ଆକର୍ଷିତ କରୁଛି ମେଘମାଳ କାଞ୍ଜିପାଣି ଘାଟି

କେନ୍ଦୁଝର, ୨।୮(ସ୍ବ.ପ୍ର.)- ସମସ୍ତେ ହିଲ୍‌ ଷ୍ଟେଶନରେ ଛୁଟି କାଟିବାକୁ ଭଲ ପାଆନ୍ତି। କିଏ ମସୌରୀ, ଦାର୍ଜିଲିଂ ତ ଆଉ କିଏ କୁଲୁ, ମନାଲି। ଏହି ପାହାଡ଼ିଆ ପର୍ବତଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍‌ ଭଲ ଲାଗେ। ଦୈନନ୍ଦିନ ଜୀବନରୁ କିଛି କ୍ଷଣ ଏହି ପରିବେଶରେ କଟାଇଲେ ସବୁ ଟେନ୍‌ସନ ଦୂର ହୋଇଥାଏ। ତେବେ ଏହିପରି ଆମ ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନ ରହିଛି। କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ସେସବୁର ବିକାଶ କରାଯାଉନାହିଁ। କେନ୍ଦୁଝର ଜିଲାର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା କାଞ୍ଜିପାଣି ଘାଟିର ମନୋରମ ଦୃଶ୍ୟ ପର୍ଯ୍ୟଟକ ତଥା ଯାତାୟାତ କରୁଥିବା ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ବିଶେଷକରି ବର୍ଷାଦିନେ କୁହୁଡିଆ ପରିବେଶ ସାଙ୍ଗକୁ ସବୁଜ ପାହାଡ଼ ଦେହରେ ଭାସମାନ ବାଦଲର ଅପୂର୍ବ ଦୃଶ୍ୟ ସହିତ ବର୍ଷାକୁ ଉପଭୋଗ କରିବାକୁ କିଛି କ୍ଷଣ ପର୍ଯ୍ୟଟକ ଅଟକି ଯାଇଥାନ୍ତି। ଭାସମାନ ବାଦଲର ସ୍ପର୍ଶକୁ ଅନୁଭବ କରି ପର୍ଯ୍ୟଟକ ଆନନ୍ଦ ନେଇଥାନ୍ତି। ତେବେ ଏହି ଘାଟିରେ ମନୋରମ ଦୃଶ୍ୟ ଉପଭୋଗ କରିବା ଲାଗି ପର୍ଯ୍ୟଟକଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଗଲେ ଅଧିକ ଆକୃଷ୍ଟ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଛି।
ରାସ୍ତା ପ୍ରଶସ୍ତୀକରଣ ପାଇଁ ବହୁ ଜଙ୍ଗଲ ଓ ଝରଣା କ୍ଷତିଗ୍ରସ୍ତ ହୋଇଛି ା ସେହିପରି ପୋଡୁ ଚାଷ, ଜଙ୍ଗଲ ନଷ୍ଟ, ପ୍ରାକୃତିକ ଜଙ୍ଗଲ ନଷ୍ଟ କରି ବନୀକରଣ ଆଦି ଯୋଗୁ ଏହା କ୍ଷତିଗ୍ରସ୍ତ ହୋଇଛି। ଏହି ଘାଟିରେ ପାଖାପାଖି ୧୦ରୁ ଊର୍ଦ୍ଧ୍ୱ ଆଦିବାସୀ ଗ୍ରାମ ରହିଛି। ସେମାନଙ୍କ ଲାଗି କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉ ନ ଥିବାରୁ ସେମାନେ ଜଙ୍ଗଲ ଉପରେ ନିର୍ଭରଶୀଳ ହେବାରୁ ଜଙ୍ଗଲ ପଦା ହେବାକୁ ବସିଛି। ତଥାପି ବର୍ଷାଦିନେ ସବୁଜ ପରିବେଶ ଏବଂ ମେଘମାଳ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ସେହିପରି ଏହା ନିକଟରେ ଥିବା ଝରଣାର ପାଣି ସମସ୍ତଙ୍କୁ ବିମୋହିତ କରିଥାଏ। ଶୀତଋତୁରେ ସବୁଜ ଘାଟିରେ କୁହୁଡିଆ ପରିବେଶ ବେଶ୍‌ ରୋମାଞ୍ଚକର। କାଞ୍ଜିପାଣି ଘାଟିରୁ ଜଗମୋହନପୁର ଏନ୍‌ଏଚ୍‌-୪୯ ରାସ୍ତାରେ ୧୯ କି.ମି. ଦୀର୍ଘ ଏବଂ କାଞ୍ଜିପାଣିରୁ ପଣସନସା ଦେଇ ତେଲକୋଇ ରାସ୍ତାରେ ପାଖାପାଖି ୮ କି.ମି. ଦୀର୍ଘ ଜଙ୍ଗଲ ଓ ପାହାଡ଼ ଦେଇ ଯାଇଥିବା ଅଙ୍କାବଙ୍କା ରାସ୍ତା ଅନେକଙ୍କୁ ଆକୃଷ୍ଟ କରିଥାଏ ା ରାସ୍ତାକାମ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଘର ସହିତ ଓ୍ବାଚ୍‌ ଟାଓ୍ବାର ଇତ୍ୟାଦି ନିର୍ମାଣ କରାଗଲେ ଏହା ମସୌରୀ ଓ ଦାର୍ଜିଲିଂ ଭଳି ବେଶ୍‌ ପ୍ରସିଦ୍ଧି ଲାଭ କରିପାରିବ ବୋଲି ମତପ୍ରକାଶ ପାଉଛି। ଏହି ରାସ୍ତାରେ ଥିବା ଝରଣା, ନଦୀ ନାଳଗୁଡ଼ିକର ସୁରକ୍ଷା ସହ ବିକାଶ କରାଗଲେ ଏହା ଅଧିକ ଲୋକଙ୍କୁ ଆକୃଷ୍ଟ କରିପାରିବ। ଏହାର ବିକାଶ ହେଲେ ଏହି ଅଞ୍ଚଳରେ ରହୁଥିବା ଜିଲାର ପୁରାତନ ଜନଜାତି ଜୁଆଙ୍ଗ ଓ ଭୂୟାଁ ଗ୍ରାମଗୁଡିକ ବାସିନ୍ଦା ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଛି। ଏହାଦ୍ୱାରା ରାସ୍ତାକଡ଼ରେ ଢାବା, ହୋଟେଲ, ରେଷ୍ଟୁରାଣ୍ଟ ଗଢ଼ିଉଠିବ ା ଏଣୁ ପ୍ରଶାସନ ବିଭିନ୍ନ ବିଭାଗର ସମନ୍ବୟରେ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଡ. ବିମ୍ବାଧର ବେହେରା, ପରିବେଶବିତ୍‌ କହିଛନ୍ତି। ଏଠାରେ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ରହିବା ପାଇଁ କଟେଜ୍‌ ନିର୍ମାଣ ପାଇଁ ଦୀର୍ଘବର୍ଷ ହେଲା ନିଷ୍ପତ୍ତି ହୋଇଥିଲେ ହେଁ ଅଦ୍ୟାବଧି ତାହ କାର୍ଯ୍ୟକାରୀ ହୋଇନାହିଁ ା ଏହା କାର୍ଯ୍ୟକାରୀ ହେଲେ ବହୁ ପର୍ଯ୍ୟଟକ ରାତ୍ରିଯାପନ କରି ଏହାର ମନୋରମ ଦିନ ଓ ରାତିର ଦୃଶ୍ୟକୁ ଉପଭୋଗ କରିପାରିବେ ବୋଲି ମତପ୍ରକାଶ ପାଉଛି। ସେହିପରି କାଞ୍ଜିପାଣି ଘାଟି ଦେଇ ଯାଇଥିବା କାଞ୍ଜିପାଣି-ତେଲକୋଇ ରାସ୍ତା ଓ କାଞ୍ଜିପାଣି-ଜଗମୋହନପୁର ଜାତୀୟ ରାଜପଥ ୪୯କୁ ସଂଯୋଗ କରି କେବୁଲ କାର ବ୍ୟବସ୍ଥା କରାଗଲେ ଲୋକମାନେ ଆକାଶମାର୍ଗରୁ ପାହାଡ଼ ଓ ଜଙ୍ଗଲର ଦୃଶ୍ୟକୁ ବେଶ୍‌ ଉପଭୋଗ କରିପାରିବେ ବୋଲି ମତ ପ୍ରକାଶ ପାଉଛି ା ଏହାଛଡ଼ା ଗ୍ରାମାଞ୍ଚଳରେ ପାରମ୍ପରିକ ବନବାସୀଙ୍କ ଚାଙ୍ଗୁ ନୃତ୍ୟକୁ ମଧ୍ୟ ପର୍ଯ୍ୟଟକ ଉପଭୋଗ କରିପାରିବେ ବୋଲି ମତପ୍ରକାଶ ପାଉଛି ା
ଫଟୋ-କେଜେଆର କାଞ୍ଜିପାଣିର ଅପୂର୍ବ ଦୃଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri