ଆକର୍ଷଣ ଥାଇ ବି ଅବହେଳିତ

କେନ୍ଦୁଝର, ୨୧।୧୨(ସ୍ବ.ପ୍ର.)-ବଣପାହାଡ ଘେରା ପ୍ରାକୃତିକ ସାୈନ୍ଦର୍ଯ୍ୟ ପରିପୂର୍ଣ୍ଣ କେନ୍ଦୁଝର ଜିଲାରେ ଅନେକ ପର୍ଯ୍ୟଟନ ବିଭବ ଭରି ରହିଛି। ଗମନାଗମନ ଓ ଅନ୍ୟ ଆନୁସଙ୍ଗିକ ସୁବିଧା ଭଳି ଭିତ୍ତିଭୂମିର ବିକାଶ ହୋଇ ପାରୁ ନ ଥିବାରୁ ବହିରାଗତ ପର୍ଯ୍ୟଟକ ଆସି ହଇରାଣ ହୋଇ ଫେରୁଛନ୍ତି। ଏହି ଜିଲା ଅଧୀନ ଯୋଡା ବ୍ଲକରେ ଥିବା ହାଣ୍ଡିଭଙ୍ଗା ଜଳପ୍ରପାତକୁ ମିଳିଛି ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା। ଏହାର ମନୋରମ ପରିବେଶ ଅନେକଙ୍କୁ ପ୍ରଲୁବ୍ଧ କରିଥାଏ। ବହିରାଗତଙ୍କ ସମେତ ସ୍ଥାନୀୟ ଲୋକେ ବର୍ଷସାରା ଏଠାକୁ ଆସୁଥିଲେ ବି ଶୀତ ଦିନେ ମୁଖ୍ୟତଃ ଏଠାକୁ ପିକ୍‌ନିକ୍‌ କରିବାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇଥାନ୍ତି।
ଯୋଡାଠାରୁ ପ୍ରାୟ ୨୨ ଓ କେନ୍ଦୁଝରରୁ ପ୍ରାୟ ୫୦ କିମି ଦୂରରେ ଥିବା ଏହି ଜଳପ୍ରପାତ ନିକଟରେ ରହିଛି ବୀର ହନୁମାନ ଓ ପଦ୍ମେଶ୍ୱର ମହାଦେବଙ୍କ ମନ୍ଦିର ା ସେଠାରେ ଦୁଇ ପାହାଡର ସଂଯୋଗ ସ୍ଥଳୀରୁ ପ୍ରାୟ ୨୦୦ ଫୁଟ ଉପରୁ ତଳକୁ ଝରିଆସୁଥିବା ଏକ ଝରଣାର ଜଳଧାର ପ୍ରପାତ ସୃଷ୍ଟି କରିଛି। ଏହା ପାଖକୁ ଯିବା ଲାଗି ଭଲ ରାସ୍ତା ନ ଥିବାରୁ ଲୋକଙ୍କୁ କିଛି ଦୂର ଚାଲି ଚାଲି ଯିବାକୁ ପଡିଥାଏ ା ଜଳପ୍ରପାତର ନିମ୍ନ ଭାଗରେ ରହି ଲୋକେ ଏହାର ମନୋରମ ଦୃଶ୍ୟକୁ ଅନେକ ଉପଭୋଗ କରିଥାନ୍ତି। ବିଭିନ୍ନ ପ୍ରଜାତିର ଗଛଲତା, ଜୀବଜନ୍ତୁ ଓ ସରୀସୃପ ଏହି ସ୍ଥାନରେ ଦେଖିବାକୁ ମିଳନ୍ତି। ଖଣିଖାଦାନଭରା ଅଞ୍ଚଳ ହୋଇଥିଲେ ବି ଏହି ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଲାଗି କୌଣସି ପଦକ୍ଷେପ ନିଆଯାଉ ନାହିଁ କି ପିକ୍‌ନିିକ କରିବାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ ା ମୋବାଇଲ ଟାଓ୍ବାର ଓ ବିଦ୍ୟୁତ ସୁବିଧା ନ ଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଅସୁବିଧା ଭୋଗ କରିଥାନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ଜଳ ପ୍ରପାତର ଥଣ୍ଡା ଜଳରେ ଗାଧୋଇବା ମଜା ନିଆରା । ତଳକୁ ବୋହି ଯାଉଥିବା ଝରଣା କୂଳରେ ଶୀତ ଦିନେ ଅନେକେ ଭୋଜିଭାତ ଓ ନାଚଗୀତ କରି ମଜା ଉଠାଇ ସନ୍ଧ୍ୟା ପୂର୍ବରୁ ସେମାନେ ଏଠାରୁ ଫେରି ଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri