Posted inଖେଳ

ଆଇସିସି ବିଶ୍ୱକପ୍‌ : ଭାରତ- ଆଫଗାନିସ୍ତାନ ମୁକାବିଲା

ସାଉଥାମ୍ପଟନ,୨୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ଦଳ ଭାରତ ଟୁର୍ନାମେଣ୍ଟର ୨୮ତମ ମ୍ୟାଚ୍‌ରେ ଶନିବାର ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ଭେଟିବ। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଏକତରଫା ହେବ ବୋଲି ଆଶା କରାଯାଉଛି। ତେବେ ଭାରତ ଏହି ମ୍ୟାଚ୍‌କୁ ଆଦୌ ହାଲ୍‌କା ଭାବେ ନେବନାହିଁ ଓ ଏଥିରେ ବିଜୟୀ ହୋଇ ସେମିଫାଇନାଲର ନିକଟତର ହେବାକୁ ଚେଷ୍ଟା କରିବ। କେବଳ ସେତିକି ନୁହେଁ ବୃହତ ବ୍ୟବଧାନରେ ବିଜୟୀ ହୋଇ ଭାରତ ନେଟ୍‌ ରନ ରେଟ୍‌ରେ ମଧ୍ୟ ଉନ୍ନତି ଆଣିବାକୁ ପ୍ରୟାସ କରିବ।
ବିଶ୍ୱକପ୍‌ରେ ଆଫଗାନିସ୍ତାନର ଅଭିଯାନ ବେଶ୍‌ ବିବାଦୀୟ ହୋଇପଡିଛି। ପଡିଆ ଭିତରେ ଓ ବାହାରେ କେତୋଟି ନିଷ୍ପତ୍ତି ଆଫଗାନିସ୍ତାନକୁ ଆହୁରି ବିବାଦୀୟ କରିଛି। ଭାରତ ଭଳି ଏକ ଶକ୍ତିଶାଳୀ ଦଳକୁ ଭେଟିବାକୁ ଯାଉଥିବାରୁ ଆଫଗାନିସ୍ତାନ ମଧ୍ୟ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଚେଷ୍ଟା କରିବ। ଏହି ଦଳର ପ୍ରଦର୍ଶନରେ ଅବଶ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ଆଫଗାନିସ୍ତାନ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ପଏଣ୍ଟ ତାଲିକାରେ ଖାତା ଖୋଲି ନ ପାରି ଅନ୍ତିମ ତଥା ଦଶମ ସ୍ଥାନରେ ରହିଛି। ଅନ୍ୟପଟେ ଭାରତ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୭ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନକୁ ଭାରତ ଏକପାଖିଆ ଭାବେ ପରାସ୍ତ କରିଛି। ତେବେ ବର୍ଷା ଯୋଗୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ବାତିଲ ହେବା ଫଳରେ ପଏଣ୍ଟ ଭାଗ ହୋଇଥିଲା। ବରିଷ୍ଠ ଓପନର ଶିଖର ଧାଓ୍ବନ, ସ୍ପିଡଷ୍ଟାର ଭୁବନେଶ୍ୱର କୁମାର ଓ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତର ପ୍ରଦର୍ଶନରେ ସେଭଳି ଫରକ ପଡିବ ନାହିଁ ବୋଲି ଆଶା କରାଯାଉଛି। ଧାଓ୍ବନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇ ବିଶ୍ୱକପ୍‌ରୁ ବାଦ୍‌ ପଡିଥିବା ବେଳେ ତାଙ୍କ ସ୍ଥାନରେ ଲୋକେଶ ରାହୁଲ ଇନିଂସ ଓପନ କରି ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ଅଧିନାୟକ ଓ କୋଚ୍‌ଙ୍କ ବିଶ୍ୱାସଭାଜନ ହୋଇଛନ୍ତି। ଅନ୍ୟତମ ତାରକା ଓପନର ରୋହିତ ଶର୍ମା ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି। ଆଫଗାନିସ୍ତାନର ଆଗଧାଡିର ବୋଲର ରସିଦ୍‌ ଖାଁ ଏବେ ଫର୍ମରେ ନାହାନ୍ତି। ଆଫଗାନିସ୍ତାନ ଦୁର୍ବଳ ବୋଲିଂର ଫାଇଦା ଉଠାଇ ରୋହିତ ଚତୁର୍ଥ ଦିନିକିଆ ଦ୍ୱିଶତକ ହାସଲ କରିବେ ବୋଲି ଆଶା କରାଯାଉଛି। ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଦେଖିଚାହିଁ ସେ ଇନିଂସ ଆରମ୍ଭ କରି ଉପଯୋଗୀ ପାଳି ଖେଳିଛନ୍ତି। ବିଜୟ ଶଙ୍କରଙ୍କ ଆଘାତ ସମସ୍ୟା ସେତେଟା ଗୁରୁତର ହୋଇ ନ ଥିଲେ ମଧ୍ୟ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ସାମାନ୍ୟ ଚିନ୍ତା ସୃଷ୍ଟି କରିଛି। ତେବେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସାମିଲ ହେବା ପରେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି। ଶଙ୍କର ଯଦି ଠିକ୍‌ ସମୟରେ ଫିଟ୍‌ ନ ହୁଅନ୍ତି ତେବେ ପନ୍ତ କିମ୍ବା ଅଭିଜ୍ଞ ଦୀନେଶ କାର୍ତ୍ତିକ ତାଙ୍କ ସ୍ଥାନରେ ଖେଳିପାରିନ୍ତି। ପ୍ରଥମ ପସନ୍ଦ ଭାବେ ଟିମ୍‌ ମ୍ୟାନେଜମେଣ୍ଟ କାର୍ତ୍ତିକଙ୍କୁ ୧୫ଜଣିଆ ବିଶ୍ୱକପ୍‌ ଦଳରେ ସାମିଲ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଗୁଆ ବ୍ୟାଟିଂ କରିବାକୁ ସୁଯୋଗ ଦିଆଯିବା ପରେ ସେ ଏହାର ସଦ୍‌ଉପଯୋଗ କରିଛନ୍ତି। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଷ୍ଟମ୍ପ ପଛରେ ଓ ବ୍ୟାଟିଂରେ ନିଜର ଦାୟିତ୍ୱ ତୁଲାଇବାରେ ସକ୍ଷମ ହୋଇଛନ୍ତି। ଏହି ମ୍ୟାଚ୍‌ରେ କୋହଲି କେଦାର ଯାଦବଙ୍କ କ୍ରମରେ ଉନ୍ନତ ବ୍ୟାଟିଂ କରିବାର ସୁଯୋଗ ଦେଇପାରନ୍ତି। କାରଣ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି କେଦାର ମାତ୍ର ୮ଟି ବଲ ଖେଳିଛନ୍ତି।
ବୋଲିଂରେ ଭାରତୀୟ ଦଳ ବେଶ୍‌ ସନ୍ତୁଳିତ ମନେହେଉଛି। ଆମେ କୌଣସି ଦଳକୁ ହେୟ ମନେ କରୁନାହୁଁ। ଅଷ୍ଟ୍ରେଲିଆ ହେଉ କି ଆଫଗାନିସ୍ତାନ ସବୁ ଦଳକୁ ଆମେ ସମାନ ଭାବେ ସମ୍ମାନ ଦେଇଥାଉ ବୋଲି ଭାରତୀୟ ତାରକା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା କହିଛନ୍ତି। ଦଳର ସାମର୍ଥ୍ୟ ଉପରେ ଫୋକସ କରୁଛୁ। ପୁଣି ଆଉ ଅଧିକ କ’ଣ କରିହେବ ତାହା ଉପରେ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି। ପାକିସ୍ତାନ ବିପକ୍ଷରେ ୧୬ଟି ବଲ ପକାଇବା ପରେ ଭୁବନେଶ୍ୱର ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରିର ଶିକାର ହୋଇ ପଡିଆ ବାହାରକୁ ଯାଇଥିଲେ। ତେବେ ଅଲରାଉଣ୍ଡର ବିଜୟ ଶଙ୍କର ଓ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଅନୁପସ୍ଥିତିରେ ଠିକ୍‌ ଭାବେ ବୋଲିଂ କରି ଦାୟିତ୍ୱ ତୁଲାଇଥିଲେ। ଆଫଗାନିସ୍ତାନ ବିପକ୍ଷରେ ଦ୍ରୁତ ବୋଲର ମହମ୍ମଦ ସାମି ଖେଳିବେ ଓ ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ ବୋଲିଂ କରିବାର ସୁଯୋଗ ହାସଲ କରିବେ। ଆଫଗାନିସ୍ତାନର ହଜରତୁଲ୍ଲା ଜାଜାଇ, ହଶମାଦୁଲ୍ଲା ସାହିଦି ଓ ଅସଘର ଆଫଗାନଙ୍କୁ ସାମି ସମସ୍ୟାରେ ପକାଇବେ। ଅନଭିଜ୍ଞ ଆଫଗାନିସ୍ତାନ ବ୍ୟାଟିଂ ଲାଇନ୍‌ଅପ୍‌ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ବିପକ୍ଷରେ ସଂଘର୍ଷ କରିବେ। ତେବେ ଆଫଗାନିସ୍ତାନ ଭାରତକୁ ସହଜରେ ବାଟ ଛାଡିବ ନାହିଁ ବୋଲି ଆଶା କରାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ କେତୋଟି ଏକ୍ସପେରିମେଣ୍ଟ ବା ପ୍ରୟୋଗ କରିବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା, ମହେନ୍ଦ୍ର ସିଂ ଧୋନୀ, କେଦାର ଯାଦବ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ ଓ ଭୁବନେଶ୍ୱର କୁମାର।
ଆଫଗାନିସ୍ତାନ ଦଳ: ଗୁଲବଦିନ ନାଇବ (ଅଧିନାୟକ), ଅଫତାବ ଆଲମ, ହଜରୁତୁଲ୍ଲା ଜାଜାଇ, ଅସଘର ଆଫଗାନ୍‌, ରସିଦ ଖାଁ, ମହମ୍ମଦ ନବୀ, ମୁଜିବ ଉର ରହମାନ, ଦଲତ ଜଡ୍ରାନ, ନାଜିବୁଲ୍ଲା ଜଡ୍ରାନ, ହମିଦ ହାସନ, ହାଶମଦୁଲ୍ଲା ଶାହିଦି, ସମିଉଲ୍ଲା ଶିନଓ୍ବାରି, ରହମତ ଶାହ, ନୁର ଅଲି ଜଡ୍ରାନ ଓ ଇକ୍ରାମ ଅଲିଖିଲ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ ମଦ: ଚଢ଼ାଉ କରି ଧରିଲା ପୋଲିସ

ବଞ୍ଚୋ,୧।୬(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି…

ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତା ଖୋଲିବା ପାଇଁ ଯାଇଥିଲେ: ମୁକୁଳା ବିଏସଏନଏଲ୍ ତାର ନେଲା ଜୀବନ

ମୋହନା,୧।୬ (ମନ୍ମଥ ମିଶ୍ର): ମୁକୁଳା ଭାବେ ପଡ଼ିଥିବା ବିଏସଏନଏଲ୍ ତାର ନେଲା ଜଣେ ମହିଳାଙ୍କ ଜୀବନ। ଏଭଳି   ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର.ଉଦୟଗିରି ଥାନା…

ଜୋର ଧରିଲା ‘ମାଳି ସୁରକ୍ଷା ଆନ୍ଦୋଳନ’: ଖଣି ଖନନ ବିରୋଧରେ ଏକଜୁଟ ହେଲେ ଆଦିବାସୀ, କହିଲେ ଆମକୁ ଭତ୍ତା ନୁହଁ…

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ‘ମାଆ, ମାଟି ଓ ମାଳି’ର ସୁରକ୍ଷା ପାଇଁ ଚାଲିଥିବା ଗଣ-ଆନ୍ଦୋଳନ ଏବେ ତୀବ୍ର…

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri