନୁଯାୟୀ ପ୍ରସ୍ତାବିତ ବନ୍ଦର ପାଇଁ ୩୦୦ ଏକର ଜମିର ଆବଶ୍ୟକତା ରହିଛି ବୋଲି ରିପୋର୍ଟ ଦିଆଯାଇଥିଲା। ତେବେ ପିପିଟି ସର୍ଭେ ପରେ ଏଥିପାଇଁ ଅଧିକ ଜମି ଆବଶ୍ୟକ ହେବ ବୋଲି କୁହାଯାଇଛି। ଏଥିପାଇଁ ଯାହାକିଛି କରାଯିବ ତାହା ମିଳିତ ଭାବେ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା । ରାଜ୍ୟ ସରକାରଙ୍କ ଶିଳ୍ପ ନୀତି ଅନୁଯାୟୀ ଜମିର ମୂଲ୍ୟ ଧାର୍ଯ୍ୟ କରାଯିବ। ଏହି ପ୍ରକଳ୍ପର ରିହାତି ଅବଧି (କନସେସନ ପିରିୟଡ) ୫୦ ବର୍ଷ କରିବାକୁ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି।
ଆଖଡ଼ାଶାଳୀ
ରାଜ୍ୟ ସରକାରଙ୍କ ସହମତିରେ ବିଭିନ୍ନ ରିହାତି ସମୟ ପାଇଁ ରାଜସ୍ବ ୫ରୁ ୧୨ ପ୍ରତିଶତ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଚିଠିରେ ଜଣାଇ ଦିଆଯାଇଥିଲା। ତେବେ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବ ଦୀର୍ଘଦିନ ପଡିରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିଲା। ଏହି ବନ୍ଦରକୁ ଘରୋଇ ସଂସ୍ଥା ହାତରେ ଟେକିଦେବାକୁ ବିଭାଗର କେତେଜଣ ଅଧିକାରୀ ଭିତିରି ଉଦ୍ୟମ କରୁଥିବା ନେଇ ସୂଚନା ମିଳିଥିଲା । ପ୍ରକଳ୍ପକୁ ଏକ ଘରୋଇ କମ୍ପାନୀକୁ ଦେବାକୁ ଷଡଯନ୍ତ୍ର ଚାଲିଥିବା ନେଇ ‘ଧରିତ୍ରୀ’ରେ ୨୦୨୦ ଜାନୁୟାରୀ ୧୯ ତାରିଖରେ ଖବର ପ୍ରକାଶ କରାଯାଇଥିଲା। ଏହା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଶେଷରେ ରାଜ୍ୟ ସରକାର ଏହି ବନ୍ଦରକୁ ଘରୋଇ ସଂସ୍ଥାକୁ ନ ଦେଇ କେନ୍ଦ୍ର ସରକାରଙ୍କୁ ଦେବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରୀଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?