Posted inଖେଳ

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ୫ ଦିନିଆ କ୍ରିକେଟ ରୋମାଞ୍ଚକ ହେବ: କୋହଲି

ମୁମ୍ବାଇ,୩୦।୭(ପି.ଟି.)-
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବଲ୍ୟୁଟିସି) ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଯାଉଛି। ଏହା ୫ ଦିନିଆ କ୍ରିକେଟରେ ରୋମାଞ୍ଚ ଭରିବ ବୋଲି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସୋମବାର ପ୍ରକାଶ କରିଛନ୍ତି। ଡବଲ୍ୟୁଟିସିର ପ୍ରଥମ ସଂସ୍କରଣରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ଓ୍ବେଷ୍ଟଇଣ୍ଡିଜ ଆଦି ୯ଟି ଦେଶ ଅଂଶଗ୍ରହଣ କରୁଛନ୍ତି। ଆଗାମୀ ୨ ବର୍ଷରେ ୨୭ଟି ସିରିଜରେ ମୋଟ ୭୧ଟି ଟେଷ୍ଟ ମ୍ୟାଚ ଖେଳାଯିବ। ଶେଷରେ ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ୨୦୨୧ ଜୁନ୍‌ରେ ଇଂଲଣ୍ଡରେ ଫାଇନାଲ ଅନୁଷ୍ଠିତ ହେବ।
”ଆମେ ଅତ୍ୟନ୍ତ ଆଗ୍ରହର ସହ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌କୁ ଅପେକ୍ଷା କରିଥିଲୁ। ଏହା କ୍ରିକେଟର ବଡ଼ ଫର୍ମାଟ ବିଶିଷ୍ଟ ଗେମ୍‌କୁ ଅଧିକ ସଂଘର୍ଷପୂର୍ଣ୍ଣ କରିବ। ଟେଷ୍ଟ କ୍ରିକେଟ ସର୍ବଦା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ। ଏଥିରେ ଭଲ ପ୍ରଦର୍ଶନ କଲେ ଆତ୍ମସନ୍ତୋଷ ମିଳିଥାଏ। କ୍ରିକେଟର ଏହି ଫର୍ମାଟରେ ଭାରତ ନିକଟ ଅତୀତରେ ଭଲ ପ୍ରଦର୍ଶନ କରି ଆସିଛି। ତେଣୁ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ନିଶ୍ଚିତ ସୁଯୋଗ ରହିବ“ ବୋଲି କୋହଲି କହିଛନ୍ତି। ଏଥିରେ ପ୍ରତି ଦଳ ଘରୋଇ ପରିବେଶରେ ଏବଂ ବାହାରେ ୩ଟି ଲେଖାଏ ସିରିଜ ଖେଳିବେ। ପ୍ରତି ଗେମ୍‌ରେ ପ୍ରଦର୍ଶନ ଭିତ୍ତିରେ ଦଳଗୁଡ଼ିକୁ ପଏଣ୍ଟ ମିଳିବ। ପ୍ରତି ସିରିଜ ପାଇଁ ୧୨୦ ପଏଣ୍ଟ ଲେଖାଏ ରହିବ। ସିରିଜରେ ମ୍ୟାଚ ସଂଖ୍ୟାକୁ ଦୃଷ୍ଟିରେ ରଖାଯାଇ ପଏଣ୍ଟ ଭାଗ ହେବ। ଉଦାହରଣ ସ୍ବରୂପ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରତି ମ୍ୟାଚ ପାଇଁ ୬୦ ପଏଣ୍ଟ ରହିବ। ୩ ମ୍ୟାଚ କ୍ଷେତ୍ରରେ ଏହା ୪୦ ପଏଣ୍ଟ ବିଶିଷ୍ଟ ହେବ। ମ୍ୟାଚ ଟାଇ ରହିଲେ ପଏଣ୍ଟର ୫୦ ପ୍ରତିଶତ ଉପଲବ୍ଧ ହେବ। ଅର୍ଥାତ୍‌ ଏହି ମ୍ୟାଚ ପାଇଁ ୪୦ ପଏଣ୍ଟ ଥିଲେ ଅଧା ଅର୍ଥାତ୍‌ ୨୦ ପଏଣ୍ଟ ଉଭୟ ଦଳ ମଧ୍ୟରେ ବଣ୍ଟା ହେବ। ଡ୍ର ରହିବା କ୍ଷେତ୍ରରେ ଦଳ ଗୁଡ଼ିକୁ ପ୍ରଦର୍ଶନ ଭିତ୍ତିରେ ୩:୧ ଅନୁପାତରେ ପଏଣ୍ଟ ମିଳିବ।
କ୍ରିକେଟରେ ଟେଷ୍ଟ ଫର୍ମାଟ ହେଉଛି ସର୍ବଶ୍ରେଷ୍ଠ। କ୍ରିକେଟରେ ଏହା ଅତ୍ୟନ୍ତ ଜରୁରୀ ଏବଂ ଅଧିକାଂଶ କ୍ରିକେଟର ଏଥିରେ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଚେଷ୍ଟା କରିଥାନ୍ତି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଏହି କ୍ରୀଡ଼ା ପାଇଁ ଏକ ଚମତ୍କାର ପଦକ୍ଷେପ। ଏହାଦ୍ୱାରା ମ୍ୟାଚ ଗୁଡ଼ିକ ସଂଘର୍ଷପୂର୍ଣ୍ଣ ହେବ ଏବଂ ପ୍ରତି ଟେଷ୍ଟ ସିରିଜର ଗୁରୁତ୍ୱ ବଢ଼ିବ। ଏବେ ଟେଷ୍ଟ ମ୍ୟାଚକୁ ଅଧିକରୁ ଅଧିକ ଦର୍ଶକ ଦେଖିବାକୁ ପସନ୍ଦ କରିବେ“ ବୋଲି ଇଂଲଣ୍ଡର ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର ଜେମ୍ସ ଆଣ୍ଡରସନ କହିଛନ୍ତି। ପୂର୍ବଭଳି ସିରିଜ ଗୁଡ଼ିକ ଆଇସିସି ସଦସ୍ୟଭୁକ୍ତ ବୋର୍ଡ ଆୟୋଜନ କରିବେ ଏବଂ ଏହା ଦ୍ୱିପାକ୍ଷିକ ସିରିଜ ସଦୃଶ ହେବ। ମାତ୍ର ଏଥିରେ ପ୍ରତିଦ୍ୱନ୍ଦ୍ୱିତା ଅଧିକ ହେବ ଏବଂ ଶେଷରେ ଗୋଟିଏ ଦଳ ହିଁ ଚାମ୍ପିୟନ ହେବ।
”ପ୍ରତି ଗେମ୍‌ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଗତ ଆଇସିସି ବିଶ୍ୱକପରେ ପ୍ରମାଣିତ ହୋଇଥିଲା। ଶେଷରେ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକ ଆଗକୁ ବଢ଼ିବାରେ ସକ୍ଷମ ହୋଇଥିଲେ। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ସେପରି ପ୍ରାସଙ୍ଗିକତା ରହିବ। ଆଗାମୀ ୨ ବର୍ଷ ପାଇଁ ଏହା ଦ୍ୱିପାକ୍ଷିକ ସିରିଜକୁ ଅଧିକ ରୋମାଞ୍ଚକ କରିବ। ଏକଦିବସୀୟ ଓ ଟି୨୦ ଫର୍ମାଟରେ ପୁରୁଷ ଓ ମହିଳା ବିଶ୍ୱକପର ଗୁରୁତ୍ୱପରି ୫ ଦିନିଆ କ୍ରିକେଟକୁ ଏହା ଶ୍ରେଷ୍ଠ ଇଭେଣ୍ଟରେ ପରିଣତ କରିବ“ ବୋଲି ଆଇସିସି ଜେନେରାଲ ମ୍ୟାନେଜର(କ୍ରିକେଟ ଅପରେଶନ) ଜେଫ୍‌ ଆଲାର୍ଡିସ ପ୍ରକାଶ କରିଛନ୍ତି। ପ୍ରତି ସିରିଜର ମ୍ୟାଚ ସଂଖ୍ୟା ଅତିକମ୍‌ରେ ୨ ଏବଂ ଅତି ବେଶିରେ ୫ ରହିବ। ପ୍ରଥମ ପର୍ଯ୍ୟାୟରେ ଡବଲ୍ୟୁଟିସି ମ୍ୟାଚ ଗୁଡ଼ିକ ୫ ଦିନ ବିଶିଷ୍ଟ ରହିବ। ପ୍ରତିପକ୍ଷ ଦଳ ସହ ବୁଝାମଣା ଭିତ୍ତିରେ ଏଥିରେ ଦିବାରାତ୍ର ମ୍ୟାଚ ସାମିଲ କରାଯାଇପାରେ।
”ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଏକ ବଢ଼ିଆ ପଦକ୍ଷେପ। ଆମେ ଟେଷ୍ଟ କ୍ରିକେଟ ଖେଳିବାକୁ ଭଲ ପାଉ। ଏହା ଅଷ୍ଟ୍ରେଲିଆରେ ଲୋକପ୍ରିୟ ରହି ଆସିଛି । ଆମେ ଭାଗ୍ୟବାନ ଯେ, ଘରୋଇ ପରିବେଶରେ ଆମେ ଖେଳାଳି, ମିଡିଆ ଓ ଦର୍ଶକଙ୍କଠାରୁ ଭରପୂର ସମର୍ଥନ ପାଇ ଆସୁଛୁ। ବ୍ୟାଗୀ ଗ୍ରୀନ ଜର୍ସି ପିନ୍ଧିବାପାଇଁ ଅଷ୍ଟ୍ରେଲିଆ କ୍ରିକେଟରମାନେ ଭାଗ୍ୟବାନ ମଣିଥାନ୍ତି। ଯଦି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଦ୍ୱାରା ଅନ୍ୟ ସବୁ ଦଳ ଟେଷ୍ଟକୁ ଅଗ୍ରାଧିକାର ଦେବେ ତେବେ ତାହା ଏହି ଗେମ୍‌ ପାଇଁ ବହୁତ ବଡ଼ ଖବର ହେବ“ ବୋଲି ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟିମ୍‌ ପେନ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri