Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ସାମି, ଅଗ୍ରଓ୍ବାଲ

ଦୁବାଇ,୧୭।୧୧ (ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଓ ଓପନର ମୟଙ୍କ ଅଗ୍ରଓ୍ବାଲ କ୍ୟାରିୟର ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଏକ ଇନିଂସ ଓ ୧୩୦ ରନ୍‌ରେ ବିଜ ହାସଲ କରିବା ରବିବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଖେଳାଳିମାନେ ଉନ୍ନତି କରିଛନ୍ତି। ସାମି ପ୍ରଥମ ଓ ଦ୍ୱିତୀୟ ଇନିଂସରେ ଯଥାକ୍ରମେ ୩ ଓ ୪ ଉଇକେଟ୍‌ ହାସଲ କରି ୮ଟି ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାର ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ସେ ତୃତୀୟ ଶ୍ରେଷ୍ଠ ଭାରତୀୟ ବୋଲର ଭାବେ ୭୯୦ ରେଟିଂ ପଏଣ୍ଟ ହାସଲ କରିଛନ୍ତି। ତେବେ ପୂର୍ବରୁ କିମ୍ବଦନ୍ତୀ ବୋଲର କପିଲ ଦେବ ୮୭୭ ଓ ଯଶପ୍ରୀତ ବୁମ୍‌ରା ୮୩୨ ପଏଣ୍ଟ ପାଇଥିଲେ।
ସେହିପରି ୨୪୩ ରନର ଦ୍ୱିଶତକ ପାଳି ଖେଳିଥିବା ଅଗ୍ରଓ୍ବାଲ ଉପରକୁ ଉଠି ୧୧ତମ ସ୍ଥାନ ଅଧିକାର କରିଛନ୍ତି। ୨୮ ବର୍ଷୀୟ ଅଗ୍ରଓ୍ବାଲ ପ୍ରଥମ ୮ଟି ଟେଷ୍ଟରେ ୮୫୮ ରନ ସଂଗ୍ରହ କରି ୬୯୧ ରେଟିଂ ପଏଣ୍ଟ ହାସଲ କରିଛନ୍ତି। ବିଶ୍ୱର କେବଳ ୭ଜଣ ବ୍ୟାଟ୍ସମ୍ୟାନ ପ୍ରଥମ ୮ଟି ଟେଷ୍ଟରେ ଅଗ୍ରଓ୍ବାଲଙ୍କଠାରୁ ଅଧିକ ରନ ସଂଗ୍ରହ କରିଛନ୍ତି। ସେମାନେ ହେଲେ ଡନ୍‌ ବ୍ରାଡମ୍ୟାନ (୧୨୧୦), ଇଭର୍ଟନ ଓ୍ବିକ୍ସ (୯୬୮), ସୁନୀଲ ଗାଭାସ୍କର (୯୩୮), ମାର୍ଟ ଟେଲର (୯୦୬), ଜର୍ଜ ହେଡଲୀ (୯୦୪), ଫ୍ରାଙ୍କ ଓ୍ବରେଲ (୮୯୦) ଓ ହର୍ବଟ ସୁଟକ୍ଲିଫ୍‌ (୮୭୨)।
ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୪ଟି ସ୍ଥାନ ଉପରକୁ ଉଠି ବ୍ୟାଟ୍ସମ୍ୟାନ ତାଲିକାର ଯୁଗ୍ମ ୩୫ତମ ସ୍ଥାନରେ ରହିଛନ୍ତି। ସେହିପରି ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ଉମେଶ ଯାଦବ ଗୋଟିଏ ସ୍ଥାନ ଉପରକୁ ଉଠି ଯଥାକ୍ରମେ ୨୦ ଓ ୨୨ତମ ସ୍ଥାନରେ ରହିଛନ୍ତି। ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବୋଲିଂ ତାଲିକାର ଶ୍ରେଷ୍ଠ ୧୦ତମ ସ୍ଥାନରେ ରହିଛନ୍ତି ଓ ଅଲରାଉଣ୍ଡର ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି।
ବାଂଲାଦେଶ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମୁସ୍‌ଫିକର ରହିମ ୫ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ୩୦ତମ ସ୍ଥାନରେ ରହିଛନ୍ତି। ସେହିପରି ଲିଟନ ଦାସ ୯୨ରୁ ୮୬ତମ ସ୍ଥାନକୁ ଉନ୍ନତି କରିଛନ୍ତି। ବୋଲିଂରେ ଆବୁ ଜାଏଦ ୧୮ଟି ସ୍ଥାନ ଉପରକୁ ଉଠି ୬୨ତମ ସ୍ଥାନରେ ରହିଛନ୍ତି।
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ତାଲିକାରେ ଭାରତ ୩୦୦ ପଏଣ୍ଟ ପାଇ ତା’ର ଶୀର୍ଷ ସ୍ଥାନକୁ ଆହୁରି ମଜଭୁତ କରିଛି। ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ୬୦ ଲେଖାଏ ପଏଣ୍ଟ ପାଇଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ଗୋଟିଏ ଲେଖାଏ ସିରିଜ ଖେଳିଥିଲେ ମଧ୍ୟ କୌଣସି ପଏଣ୍ଟ ପାଇନାହାନ୍ତି। ଲିଗ୍‌ ଶେଷରେ ଶ୍ରେଷ୍ଠ ଦୁଇଟି ଦଳ ୟୁନାଇଟେଡ କିଙ୍ଗ୍‌ଡମ୍‌ ରେ ୨୦୨୧ ଜୁନରେ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ ଓ ବିଜୟୀ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ମୁକୁଟ ହାସଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri