ଆଉ ୨ ମାସ ଜାରି ରହିବ ଏସି ମୋ ବସ୍‌ର ଭଡ଼ା ରିହାତି

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଚଳାଚଳ କରୁଥିବା ଶୀତତାପ ନିୟନ୍ତ୍ରିତ (ଏସି) ମୋ ବସ୍‌ର ଭଡ଼ା ରିହାତି ଆସନ୍ତା ୨ ମାସ ପାଇଁ ଜାରି ରହିବ। ଗତ ଡିସେମ୍ବର ମାସରୁ ଯାତ୍ରୀ ଭଡ଼ାରେ ୩୮% ହ୍ରାସ କରାଯାଇଥିଲା। ଏହା ଆସନ୍ତା ୩୧ ମାର୍ଚ୍ଚ ଯାଏ ବଳବତ୍ତର ରହିବ ବୋଲି ଏହାର ପରିଚାଳନା ଦାୟିତ୍ୱରେ ଥିବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି।
କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି, ମୋ ବସ୍‌ ନିଜ ଗ୍ରାହକଙ୍କ ଦୈନନ୍ଦିନ ଯାତ୍ରାକୁ ସୁଗମ ପରିଚାଳନା କରିବା ପାଇଁ ସର୍ବଦା ପ୍ରଚେଷ୍ଟା କରି ଚାଲିଛି ଓ ଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ଗତ ୨ମାସରେ ଦୈନନ୍ଦିନ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଯାତ୍ରୀମାନେ ଭଡା ହ୍ରାସ ପଦକ୍ଷେପକୁ ସ୍ବାଗତ କରିବା ସହ ମୋ ବସ୍‌କୁ ଆପଣେଇଛନ୍ତି। ନଭେମ୍ବରରେ ପ୍ରତିଦିନ ୮୪ ହଜାର ଯାତ୍ରୀ ମୋ ବସ ସେବା ବ୍ୟବହାର କରିଥିବାବେଳେ ସେମାନଙ୍କଠାରୁ ୧୧.୭୫ ଲକ୍ଷ ଭଡା ଆଦାୟ ହେଉଥିଲା। ହେଲେ ଏବେ ଦୈନିକ ୧ ଲକ୍ଷ ଯାତ୍ରୀ ମୋ ବସ୍‌ରେ ଯାତାୟାତ କରୁଛନ୍ତି ଓ ଦୈନିକ ଭଡା ଆଦାୟ ୧୨ ଲକ୍ଷରେ ପହଞ୍ଚତ୍ଛି। ସେହିପରି ଡିସେମ୍ବରରେ ୫% ଯାତ୍ରୀସଂଖ୍ୟା ବୃଦ୍ଧି ହୋଇଥିଲା। କିନ୍ତୁ ଯାତ୍ରୀଭଡା ଆଦାୟ ୧% କମିଥିଲା। ଜାନୁୟାରୀରେ ଯାତ୍ରୀ ସଂଖ୍ୟା ୨୨ ପ୍ରତିଶତ ବଢ଼ିଛି। ସେହିଭଳି ନଭେମ୍ବରରେ ଶୀତତାପ ନିୟନ୍ତ୍ରିତ ମୋ ବସ୍‌ରେ ୪ ଲକ୍ଷ ୩୦ ହଜାର ଯାତ୍ରୀ ଯାତ୍ରା କରିଥିବାବେଳେ ଡିସେମ୍ବରରେ ଏହା ୫ଲକ୍ଷ ୫୦ ହଜାରରେ ପହଞ୍ଚତ୍ଥିଲା। ଜାନୁୟାରୀ ୨୭ ସୁଦ୍ଧା ଏସି ବସ୍‌ ଯାତ୍ରୀ ସଂଖ୍ୟା ୯% ବୃଦ୍ଧି ପାଇ ୪ଲକ୍ଷ ୭୦ହଜାରରେ ପହଞ୍ଚତ୍ଛି। ତେଣୁ ରିହାତି ଭଡ଼ା ଜାରି ରହିବ ବୋଲି ମହାପାତ୍ର କହିଛନ୍ତି।
ବର୍ତ୍ତମାନ ୨୦୦ଟି ମୋ ବସ ସେବା ଚାଲୁଥିବାବେଳେ ଚଳିତବର୍ଷ ୧୮୯ ଅଧିକ ବସ୍‌ ଗଡ଼ିବାର ଯୋଜନା ରହିଛି। ଏଥିମଧ୍ୟରୁ ୫୦ ଇଲେକଟ୍ରିକ୍‌ ବସ ରହିଥିବାବେଳେ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ଖୁବ୍‌ଶୀଘ୍ର ଏହିସବୁ ବସ୍‌ ରାଜଧାନୀ ଆଞ୍ଚଳିକ ପରିବହନ ବ୍ୟବସ୍ଥା ଅନ୍ତର୍ଗତ କଟକ, ଭୁବନେଶ୍ୱର, ଖୋର୍ଦ୍ଧାକୁ ଗଡିବ। ଆଉ ୫୦ ଡିଜେଲ ବସ୍‌ ଓ ୮୯ ପୁରୁଣା ବସ୍‌ର ପୁନରୁଦ୍ଧାର କାର୍ଯ୍ୟ କରାଯାଇ ଲୋକଙ୍କୁ ସେବା ଦିଆଯିବ ବୋଲି କ୍ରୁଟର ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri